ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୯-୧-୨୦୨୨((ବୁଧବାର)) by Aren NewsJanuary 18, 20220 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹୧୯-୧-୨୦୨୨((ବୁଧବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 ଅଦ୍ଯ ମକର ଦି୬ନ,ପ୍ରତିପଦ ମଳ ଦ୧।୬ ଘ୬।୫୪,ପୁଷ୍ୟ ଦ୨।୧୨ ଘ୭।୨୧,କର୍କଟ ଚନ୍ଦ୍ର ଦ୬୦ନିଶାନ୍ତ। 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (IST) ମକର ଦ୦/୩୯/୧୪ ଇଂଘ୬/୨୮/୦୨ ଗତେ ଉଦୟ। କର୍କଟ ଦ୦/୫୦/୫୦ ଇଂଘ ୫/୨୬/୨୪ ଗତେ ଅସ୍ତ 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ପୂର୍ବେ ଦିବା ଘ୬।୫୪ ଗତେ ଉତ୍ତରେ ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କର୍କଟ ରାଶିର ଘାତବାର ।ଦିବା ଘ୭।୨୧ ଗତେ ମଘା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ଯା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ଦିବା ଘ୯।୧୦ ଗତେ ଘ୧୦।୩୨ ମଧ୍ୟେ କାଳବେଳା ଘ୧୧।୫୪ ଗତେ ଘ୧।୧୬ ମଧ୍ୟେ ବାରବେଳା । ରାତ୍ରି ଘ୩।୧୨ ଗତେ ଘ୪।୫୦ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୬।୫୪ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ ।ପ୍ରଥମ ରଜୋଦର୍ଶନେ ଦିବା ଘ୭।୨୧ ଗତେ ସମ୍ବସର ଗଣ୍ଡଦୋଷ । ସ୍ଵର୍ଣ ଓ ପୀତ ବସ୍ତ୍ର ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ (ପାଣି କଖାରୁ) ଦିବା ଘ୬।୫୪ ଗତେ ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ । 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ) – ଦିବା ଘ୮।୪ ମଧ୍ୟେ ଘ୧୨।୫୨ ଗତେ ଘ୨।୨୮ ମଧ୍ୟେ ରାତ୍ରି ଘ୬।୧୪ ଗତେ ଘ୮।୩୮ ମଧ୍ୟେ ଘ୧।୨୬ ଗତେ ଘ୫।୨୬ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୫୨ ଗତେ ଘ୫।୨୬ ମଧ୍ୟେ ରାତ୍ରି ଘ୮।୩୮ ଗତେ ଘ୧୦।୧୪ ମଧ୍ୟେ । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: କିଛି ନୂଆ କରିବା ପାଇଁ ଯୋଜନା କରିବେ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। 🌹ବୃଷ: ଅନ୍ୟମାନଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। କୌଣସି କାମରେ ଅଧିକ ସମୟ ଲାଗିପାରେ। ଛାତ୍ରମାନେ ନୂଆ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। 🌹ମିଥୁନ: ବେପାରରେ ଲାଭ ପାଇବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ମହିଳାମାନଙ୍କ ପାଇଁ ଆନନ୍ଦର ଦିନଟିଏ। 🌹କର୍କଟ: ଅଧିକ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବେ। ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବା ହେତୁ ଖୁସି ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିବେ। 🌹ସି˚ହ: ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଜମି କିଣିବା ଲାଗି ଯୋଜନା କରିବେ। 🌹କନ୍ୟା: ସବୁ କାମ ସୁଚାରୁ ରୂପେ ସ˚ପୂର୍ଣ୍ଣ ହେବ। ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ପାରିବାରିକ ଜୀବନ ସୁଖ ଶାନ୍ତି ଭରା ରହିବ। ପିଲାମାନଙ୍କ ପାଇଁ ଦରକାରୀ ଜିନିଷ କିଣିବେ। 🌹ତୁଳା: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ଅପେକ୍ଷା କରିବାକୁ ପଡ଼ିପାରେ। ବେପାରରେ ଲାଭ ହେବ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ। 🌹ବିଛା: ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। 🌹ଧନୁ: ବିଚାର ଆଦାନ ପ୍ରଦାନ କରିବାର ସଫଳ ରହିବେ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ଛାତ୍ରଛାତ୍ରୀ ଶିକ୍ଷଣୀୟ କଥା ଜାଣିବାକୁ ଉତ୍ସୁକ ହେବେ। 🌹ମକର: ଧୈର୍ଯ୍ୟ ଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ନୂଆ ଜିନିଷ କିଣିବେ। ବୈବାହିକ ଜୀବନରେ ଖୁସି ବଜାୟ ରହିବ। 🌹କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚତୁର୍ଦ୍ଦିଗରେ ବିସ୍ତାରିତ ହେବ। ଧନଲାଭର ସୁଯୋଗ ପାଇବେ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ। 🌹ମୀନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଅଧୢାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ।