ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୮-୧-୨୦୨୨((ମଙ୍ଗଳବାର)) by Aren NewsJanuary 17, 20220 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹{{ପୁଷ୍ୟା ଭିଷେକ, ରାଜା ଭିଷେକ ଓ ମାଘ ବ୍ରତାରମ୍ଭ}}🌹 🌹୧୮-୧-୨୦୨୨((ମଙ୍ଗଳବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଅଦ୍ଯ ମକର ଦି୫ନ,ପ୍ରତିପଦ ଦ୬୦ ନିଶାନ୍ତ ।ପୂଷ୍ଯା ଦ୬୦ ନିଶାନ୍ତ,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ। 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ମକର ଦ୦/୩୦/୦୬ ଇଂଘ୬/୨୮/୦୪ ଗତେ ଉଦୟ କର୍କଟ ଦ୦/୦୯/୨୦ ଇଂଘ ୫/ ୨୫/୪୧ ଗତେ ଅସ୍ତ । 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମକର ।ରାଶିର ଘାତବାର । ଦିବା ଘ୭।୫୦ ଗତେ ଘ୯।୧୨ ମଧ୍ୟେ ବାରବେଳା । ଘ୧।୨୦ ଗତେ ଘ୨।୪୨ ମଧ୍ୟେ କାଳବେଳା । ରାତ୍ରି ଘ୭।୪ ଗତେ ଘ୮।୪୨ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ (ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ରାଜାଭିଷେକ ଓ ପୁଷ୍ୟା ଭିଷେକ ।ଅଦ୍ୟ ମାଘ ବତ୍ରାରମ୍ଭ। 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ) – ଦିବା ଘ୮।୫୨ ଗତେ ଘ୧୧।୧୬ ମଧ୍ୟେ ଘ୧।୪୦ ଗତେ ଘ୩।୧୬ ମଧ୍ୟେ ଘ୪।୪ ଗତେ ଘ୫।୨୬ ମଧ୍ୟେ ରାତ୍ରି ଘ୬।୧୪ ମଧ୍ୟେ ଘ୮।୩୮ ଗତେ ଘ୧୧।।୨ ମଧ୍ୟେ ଘ୧।୨୬ ଗତେ ଘ୩।୨ ମଧ୍ୟେ । ମାହେନ୍ଦ୍ର) – ନାସ୍ତି । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ପରିବାରରେ ସୁଖର ଲହରୀ ଖେଳିବ। ମାନସିକ ଶାନ୍ତି ବଜାୟ ରହିବ। 🌹ବୃଷ: କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ। ନୂତନ ବନ୍ଧୁ ସାକ୍ଷାତ ପାଇବେ। 🌹ମିଥୁନ: ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ବ୍ୟବସାୟରେ ଅବନ୍ତି ଦେଖାଦେଇ ପାରେ 🌹କର୍କଟ: ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ନେଇ ପ୍ରତିଟି ଜାଗାରେ ଚର୍ଚ୍ଚା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।ଦୂରଯାତ୍ରାର ସମ୍ଭାବନା ରହିଛି 🌹ସି˚ହ: ପ୍ରଭୁଙ୍କ ଆରାଧନାରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।ସୁଖାଦ୍ଯ ଭୋଜନ ପ୍ରାପ୍ତ ହେବ 🌹କନ୍ୟା: ପରିବାର ସହିତ ଅଧିକ ସମୟ ଅତିବାହିତ କରିପାରିବେ ନାହିଁ। ଶତ୍ରୁ ଉପଦ୍ରବ ବଢ଼ିବ। ରାଜନୀତିରେ ସମ୍ମାନ ପାଇବେ। ଧନଲାଭର ସୁଯୋଗ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ। 🌹ତୁଳା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।ଅର୍ଥ ପ୍ରାପ୍ତିର ଯୋଗ ରହିଛି। 🌹ବିଛା: ନିଜର ଜୀବନଶୈଳୀ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ପ୍ରିୟଜନଙ୍କ ମିଳନ ହେବ। କିନ୍ତୁ ଅର୍ଥ ହାନି କାରଣରୁ ମାନସିକ ଅସ୍ଥିରତା ଦେଖା ଦେଇପାରେ। 🌹ଧନୁ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସରଳ କରିବ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 🌹ମକର: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଉନ୍ନତି ହେବ। କଲେଜ ସାଙ୍ଗ ସହିତ ଗପସପରେ ସମୟ ବିତିବ। 🌹କୁମ୍ଭ: ଆପଣଙ୍କର ତର୍କ ଶକ୍ତିକୁ ଅନ୍ୟମାନେ ପସନ୍ଦ କରିବେ। ଖାସ୍ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶିକ୍ଷା ସମ୍ବନ୍ଧୀୟ ସବୁ କାମ ସ˚ପୂର୍ଣ୍ଣ ହେବ। 🌹ମୀନ: ଆପଣଙ୍କ କାମର ପ୍ରଶ˚ସା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ସଙ୍ଗୀତ ଶୁଣିବାକୁ ମନ ବଳିବ। ଭ୍ରମଣ ଯୋଗ ରହିଛି।ବନ୍ଧୁ ମିଳନ ହୋଇ ପାରେ।