ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୫-୧-୨୦୨୨((ଶନିବାର)) by Aren NewsJanuary 14, 20220 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹୧୫-୧-୨୦୨୨((ଶନିବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 ଅଦ୍ଯ ମକର ଦି୨ନ, ତ୍ରୟୋଦଶୀ ଦ୪୫।୪୮ ରାଘ ୧୨।୪୭, ମୃଗଶିରା ଦ୪୩।୩୧,ରାଘ ୧୧।୫୩,ବୃଷ ଚନ୍ଦ୍ର ଦ୯।୪୧ ଘ୧୦।୨୧। 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ମକର ଦ୦/୦୪/୪୨ ଇଂଘ ୬/୨୮/୧୦ ଗତେ ଉଦୟ କର୍କଟ ଦ୦/୦୬/୫୦ ଇଂଘ୫/୨୩/୩୨ ଗତେ ଅସ୍ତ । 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨।୪୭ ଗତେ ପଶ୍ଚିମେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବୃଷ, ସିଂହ ଓ କନ୍ୟା ରାଶି ମାନଙ୍କର ଘାତବାର । ରାତ୍ରି ଘ୧୧।୫୩ ଗତେ ପୁନର୍ବସୁ ପୁଷ୍ଯା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୨୨ ଗତେ ମିଥୁନ ସିଂହ ତୁଳା ଧନୁ ମକର କୁମ୍ଭ ମେଷ ବୃଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ଦିବା ଘ୭।୫୦ ମଧ୍ୟେ ଘ୪।୧ ଗତେ ଘ୫।୨୩ ମଧ୍ୟେ କାଳବେଳା । ଘ୧।୧୭ ଗତେ ଘ୨।୩୯ ମଧ୍ୟେ ବାରବେଳା । ରାତ୍ରି ଘ୭।୨ ମଧ୍ୟେ ଘ୪।୫୦ ଗତେ ଘ୬।୨୮ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୧।୫୩ ଗତେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ରାତ୍ରି ଘ୧୨।୪୭ ଗତେ ମାଷ (ବିରି) ଭକ୍ଷଣ ନିଷେଧ । 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ) – ଦିବା ଘ୧୦।୨୮ ଗତେ ଘ୧।୪୦ ମଧ୍ୟେ ରାତ୍ରି ଘ୭।୪୮ ‘ଗତେ ଘ୧୦।୧୨ ମଧ୍ୟେ ଘ୧୧।୪୮ ଗତେ ଘ ୧।୨୪ ମଧ୍ୟେ ଘ୨।୧୨ ଗତେ ଘ୩।୪୮ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। 🌹ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। 🌹ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। 🌹କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। 🌹ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ। 🌹କନ୍ୟା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ। 🌹ତୁଳା: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ। 🌹ବିଛା: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। 🌹ଧନୁ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। 🌹ମକର: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ । 🌹କୁମ୍ଭ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ। 🌹ମୀନ: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।