• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୧-୨୦୨୨((ଶୁକ୍ରବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୧-୨୦୨୨((ଶୁକ୍ରବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୧୪-୧-୨୦୨୨((ଶୁକ୍ରବାର))🌹
🌹ଉତ୍ତରାୟଣ ମକର ସଂକ୍ରାନ୍ତି🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ମକର ଦି୧ନ,ଦ୍ଵାଦଶୀ ଦ୩୯।୧୨ ରାଘ ୧୦।୯,ରୋହିଣୀ ଦ୩୫।୫୧ ରାଘ୮।୪୮ ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୫/୦୯/୫୪ ଇଂଘ୬/୨୭/୫୬ ଗତେ ଉଦୟ
ମିଥୁନ ଦ୫/୨୪/୫୦ ଇଂଘ ୫/୨୨/୪୯ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ନୈରୃତ ରାତ୍ରି ଘ୧୦।୯ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶି ମାନଙ୍କର ଘାତବାର । ରାତ୍ରି ଘ୮।୪୮ ଗତେ ଆଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୯।୧୨ ଗତେ ଘ୧୧।୫୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୯ ଗତେ ଘ୧୦।୧୭ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧୦।୧୭ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୂତିକା (ପୋଇ) ରାତ୍ରି ଘ୧୦।୯ ଗତେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ ।ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି । ରାତ୍ରି ସଂକ୍ରମଣ ହେତୁ ପରଦିନ ସୂର୍ଯ୍ୟୋଦୟ ଠାରୁ ଦିନାର୍ଦ୍ଧ ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳ । ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ବନ୍ଦାପନା । ମକର ମେଳା ।ହଳ ନିଷେଧ । ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କର ଘୃତ କମ୍ବଳ ଲାଗି । ଶିଶିର ଋତୁ ପ୍ରବେଶ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ)- ଦିବା ଘ୮।୪ ମଧ୍ୟେ ଘ୮।୫୨ ଗତେ ଘ୧୧।୧୬ ମଧ୍ୟେ ଘ୧।୪୦ ଗତେ ଘ୩।୧୬ ମଧ୍ୟେ ଘ୪।୫୨ ଗତେ ଘ୫।୨୩ ମଧ୍ୟେ ରାତ୍ରି ଘ୬।୫୯ ଗତେ ଘ୮।୩୫ ମଧ୍ୟେ ଘ୨।୫୯ ଗତେ ଘ୩।୪୭ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧୦।୧୧ ଗତେ ଘ୧୦।୫୯ ମଧ୍ୟେ ଘ୩।୪୭ ଗତେ ଘ୫।୨୩ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦
🌺🌺🌺🌺🌺🌺🌺🌺🌺🌺🌺🌺
🌹ମକର ମାସର ବାର ରାଶିଫଳ🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ –

ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ନିଜ ଲୋକମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପକାଇ ପାରନ୍ତି । ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ ।ସୁସମ୍ବାଦ ପାଇବେ । ମହିଳା ଓ ବିଦ୍ୟାର୍ଥୀମାନେ କର୍ମକ୍ଷେତ୍ରରେ ଚିନ୍ତିତ ରହିବେ ।

🌹ବୃଷ–

କର୍ମକ୍ଷେତ୍ରରେ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରାର ଯୋଗ ରହିଛି । ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିପାରେ । ମହିଳା ଓ ବିଦ୍ୟାର୍ଥୀମାନେ ସମ୍ମାନିତ ହେବେ ।

🌹ମିଥୁନ –

ପରିବାରରେ ମୁରବୀଙ୍କ ସ୍ବାସୁବସ୍ଥା ନେଇ ଚିନ୍ତିତ ହୋଇପାରନ୍ତି ।ପରିବାରରେ ଅଯଥା କଳହ ଓ ମତାନ୍ତର ଦେଖାଦେଇପାରେ । ମାନସିକ ଅଶାନ୍ତି ସଙ୍ଗେ ସଙ୍ଗେ ଶାରୀରିକ ପରିଶ୍ରମ ଲାଗି ରହିବ ।

🌹କର୍କଟ –

ଆର୍ଥିକ ପରିସ୍ଥିତି ଭଲ ରହିବ । ଶାରୀରିକ ସାମାନ୍ୟ କଷ୍ଟ ଭୋଗ କରିବେ ।ପରିବାରରେ ଶାନ୍ତି ମିଳିବ । ବ୍ୟବସାୟ ତଥା କର୍ମକ୍ଷେତ୍ରରେ କ୍ଷତିଗ୍ରସ୍ତ ହେବେ ।ନିଜ ଲୋକ ଶତୃତା କରିବେ । ମହିଳା ଓ ବିଦ୍ୟାର୍ଥୀମାନେ ବିରୋଧୀ ହେବେ ।

🌹ସିଂହ –

ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଦେବ । ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ । ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ।ବନ୍ଧୁ ମିଳନର ଯୋଗ ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ ସୁସମ୍ବାଦ ପାଇବେ ।

🌹କନ୍ୟା-

ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ସମସ୍ୟା ସମାଧାନ କରିବେ । ସନ୍ତାନମାନଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ ଆୟବ୍ୟୟ ସମାନ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସତର୍କତା ଅବଲମ୍ବନ କରନ୍ତୁ ।

🌹ତୁଳା –

ନୂତନ କାର୍ଯ୍ୟ ନିଯୁକ୍ତି କରି ଆର୍ଥକ ପରିସ୍ଥିତି ସୁଦୃଢ଼ ହେବ । ପିତା ମାତାଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସମ୍ମାନିତ ଓ ବ୍ୟବସାୟରେ ଲାଭବାନ ହେବେ ।ପରିବାରରେ ଶାନ୍ତି ମିଳିବ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।

🌹ବିଛା –

କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ଆର୍ଥିକ ପରିସ୍ଥିତି ସୁଧୁରି ଯିବ ।ନୂତନ କର୍ମ ନିଯୁକ୍ତି ପାଇପାରନ୍ତି । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭର ଆଶା ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ ପୂଜାପାଠରେ ସମୟ କାଟିବେ ।

🌹ଧନୁ –

ବ୍ୟବସାୟରେ ଲାଭବାନ ହୋଇ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ ।ଗୋ-ସମ୍ପଦ କ୍ରୟ କରିପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ମିଳିବ । ଦୂର ଯାତ୍ରା କରିପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ କର୍ମତତ୍ପର ହେବେ ।

🌹ମକର –

କର୍ମକ୍ଷେତ୍ରରେ ସହଯୋଗୀମାନେ ଶତୃତା ଦେଖାଇବେ । ମାନସିକ ତଥା ପାରିବାରିକ ଅଶାନ୍ତି ଭୋଗ କରିବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

🌹କୁମ୍ଭ –

କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ଅର୍ଥ ଲାଭର ଯୋଗ ରହିଛି । ପାରିବାରିକ କଳହ ଦେଖାଦେବ ।ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ହେବେ ।

🌹ମୀନ –

ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଦେବ । ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ ।ପରିବାରରେ ଅଶାନ୍ତି ଦୂର ହେବ । ମହିଳା ଓ ବିଦ୍ୟାର୍ଥୀମାନେ ଉପକୃତ ହେବେ।

Related posts

ସରସରା ଗ୍ରାମରେ ସର୍ବାଧିକ ୪୪ ଜଣ, ବୌଦ୍ଧ ଜିଲାରେ ୩୪୭ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ ଜିଲାରେ ୨୧, ଅନ୍ୟ ଜିଲାରେ କେତେ ଜଣ ପଜିଟିଭ ଚିହ୍ନଟ ହେଲେ ? ଜାଣନ୍ତୁ କରୋନା ଖବର

Aren News

କିପରି ହେବ ଏବର୍ଷର ଶିତଳଷଷ୍ଠି ଯାତ୍ରା, ନିରବ ରହିଛି ପ୍ରଶାସନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |