ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୦-୧-୨୦୨୨((ସୋମବାର)) by Aren NewsJanuary 9, 20220 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹୧୦-୧-୨୦୨୨((ସୋମବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 ଅଦ୍ଯ ଧନୁ ଦି୨୬ନ,ଅଷ୍ଟମୀ ଦ୧୫।୬ ଦିଘ୧୨।୨୯,ରେବତୀ ଦ୭।୪୪ ଘ୯।୩୩,ମୀନ ଚନ୍ଦ୍ର ଦ୭।୪୪ ଘ୯।୩୩ 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ଧନୁ ଦ୪/୨୬/୩୬ ଇଂଘ୬/୨୭/୦୪ ଗତେ ଉଦୟ ମିଥୁନ ଦ୪/୩୫/୪୬ ଇଂଘ୫/୨୦/୦ ଗତେ ଅସ୍ତ । 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ଐଶାନ୍ୟେ । ଦିବା ଘ୧୨।୨ ୯ ଗତେ ପୂର୍ବେ । ଯାତ୍ରା ନାସ୍ତି । ଅଦ୍ୟ ଦିବା ଘ୧୨।୨୯ ମଧ୍ୟେ ଦେବତାଗଠନ,ନୈ।କାଗଠନ, ଔଷଧିକରଣ ଓ ଭକ୍ଷଣ,ହଳପ୍ରବାହ ଓ ବୀଜବପନ, ଧାନ୍ୟସ୍ଥାପନ,ବାଣିଜ୍ୟକରଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଧନୁ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।ଦିବା ଘ୯।୩୩ ଗତେ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବ ଭାଦ୍ର ରେବତୀ ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ଦିବା ଘ୭।୪୮ ଗତେ ଘ୯।୯ ମଧ୍ୟେ କାଳବେଳା । ଘ୨।୩୮ ଗତେ ଘ୩।୫୯ ମଧ୍ୟେ ବାରବେଳା । ରାତ୍ରି ଘ୧୦।୧୭ ଗତେ ଘ୧୧।୫୬ ମଧ୍ୟେ କାଳରାତ୍ରି । ନବମୀର ପାର୍ବଣ ଶ୍ରାଦ୍ଧ । ନାରିକେଳ ( ନଡ଼ିଆ) ଦିବା ଘ୧୨।୨୯ ଗତେ ଅଲାବୁ ( ଲାଉ ) ଭକ୍ଷଣ ନିଷେଧ । 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ) – ଦିବା ଘ୮।୩ ମଧ୍ୟେ ଘ୯।୩୯ ଗତେ ଘ୧୨।୪ ମଧ୍ୟେ ରାତ୍ରି ଘ୭।୪୪ ଗତେ ଘ୧୦।୫୬ ମଧ୍ୟେ ଘ ୨।୮ ଗତେ ଘ୨।୫୬ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। 🌹ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 🌹ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। 🌹କର୍କଟ: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି। 🌹ସି˚ହ: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ। 🌹କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। 🌹ତୁଳା : ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ। 🌹ବିଛା: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ। 🌹ଧନୁ: ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ। 🌹ମକର: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। 🌹କୁମ୍ଭ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ। 🌹ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।