ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୯-୧-୨୦୨୨((ରବିବାର)) by Aren NewsJanuary 8, 20220 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹୯-୧-୨୦୨୨((ରବିବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 ଅଦ୍ଯ ଧନୁ ଦି୨୫ନ,ସପ୍ତମୀ ଦ୧୧।୫୭ ଦିଘ ୧୧।୧୪,ଉତ୍ତରଭାଦ୍ର ଦ୩।୩୦ ଦିଘ୭।୫୧,ମୀନ ଚନ୍ଦ୍ର ଦ୬୦ ନିଶାନ୍ତ 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ଧନୁ ଦ୪/୧୫/୪୬ ଇଂଘ୬/୨୬/୫୧ ଗତେ ଉଦୟ ମିଥୁନ ଦ୪/୨୩/୪୪ ଇଂଘ ୫/୧୯/୨୨ ଗତେ ଅସ୍ତ । 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ବାୟବ୍ୟେ । ଦିବା ଘ୧୧।୧୪ ଗତେ ଐଶାନ୍ୟେ । ଦିବା ଘ୧୧।୧୪ ମଧ୍ୟେ ଯାତ୍ରା ଶୁଭ । ବାୟବ୍ୟେ, ପଶ୍ଚିମେ,ନୈରୃତେ ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ହଳପ୍ରବାହ ଓ ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ,ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୭।୫୧ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆଦ୍ରା ପୁଷ୍ୟା ମଘା। ପୁର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷ ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୩୦ ଗତେ ଘ୧।୧୨ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୩୦ ଗତେ ଘ୩।୯ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୧୧।୧୪ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ ।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଦିବା ଘ୧୧।୧୪ ଗତେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ । 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ)-ଦିବା ଘ୭।୧୫ ଗତେ ଘ୯।୩୯ ମଧ୍ୟେ ଘ୧୨।୫୧ ଗତେ ଘ୪।୩ ମଧ୍ୟେ ରାତ୍ରି ଘ୭।୪୮ ଗତେ ଘ୯।୧୯ ମଧ୍ୟେ ଘ୧୧।୪୩ ଗତେ ଘ୧।୧୯ ମଧ୍ୟେ ଘ୨।୭ ଗତେ ଘ୫।୧୯ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୫୧ ଗତେ ଘ୫।୧୯ ମଧ୍ୟେ । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।ଦୂରଯାତ୍ରା କରିବେ। 🌹ବୃଷ: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି। 🌹ମିଥୁନ: ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ। 🌹କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। 🌹ସି˚ହ: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। 🌹କନ୍ୟା: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। 🌹ତୁଳା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। 🌹ବିଛା: ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। 🌹ଧନୁ: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ। 🌹ମକର: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ। 🌹କୁମ୍ଭ: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 🌹ମୀନ: ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।