• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୭-୧୧-୨୦୨୧((ଶନିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୭-୧୧-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୨୭-୧୧-୨୦୨୧((ଶନିବାର))🌹
🌹{{ପ୍ରଥମାଷ୍ଟମୀ}}🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ବିଛା ଦି୧୨ନ,ଅଷ୍ଟମୀ ଦ୬୦ ନିଶାନ୍ତ।ମଘା ଦ୪୦।୪୭ ରାଘ ୧୦।୨୫,ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ ୧/୫୭/୦୦ ଇଂଘ୬/୦୫/୪୩ ଗତେ ଉଦୟ
ବୃଷ ଦ ୧/୫୬/୦୦ ଇଂଘ ୫/୨/୦୯ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।କର୍କଟ ଓ ମକର ରାଶିମାନଙ୍କର ଘାତଚନ୍ଦ୍ର | ବୃଷ,ସିଂହ ଓ କନ୍ୟା ରାଶି ମାନଙ୍କର ଘାତବାର । ରାତ୍ରି ଘ୧୦।୨୫ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆଦ୍ରା ପୁଷ୍ଯା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୭।୨୮ ମଧ୍ୟେ ଘ୩।୪୦ ଗତେ ଘ୫।୨ ମଧ୍ୟେ କାଳବେଳା । ଘ୧୨।୫୬ ଗତେ ଘ୨।୧୮ ମଧ୍ୟେ ବାରବେଳା । ରାତ୍ରି ଘ୬।୪୦ ମଧ୍ୟେ ଘ୪।୨୮ ଗତେ ଘ୬।୬ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୧୦।୨୫ ଗତେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ ।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନାରିକେଳ ( ନଡ଼ିଆ) ଭକ୍ଷଣ ନିଷେଧ ।ଅଦ୍ୟ ପ୍ରଥମାଷ୍ଟମୀ ଜ୍ୟେଷ୍ଠ ପୁତ୍ର ସ୍ଯାୟୁ ବଦ୍ଧନାର୍ଥେ କଳସେ ଗଣପତ୍ଯାଦି ପଞ୍ଚଦେବତା ପୂଜନଂ । ନବବସ୍ତ୍ର ପରିଧାନ ଓ ବନ୍ଦାପନାଦି । ଶ୍ରୀ ଲିଙ୍ଗରାଜ ଦେବଙ୍କ ପୋଡୁଆଁ ଯାତ୍ରା । ଶ୍ରୀମନ୍ଦିରେ ପ୍ରଥମାଷ୍ଟମୀ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୬।୫୪ ମଧ୍ୟେ ଘ୭।୪୨ ଗତେ ଘ୧୦।୬ ମଧ୍ୟେ ଘ୧୨।୩୦ ଗତେ ଘ୩।୪୨ ମଧ୍ୟେ ଘ୪।୩୦ ଗତେ ଘ୫।୨ ମଧ୍ୟେ ରାତ୍ରି ଘ୧୨।୧୪ ଗତେ ଘ ୧।୫୦ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧।୫୦ ଗତେ ଘ୨।୩୮ ମଧ୍ୟେ |
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩🌹
🌺🌺🌺🌺🌺🌺🌺🌺🌺🌺🌺🌺
🌹ମେଷ:

ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

🌹ବୃଷ:

ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖକର ହେବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

🌹ମିଥୁନ:

କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କର ସାମନା କରିବାକୁ ପଡ଼ିପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।

🌹କର୍କଟ:

ବଡ଼ଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ବିସ୍ତାର କରିପାରନ୍ତି। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ। ସମସ୍ୟାର ଅନ୍ତ ହେବ।

🌹ସିଂହ:

ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ କିଛି କହନ୍ତୁ ନାହିଁ। ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଉତ୍ତମ।

🌹କନ୍ୟା:

ରାଜନୀତିରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ।

🌹ତୁଳା:

ବ୍ୟବସାୟ ମାନ୍ଦା ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ।

ବିଛା:

ଅଧୁରା କାମ ସଂପୂର୍ଣ୍ଣ ହେବ। ସି‌ନେ କଳାକାରଙ୍କ ଲାଗି ଭଲ ଦିନଟିଏ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

🌹ଧନୁ:

ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ଜମି କିଣାବିକା ଲାଭଦାୟକ ହେବ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି।

🌹ମକର:

ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ।

🌹କୁମ୍ଭ:

ସାରାଦିନ ମନରେ ପ୍ରସନ୍ନତା ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

🌹ମୀନ:

ଲେଖକଙ୍କ ବିଚାରର ସମ୍ମାନ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ।

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୩-୭-୨୦୨୧((ଶୁକ୍ରବାର))

Aren News

ନୀଳଚକ୍ର ସାହିତ୍ୟ ସଂସଦର ସାରସ୍ୱତ ସମାରୋହ, କବିତା ଆସର

Aren News

ବୌଦ୍ଧ ଜିଲାରେ ବଢ଼ିଲା କରୋନା ସଂଖ୍ୟା, ଦିନକରେ ୬୫ ଜଣ ଓ ରାଜ୍ୟରେ ୬୯୯୮ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |