• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୫-୧୧-୨୦୨୧((ଗୁରୁବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୫-୧୧-୨୦୨୧((ଗୁରୁବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୨୫-୧୧-୨୦୨୧((ଗୁରୁବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ଦି୧୦ନ,ଷଷ୍ଠୀ ଦ୫୬।୧୯ ରାଘ୪।୩୭,ପୁଷ୍ୟା ଦ୩୩।୧୬ ରାଘ୭।୨୩,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ ୧/୩୪/୪୦ ଇଂଘ୬/୦୪/୪୦ ଗତେ ଉଦୟ
ବୃଷ ଦ୧/୨୫/ ୨୦ ଇଂଘ୫/୦୨/୨୪ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ପଶ୍ଚିମେ ରାତ୍ରି ଘ୪।୩୭ ଗତେ ବାୟବ୍ଯେ । ଯାତ୍ରା ନାସ୍ତି । ଅଦ୍ଯ ଦେବତାଗଠନ,ନୌକାଗଠନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ରାତ୍ରି ଘ୭।୨୩ ଗତେ ମଘା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ଵିଜା ରୋହିଣୀ ଆଦ୍ରା ପୁଷ୍ୟା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୧୮ ଗତେ ଘ୫।୨ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୩୪ ଗତେ ଘ୧।୧୨ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୪।୩୭ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୭।୨୩ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ଵର୍ଣ ଓ ପୀତ ବସ୍ତ୍ର ଦାନ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବର୍ଣ୍ଣ ଶ୍ରାଦ୍ଧ । ନିମ୍ଭ ରାତ୍ରି ଘ୪।୩୭ ଗତେ ତାଳ ଭକ୍ଷଣ ନିଷେଧ । ଅଦ୍ୟ ମାର୍ଗଶୀର ଗୁରୁବାର ଓଷା ମାଣବସା ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) ଦିବା ଘ୭।୪୧ ମଧ୍ୟେ ଘ୨।୫ ଗତେ ଘ୩।୪୧ ମଧ୍ୟେ ରାତ୍ରି ଘ୫।୫୦ ଗତେ ଘ୯।୨ ମଧ୍ୟେ ଘ୧୧।୨୬ ଗତେ ଘ୨।୩୮ ମଧ୍ୟେ ଘ୩।୨୬ ଗତେ ଘ୫।୨ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ:

ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ଲାଗି ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

🌹ବୃଷ:

ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ। ତେବେ ମଧ୍ୟାନ୍ନ ପରେ ଅଯଥା ବ୍ୟୟ ହୋଇପାରେ ।

🌹ମିଥୁନ:

କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଶତଭିଷା ନକ୍ଷତ୍ରର ଆରୋଗ୍ୟଲାଭ, ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

🌹କର୍କଟ:

ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

🌹ସିଂହ:

ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

🌹କନ୍ୟା:

ଆଜି ଅର୍ଥସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନଶିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

🌹ତୁଳା:

ଆଜି କର୍ମକ୍ଷେତ୍ରରେ ଅସୁବିଧା ଅନୁଭବରୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। ଅଶ୍ଳେଷା ନକ୍ଷତ୍ରର କୌଣସି ଆମତ୍ମିୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।

🌹ବିଛା:

ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ।ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିବ।

🌹ଧନୁ:

ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବନାହିଁ।

🌹ମକର:

ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

🌹କୁମ୍ଭ:

ଆଜି ଆପଣ ନିଜର କାର୍ଯ୍ୟପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନବାହନ, ଗୃହସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ବେଶି ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି।

🌹ମୀନ:

ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସୀ ଅପରାହ୍ନକୁ ରହି ନ ପାରେ। ସଭାସମିତିରେ ସମ୍ମାନ୍‌ନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇପାରିବେ।

Related posts

ତଳମୁଁହା କରୋନା ! ବୌଦ୍ଧ ଜିଲାରେ ୩, ଜାଣନ୍ତୁ ଅନ୍ୟ ଜିଲାରେ ପଜିଟିଭ ଭାବେ କେତେ ଜଣ ଚିହ୍ନଟ ହେଲେ ?

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୬-୧୨-୨୦୨୧((ସୋମବାର))

Aren News

ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ଭଜନ ସିଡି ଓ ପୁସ୍ତକ ଲୋକାର୍ପଣ ଉତ୍ସବ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |