• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୧-୧୧-୨୦୨୧((ରବିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୧-୧୧-୨୦୨୧((ରବିବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୨୧-୧୧-୨୦୨୧((ରବିବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ବିଛା ଦି୬ନ,ଦ୍ବିତୀୟା ଦ୩୩।୪୬ରାଘ୭।୩୨,ରୋହିଣୀ ଦ୫।୧୫ ଦିଘ୮।୮,ବୃଷ ଚନ୍ଦ୍ର ଦ୩୯।୯ ରାଘ ୯।୪୨
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (IST)
ବିଛା ଦ୦/୫୦/୦୦ ଇଂଘ ୬/୦୨/୩୨ ଗତେ ଉଦୟ
ବୃଷ ଦ୦/୪୪/୪୪ ଇଂଘ ୫/୦୨/୫୬ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଉତ୍ତରେ ରାତ୍ରି ଘ୭।୩୨ ଗତେ ଅଗ୍ନିକୋଣେ ।ଯାତ୍ରା ଶୁଭ । ଉତ୍ତରେ, ବାୟବ୍ୟେ, ପଶ୍ଚିମେ ଯାତ୍ରା ନାସ୍ତି ।ଅଦ୍ୟ ରାତ୍ରି ଘ୯।୪୨ ଗତେ ମୃଗଶିରା ନକ୍ଷତ୍ର ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୮।୮ ଗତେ ଆଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୨ ଗତେ ମିଥୁନ କର୍କଟ ସିଂହ ଧନୁ ମକର ମୀନ ମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ଦିବା ଘ୧୦।୧୧ ଗତେ ଘ୧୨।୫୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୧ ଗତେ ଘ୨।୪୮ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ରାତ୍ରି ଘ୭।୩୨ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତ (ବୋଇତି କଖାରୁ) ରାତ୍ରି ଘ୭।୩୨ ଗତେ ପଟୋଳ ଭକ୍ଷଣ ନିଷେଧ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୬।୫୦ ଗତେ ଘ୯। ୧୪ ମଧ୍ୟେ ଘ୧୨।୨୬ ଗତେ ଘ୩।୩୮ ମଧ୍ୟେ ରାତ୍ରି ଘ୭୨।୭ ଗତେ ଘ୯।୩ ମଧ୍ୟେ ଘ୧୧।୨୭ ଗତେ ଘ୧।୩ ମଧ୍ୟେ ଘ୧।୫୧ ଗତେ ଘ୫।୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୨୬ ଗତେ ଘ୫।୩ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ: ସମୟସୀମା ମଧ୍ୟରେ ଅଫିସ କାର୍ୟ୍ୟ ସମାପ୍ତ କରିବେ। ଉପରସ୍ଥ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ।

🌹ବୃଷ: ସାଥୀଙ୍କ କଥାକୁ ଧୈର୍ୟ୍ୟ ଧରି ଶୁଣନ୍ତୁ। ସୁସମ୍ପର୍କ ବଜାୟ ରଖିବା ଲାଗି ତର୍କ କରନ୍ତୁ ନାହିଁ। ବାହାରକୁ ଗଲେ ସାବଧାର ରହନ୍ତୁ।

🌹ମିଥୁନ: ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

🌹କର୍କଟ: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

🌹ସି˚ହ: ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳାକାର-ସାହିତ୍ୟିକଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

🌹କନ୍ୟା: ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଅର୍ଥ ବିନିଯୋଗ କରିବାକୁ ଯୋଜନା କରିବେ।

🌹ତୁଳା: ପୂଜାପାଠରେ ସମୟ ବିତିବ। ଜରୁରୀ କାମ ନେଇ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପରାମର୍ଶ ମିଳିବ।

🌹ବିଛା: ସପରିବାର ଭଗବାନଙ୍କ ଆରାଧନା କରିବେ। ଧନସମ୍ପଦ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହେବ। ଅଫିସରେ ଯୁକ୍ତିତର୍କ ହୋଇପାରେ।

🌹ଧନୁ: ସାହି ପଡ଼ିଶା ଆପଣଙ୍କର ବ୍ୟବହାରରେ ଖୁସି ରହିବେ। ଧାର ଦେଇଥିବା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଜନକ ଫଳ ମିଳିବ।

🌹ମକର: ଆଶା ଅନୁଯାୟୀ ପରିବାର ଲୋକଙ୍କର ସାହାଯ୍ୟ ମିଳିନପାରେ। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ପରିତ୍ୟାଗ କରନ୍ତୁ।

🌹କୁମ୍ଭ: ନିଜକୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ।

🌹ମୀନ: ନୂଆ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଙ୍କୁ ଗୁରୁଜନଙ୍କ ସହଯୋଗ ମିଳିବ।

Related posts

୧୨ଟି ବସ୍ତାରେ ଥିବା ୪କୁଇଣ୍ଟାଲ ୨୫କେଜି ଗଞ୍ଜେଇ ଜବତ , ୨ ଅଭିଯୁକ୍ତ ଗିରଫ

Aren News

କଟକରେ ପୁଣି ବନ୍ଧୁକ ରାକେଟ ଠାବ, ୧୧ ବନ୍ଧୁକ ସହ ୫୧ ଗୁଳି ଜବତ, ୪ ଜଣ ଗିରଫ

Aren News

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୪ ଅଗଷ୍ଟ ୨୦୨୧ )

Aren News

ଏକ ମନ୍ତବ୍ୟ ଛାଡନ୍ତୁ |