• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୦-୧୧-୨୦୨୧((ଶନିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୦-୧୧-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୨୦-୧୧-୨୦୨୧((ଶନିବାର))🌹
🌹ଛାଡ଼ ଖାଇ ଓ ରୋହିଣୀ ପ୍ରତିପଦ ସ୍ନାନ🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ବିଛା ଦି୫ନ,ପ୍ରତିପଦ ଦ୨୭।୧୩ ଦିଘ୪।୫୫,ରୋହିଣୀ ଦ୬୦ ନିଶାନ୍ତ,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (IS.T)
ବିଛା ଦ୦/୩୮/୫୦ ଇଂଘ୬/୦୨/୨୦ ଗତେ ଉଦୟ
ବୃଷ ଦ୦/୩୩/୪୦ ଇଂଘ ୫/୦୩/୦୪ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ପୂର୍ବେ ଦିବା ଘ୪।୫୫ ଗତେ ଉତ୍ତରେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବୃଷ,ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୭।୨୫ ମଧ୍ୟେ ଘ୩।୪୦ ଗତେ ଘ୫।୩ ମଧ୍ୟେ କାଳବେଳା । ଘ୧୨।୫୪ ଗତେ ଘ୨।୧୭ ମଧ୍ୟେ ବାରବେଳା । ରାତ୍ରି ଘ୬।୪୦ ମଧ୍ୟେ ଘ୪।୨୫ ଗତେ ଘ୬‌।୨ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୪।୫୫ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ (ପାଣି କଖାରୁ) ଦିବା ଘ୪।୫୫ ଗତେ ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ଛାଡ଼ଖାଇ । ରୋହିଣୀ ପ୍ରତିପଦ ସ୍ନାନ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୬।୫୦ ମଧ୍ୟେ ଘ୭।୩୮ ଗତେ ଘ୧୦।୨ ମଧ୍ୟେ ଘ୧୨।୨୬ ଗତେ ଘ୩।୩୮ ମଧ୍ୟେ ଘ୪।୨୬ ଗତେ ଘ୫।୩ ମଧ୍ୟେ ରାତ୍ରି ଘ୧୨।୧୫ ଗତେ ଘ୧।୫୧ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ ୧।୫୧ ଗତେ ଘ୨।୩୯ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ:

କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଆପଣଙ୍କୁ ଲୋକେ ଧ୍ୟାନ ଦେଇ ଶୁଣିବେ। ବ୍ୟବସାୟରେ ଲାଭର ଅବସର ମିଳିବ।

🌹ବୃଷ:

ପୂଜାପାଠରେ ଅଧିକ ସମୟ ବିତିବ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

🌹ମିଥୁନ:

ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଧନଲାଭର ନୂଆ ମଉକା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

🌹କର୍କଟ:

କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କର ବୁଦ୍ଧି ବିରୋଧୀମାନଙ୍କୁ ଦୂରରେ ରଖିବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ।

🌹ସିଂହ:

କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ଲାଗିରହିଥିବା ସମସ୍ୟାର ସମାଧାନ କରିନେବେ। ସଂପର୍କୀୟଙ୍କୁ ଅଯଥା କଥା କହନ୍ତୁ ନାହିଁ।

🌹କନ୍ୟା:

ଜୀବନସାଥୀ ସହ ଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ମନପ୍ରାଣ ଢାଳି କାମ କଲେ ସନ୍ତୋଷଜନକ ଫଳ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

🌹ତୁଳା:

ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରର ସବୁ ଲୋକ କାମରେ ପରସ୍ପରଙ୍କୁ ସାହାଯ୍ୟ କରିବେ। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ।

🌹ବିଛା:

ନିଜର ପ୍ରଦର୍ଶନ ଦ୍ବାରା କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

🌹ଧନୁ:

ଶାନ୍ତ ମନରେ କାମ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ।

🌹ମକର:

ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ନୂଆ ବିଚାର ସହ କାମ କରନ୍ତୁ, ଯଥେଷ୍ଟ ଲାଭ ହେବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

🌹କୁମ୍ଭ:

ଆପଣଙ୍କ ଇଚ୍ଛା ପୂରଣ କରିବାର ଚେଷ୍ଟା ଫଳପ୍ରଦ ହେବ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ମିଳିବ।

🌹ମୀନ:

ସାରା ଦିନ ମନ ପ୍ରସନ୍ନ ରହିବ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଉନ୍ନତି ଦେବ। ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

Related posts

ମାରୱାଡି ଯୁବ ମଂଚର ରାଷ୍ଟ୍ରିୟ ସଭାପତି କପିଲ ଲାଖୋଟିଆଙ୍କ ବୌଦ୍ଧ ଗସ୍ତ, ଜନସେବା କାର୍ଯ୍ୟକୁ ଗୁରୁତ୍ୱ

Aren News

କରୋନା ଖବର, ରାଜ୍ୟରେ 3535 ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ 52

Aren News

ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |