• Home
  • ରାଜ୍ୟ
  • ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି
ଅନ୍ୟାନ୍ୟ ତାଜା ଖବର ଦେଶ- ବିଦେଶ ରାଜନୀତି ରାଜ୍ୟ

ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି

ଭୁବନେଶ୍ୱର / ବୌଦ୍ଧ – ୧୯/୧୧ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦେବ ଦୀପାବଳି ଓ ଗୁରୁ ନାନକ ଜୟନ୍ତୀରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାନେଇ ଘୋଷଣା କରିଛନ୍ତି। ଦୀର୍ଘ ଗୋଟିଏ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଲୋକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ। ଅଚାନକ ଦେଶକୁ ସମ୍ବୋଧନ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୁରୁ ନାନକ ଦେବଙ୍କ ଜୟନ୍ତୀରେ କେନ୍ଦ୍ର ସରକାର କୃଷି ଆଇନ ହଟାଇବା ନେଇ ଦେଶକୁ ସ୍ପଷ୍ଟ କରିଛନ୍ତି । ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାର ନେଇଥିବା ଏକ ବଡ଼ ପଦକ୍ଷେପରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି । ତେଣୁ ଏଭଳି ଏକ ମହତକଂକ୍ଷା ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଆପଣ ମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ଆଜି ଭଳି ପବିତ୍ର ଦିବସରେ ସମସ୍ତ ଚାଷୀ ଭାଇ ନିଜ ନିଜ ଘରକୁ ଫେରିବା ସହ ପୁଣି ଥରେ କ୍ଷେତକୁ ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା । ଆନ୍ଦୋଳନ, ହରକତ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ଏହାସହିତ ଆମ ତପସ୍ୟାରେ କମି ରହିଗଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକଙ୍କ ସ୍ୱାର୍ଥ ସାଧନରେ ଆଇନରେ ପରିଣତ ହୋଇଥିଲା ତିନୋଟି କୃଷି ଆଇନ । କୃଷକଙ୍କ ଆୟ ବୃଦ୍ଧି, ଏମଏସପି ବୃଦ୍ଧି, ବଜାରରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବୃଦ୍ଧି କରିବା ସହିତ କୃଷି ଉତ୍ପାଦିତ ପଦାର୍ଥକୁ ବିଶ୍ୱ ବଜାରରେ ପହଁଚାଇବା ଥିଲା କୃଷି ଆଇନର ଲକ୍ଷ୍ୟ । କିନ୍ତୁ ଏହି ନୂତନ କୃଷି ଆଇନକୁ କୃଷକ ସଂଗଠନ ଗୁଡ଼ିକ ବିରୋଧ କରିଥିଲେ । ଏମିତିକି ବର୍ଷାଧିକ କାଳ ଆନ୍ଦୋଳନ ଜାରି ରଖିଥିଲେ କୃଷକ ସଂଗଠନ । ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଯାହା କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଦ୍ୱିଧାରେ ପକାଇଥିଲା ।

Related posts

ନବରଙ୍ଗପୁର : ପୋଲିସ ହାଜତ ରୁ 3 ଅଭିଯୁକ୍ତ ଫେରାର

SASWAT

ବୌଦ୍ଧ : ବୁଲା ଗାଇଗୋରୁଙ୍କ ସୁରକ୍ଷା ଏବଂ ଦୁର୍ଘଟଣା ରୋକିବାକୁ ବିଜେପିର ଦାବୀ

Aren News

‘କୋଟିଏ ଟଙ୍କା ଲାଞ୍ଚ ନେଇ ଦାମୀ କାର୍‌ ଚଢ଼ୁଛନ୍ତି ଜିଲ୍ଲାପାଳ’ – ପ୍ରଦୀପ ମାଝୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |