ଅନ୍ୟାନ୍ୟ ତାଜା ଖବର ରାଜ୍ୟଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୮-୧୧-୨୦୨୧((ଗୁରୁବାର)) by Aren NewsNovember 17, 20210 Share0 🌹 ମହାବୀର ପଞ୍ଚାଙ୍ଗ🌹 🌹୧୮-୧୧-୨୦୨୧((ଗୁରୁବାର))🌹 🌺🌺🌺🌺🌺🌺🌺🌺🌺🌺🌺🌺 ଅଦ୍ଯ ବିଛା ଦି୩ନ,ଚତୁର୍ଦ୍ଦଶୀ ଦ୧୪।୫୧ ଦିଘ୧୧।୫୭ ଦ୍ଵିଜା ଦ୫୦।୨୦ ରାଘ ୨।୯ ମେଷ ଚନ୍ଦ୍ର ଦ୬୦ ନିଶାନ୍ତ 🌺🌺🌺🌺🌺🌺🌺🌺🌺🌺🌺🌺 ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ବିଛା ଦ୦/୧୬/୩୦ ଇଂଘ ୬/୦୦/୪୬ ଗତେ ଉଦୟ ବୃଷ ଦ୦/୧୩/୦୦ ଇଂଘ ୫/୦୩/୨୮ ଗତେ ଅସ୍ତ 🌺🌺🌺🌺🌺🌺🌺🌺🌺🌺🌺🌺 ଯୋଗିନୀ ପଶ୍ଚିମେ ଦିବା ଘ୧୧।୫୭ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର ।ରାତ୍ରି ଘ୨।୯ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବାଘ୨।୧୭ ଗତେ ଘ୫।୩ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୩୧ ଗତେ ଘ୧।୮ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୨।୯ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦଶମାସ ରାତ୍ରି ଘ୨।୯ ଗତେ ସମ୍ବ ସର ଗଣ୍ଡଦୋଷ । ସ୍ଵର୍ଣ ଓ ପୀତ ବସ୍ତ୍ର ଦାନ । ପୂର୍ଣ୍ଣିମାର ପାର୍ବଣ ଶ୍ରାଦ୍ଧ । ମାଷ (ବିରି) ଦିବା ଘ୧୧।୫୭ ଗତେ ସ୍ତ୍ରୀ ତୈଳ ବର୍ଜନ ମସ୍ଥ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ । କେଦାର ବ୍ରତ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଲକ୍ଷ୍ମୀ ନୃସିଂହ ବେଶ ଓ ଡାଳିକିଆ ବେଶ । ଅଦ୍ୟ ମାର୍ଗଶୀର ଗୁରୁବାର । 🌺🌺🌺🌺🌺🌺🌺🌺🌺🌺🌺🌺 (ଅମୃତ) – ଦିବା ଘ୭।୩୭ ମଧ୍ୟେ ଘ୨।୧ ଗତେ ଘ୩।୩୭ ମଧ୍ୟେ ରାତ୍ରି ଘ୫।୫୧ ଗତେ ଗ୯।୩ ମଧ୍ୟେ ଘ୧୧।୨୭ ଗତେ ଘ୨।୩୯ ମଧ୍ୟେ ଘ୩।୨୭ ଗତେ ଘ୫।୩ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି । 🌺🌺🌺🌺🌺🌺🌺🌺🌺🌺🌺🌺 🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹 🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹 🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹 🌹ଦୂରଭାଷା-୯୪୩୭୭୯୮୯୩୩,୯୯୩୭୦୬୭୦୫୦🌹 🌺🌺🌺🌺🌺🌺🌺🌺🌺🌺🌺🌺 🌹ମେଷ: ବାପାଙ୍କର ସ୍ନେହ ପାଇବେ। କୌଣସି କାମରେ ଆପଣଙ୍କ ସମ୍ମୁଖକୁ ବଡ଼ ଚ୍ୟାଲେଞ୍ଜ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ। 🌹ବୃଷ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀ ନିଜର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। 🌹ମିଥୁନ: ଓକିଲଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବନ୍ଧୁ ସହ ଫୋନରେ କଥା ହେବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଜୀବନସାଥୀ ଙ୍କ ସହ ଘରେ ସିନେମା ଦେଖିବେ। 🌹କର୍କଟ: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। 🌹ସିଂହ: ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ଲାଗି ଘର ଲୋକଙ୍କ ସହ କଥା ହେବେ। 🌹କନ୍ୟା: ଆପଣ ଆଜି ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। ତରବରିଆ ଭାବେ କାମ କଲେ ଭୁଲ୍ ହୋଇପାରେ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ ଧନଲାଭ ହେବ। 🌹ତୁଳା: ଆପଣଙ୍କ ଲାଗି ଯେଉଁ ଜିନିଷ ମହତ୍ତ୍ବପୂର୍ଣ୍ଣ ତା’ ଉପରେ ଗୁରୁତ୍ବ ଦିଅନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ପାରିବାରିକ ଜୀବନ ଆନନ୍ଦମୟ ହେବ। 🌹ବିଛା: କୌଣସି ବନ୍ଧୁଙ୍କୁ ମନର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। 🌹ଧନୁ: ନିବେଶ ଲାଗି ଭଲ ଦିନଟିଏ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରୋଇ କଂପାନିରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 🌹ମକର: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। କୌଣସି କଲେଜରେ ବକ୍ତୃତା ଦେବା ଲାଗି ଡାକରା ଆସିବ। ବାପା ମାଆଙ୍କ ଆଶୀର୍ବାଦ ନିଅନ୍ତୁ ସଫଳତା ପାଇବେ। 🌹କୁମ୍ଭ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ। 🌹ମୀନ: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବାର ଆଶା ବଢ଼ିବ।