• Home
  • ରାଜ୍ୟ
  • ବିଭିନ୍ନ ଦାବୀ ନେଇ ଜିଲାପାଳଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବୀ ପତ୍ର ପ୍ରଦାନ
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

ବିଭିନ୍ନ ଦାବୀ ନେଇ ଜିଲାପାଳଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ବୌଦ୍ଧ / ଏରନ୍ ନ୍ୟୁଜ / ୧୦-୧୧ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦର ମାନ୍ୟତା ନେଇ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବାକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ରାଜ୍ୟ ସରକାର ପୌର ନିର୍ବାଚନ ନେଇ ପ୍ରସ୍ତୁତି ସହିତ ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରକାଶ କରିସାରିଥିବାବେଳେ ବୌଦ୍ଧ ଜିଲାବାସୀଙ୍କ ଦାବି ସଂପର୍କରେ କୌଣସି ନିଷ୍ପତି ଘୋଷଣା କରିନାହାନ୍ତି । ବୌଦ୍ଧକୁ ପୌର ପରିଷଦର ମାନ୍ୟତା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଜିଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପ୍ରତାପ କୁମାର ପଣ୍ଡା,ତାରେଣି କୁମାର ଜେନା, ଅର୍ଜୁନ ମହାନନ୍ଦିଆ ଓ ପ୍ରଦିପ ଦାସ ପ୍ରମୁଖ ଉପସ୍ଥିିତ ଥିଲେ ।

 

 

Related posts

Hardik Pandya set to return in Indian side for South Africa ODIs

admin

କରୋନା ଖବର, ବୌଦ୍ଧ ରେ ୪ ଜଣ ଓ ରାଜ୍ୟରେ ୧୭୮୪ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୪-୨୦୨୧((ବୁଧବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |