• Home
  • ରାଜ୍ୟ
  • ବୌଦ୍ଧ ଜିଲା ମୁଖ୍ୟ ଖବର – ୨୧ ଅକ୍ଟୋବର୨୦୨୧
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ବୌଦ୍ଧ ଜିଲା ମୁଖ୍ୟ ଖବର – ୨୧ ଅକ୍ଟୋବର୨୦୨୧

📌 ମମିତା ମେହେରଙ୍କୁ ନିର୍ମମ ଭାବେ ଜିଅନ୍ତା ପୋଡ଼ି ହତ୍ୟା ଘଟଣାରେ ଗୋବିନ୍ଦ ସାହୁ ଏକ ମୋହରା ମାତ୍ର ବୋଲି ବୌଦ୍ଧ ଜିଲା ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି l
📌 ତଦନ୍ତରେ ସ୍ୱଚ୍ଛତା ଆଣିବା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବର୍ଖାସ୍ତ କରାଯାଇ ଗିରଫ କରିବାକୁ ଦାବି କରି ଜିଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
📌 ଜିଲା ମହିଳା କଂଗ୍ରେସ ସଭାପତି କବିତା ମହାକୁଳଙ୍କ ନେତୃତ୍ୱରେ ଏସପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
📌 ଜିଲାରେ ସର୍ବ ପୁରାତ୍ତନ ପିଠ ମା ମାହେଶ୍ୱରୀ ମନ୍ଦିର ବାମଣ୍ଡା ଠାରେ କୁମାର ପୁର୍ଣିମାରେ ଶୋଳ ପୂଜାର ଉଦଯାପନୀ ଉତ୍ସବରେ ଛତ୍ର ଯାତ୍ରା ଅନୁଷ୍ଠିତ ହୋଇଛି l
📌 ଡ଼ୁମାଳ ସମାଜ କେନ୍ଦ୍ର କମିଟି ସଭାପତି ଗରୁଡ଼ ପ୍ରଧାନ, ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, ସହ ସମ୍ପାଦକ ଦୁର୍ଯ୍ୟୋଧନ ବିଶି ପ୍ରମୁଖ ଗ୍ରାମବାସୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ l
📌 ହରଭଂଗା ବ୍ଲକ ଦେବଗଡ଼ ଗ୍ରାମରେ କୁମାର ପୁର୍ଣିମା ଅବସରରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି l ଗଜଲକ୍ଷ୍ମୀ ପୂଜା ୫ ଦିନ ଧରି ଅନୁଷ୍ଠିତ ହେବ l
📌 ଏଥିରେ ଶ୍ରୀ କାନ୍ତ କଅଁର ଓ ତାଙ୍କ ପତ୍ନୀ କର୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଶିବ ନାରାୟଣ ହୋତା ପୂଜାକର୍ଯ୍ୟ ସମ୍ପାଦନ କରିଥିଲେ।
📌 ଗଜଳଷ୍ମୀ ପୂଜା ଅଵସରରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ ଖମାରିପଡା ରେ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାସ ଭାବେ ବନ୍ଦିତା ନାଏକ ରାମାୟଣ ଗାନ କରିଥିଲେ।
📌 ମଧୁପୁର ବସଷ୍ଟାଣ୍ଡରେ ମଧୁସୂଦନ ଦାସ ଓ କମଲପୁର ଗ୍ରାମରେ ଅନୁଷ୍ଠିତ ରାମାୟଣ ପରାୟଣରେ ଅଳକା ଦାସ ପରାୟଣ ଗାନ କରିଥିଲେ।
📌 ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ପାଳନ ସହିତ ଗୋସୁରକ୍ଷା ଉପରେ ଏକ କର୍ମଶଳା ଆୟୋଜିତ ହୋଇଥିଲା l
📌 ନିର୍ଗୁଣ ମହାକୁଡ଼ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମଶାଲାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର , ମୁଖ୍ୟ ବକ୍ତା ଭାବେ ବାବା ମଧୁସୂଦନ ଦାସ ଯୋଗ ଦେଇ ଗୋମାତାଙ୍କ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ l
📌 ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଏବେ ଦେଶ ସାରା ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଚାଲୁ ରହିଛି l
📌 ହରଭଂଗା ବ୍ଲକ ପ୍ରଶାସନ ପକ୍ଷରୁ ସରସରା ପଂଚାୟତ ର ମାଉଳସିଂଗା ଗ୍ରାମରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ର ଶୁଭାରମ୍ଭ କରାଯାଇଛି l 📌 ମୁଖ୍ୟ ଅତିଥି ଭାବେ DRDA ପିଡି ବବିତା ଦଳବେହେରା , ବିଡ଼ିଓ ସୁବାଷ ଜାନି , ପଂଚାୟତ ପ୍ରତିନିଧି ପ୍ରମୁଖ ଗ୍ରାମବାସୀଙ୍କ ସହ ମିଶି ଗ୍ରାମରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ସଂଗ୍ରହ କରି ଥିଲେ l
📌 ବୌଦ୍ଧଜିଲା ପାଣ ଗଣ୍ଡା ସମାଜର ବିକାଶ ପରିଷଦର ଚିନ୍ତନ ବୈଠକ ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ଆମ୍ବତୋଟାଠାରେ ଅନୁଷ୍ଠିତ ।
📌 ଜିଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ଜିଲା ପାଣ ଗଣ୍ଡା ସମାଜର ଉପଦେଷ୍ଟା ଆଇନଜିବୀ ସତ୍ୟ ନାରାୟଣ ବେହେରା ମୁଖ୍ୟଅତିଥି ଭାବରେ ଓ ସମାଜସେବୀ ସୁଜନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
📌 ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ସ୍ୱାଗତ ଭାଷଣ ଓ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
📌 ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନବାଗତା ଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ୱାଗତ ସଭା ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
📌 ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନବାଗତା ଛାତ୍ରୀ ତଥା ଅଭିଭାବକମାନଙ୍କୁ ନୂତନ ପାଠ୍ୟକ୍ରମ ଏବଂ ପରିବର୍ତ୍ତିତ ପରୀକ୍ଷା ପଦ୍ଧତି ସଂପର୍କରେ ଅବଗତ କରାଯାଇଥିଲା ।
📌 ହରଭଙ୍ଗା ଥାନା ଅର୍ନ୍ତଗତ ମହାଲିକପଡା ଗ୍ରାମରେ ଅବକାରୀ ବିଭାଗ ଚଢଉ କରି ଦେଶୀ ମହୁଲି ମଦ ସହ ମହାଲ୍ଲିକପଡା ଗ୍ରାମର ନକୁଳ ରଣା ଙ୍କୁ ଗିରଫ କରିଛି ।

Related posts

କରୋନା ପଜିଟିଭ ସଂଖ୍ୟା – ରାଜ୍ୟ ରେ ୧ ଲକ୍ଷ ଟପିଲା ଓ ବୌଦ୍ଧ ରେ ୬୦୦ ରେ ପହଁଚିଲା

Aren News

ବୌଦ୍ଧ ଜିଲ୍ଲା ବସକର୍ମଚାରୀ ସଂଘ ଗଠନ

Aren News

ମୁନିଗୁଡା ପୋଲିସକୁ ବଡ଼ ସଫଳତା, ୪୪ ବ୍ୟାଗ୍ ରେ ୬୫୩ କେଜି ଗଞ୍ଜେଇ ଜବତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |