• Home
  • ରାଜ୍ୟ
  • ବୌଦ୍ଧ ଜିଲା ମୁଖ୍ୟ ଖବର – ୨୦ ଅକ୍ଟୋବର୨୦୨୧
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ବୌଦ୍ଧ ଜିଲା ମୁଖ୍ୟ ଖବର – ୨୦ ଅକ୍ଟୋବର୨୦୨୧

👉 ବୌଦ୍ଧ ଜିଲାରେ ଗୋଟିଏ ଦିନରେ ୧୮ ଜଣ ସଂକ୍ରମିତ ଚିହ୍ନଟ ହେବା ଜିଲାବାସୀଙ୍କୁ ତୃତୀୟ ଲହର ନେଇ ସତର୍କ କରାଇଦେଇଛି ।
👉 ବୁଧବାର ଦିନ ଜିଲାରୁ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି , ସେମାନଙ୍କ ମଧ୍ୟରୁ ଜିଲାର ବୌଦ୍ଧ ବ୍ଳକରୁ ୯ ଜଣ , ହରଭଙ୍ଗା ବ୍ଳକରୁ ୮ ଜଣ ଓ ସୋନପୁର ଜିଲାର ଜଣେ ବ୍ୟକ୍ତି ବୌଦ୍ଧ ଆସି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
👉 ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ୬ ଦିନ ପର୍ଯ୍ୟନ୍ତ ଶବକୁ ଘରେ ରଖି ସେ ପୁଣି ଜିବିତ ହୋଇଉଠିବେ ବୋଲି ପରିବାରଲୋକ ଗୁଣିଗାରେଡି ଓ ପୂଜା ପାଠ କରିବା ପରେ ଶେଷରେ ପ୍ରକୃତିର ସତ୍ୟ ଆଗରେ ସେମାନଙ୍କୁ ହାର ମାନିବାକୁ ପଡିଛି ।
👉 ମୃତ୍ୟୁର ୬ ଦିନ ପରେ ପରମ୍ପରା ମୁତାବକ ଶବ ସତ୍କାର କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବୌଦ୍ଧ ବ୍ଲକ ସମ୍ମୁଖରେ ଥିବା ମୁରୁଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ହରିଜନ ବସ୍ତିରେ ।
👉 ବୌଦ୍ଧ ଭୈରବୀ ବଜାରରେ କାଳୀପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ପୂଜା ଆୟୋଜନ ପାଇଁ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।
👉 କଣ୍ଟାମାଳବ୍ଲକ ବଉଲସିଙ୍ଗାଠାରେ ଡୁମାଲ ସମାଜର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ଷୋଡଶ ପୂଜାର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଛି ।
👉 ଏହି ଅବସରରେ ଡୁମାଲ ସମାଜର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ମଧ୍ୟ ମାହେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ।
👉 କଣ୍ଟାମାଳ ବ୍ଲକ ଲୋକାପଡାରେ ଦୀର୍ଘ ୪ ଦିନ ଧରି ପାଳିତ ହୋଇ ଆସୁଥିବା ମା ଖମ୍ବେଶ୍ୱରୀ ଯାତ୍ରା ଶେଷ ହୋଇ ଯାଇଛି ।
👉 ଦୀର୍ଘ ୨୦୦ ବର୍ଷ ପୂର୍ବରୁ କନ୍ଧ ସଂପ୍ରଦାୟ ତରଫରୁ ଆରମ୍ଭ ହୋଇଥିବା ଯାତ୍ରା ନିଜ ପରମ୍ପରା ବଜାୟ ରଖିଛି ।
👉 ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ୍ ସ୍ଥାନରୁ ଆସିଥିବା ମାନସିକଧାରୀ ମାନଙ୍କ ଦ୍ୱାରା ୪୦ରୁ ଉର୍ଦ୍ଧ୍ୱ ବଳି ପଡିଥିଲା ।
👉 କନ୍ଧମାଳ ଜିଲା ସୁଡରୁକୁମ୍ପା ଥାନା ଅନ୍ତର୍ଗତ ବୌଦ୍ଧ ଜିଲା ସୀମାନ୍ତ ଗେଟାମୁଣ୍ଡା ଗ୍ରାମ ଠାରେ ଏକ ଅଜଣା କାର ଧକ୍କା ରେ ୪ ବର୍ଷର ଶିଶୁ ମୃତ ।
👉 ଗେଟାମୁଣ୍ଡା ଗ୍ରାମର ବିଛନ୍ଦ ପ୍ରଧାନଙ୍କ ପୁଅ ବିନାୟକ କୁରକୁରି କିଣି ରାସ୍ତା ପାର ହେଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା ।
👉 ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
👉 ମମିତା ମେହେରଙ୍କୁ ନିର୍ମମ ଭାବେ ଜିଅନ୍ତା ପୋଡ଼ି ହତ୍ୟା ଓ ପରେ ତାକୁ ମାଟି ତଳେ ପୋତି ଦେବା ଘଟଣାରେ ବୌଦ୍ଧ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
👉 ବିଜେପି ମହିଳା ମୋର୍ଚା ଜିଲା ସଭାପତି ମୀନାରାଣୀ ମିଶ୍ରଙ୍କ ନେତୃତ୍ୱରେ କର୍ମକର୍ତା ଓ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
👉 ମମିତା ମୃତ୍ୟୁ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନ୍ଦେହ ଘେରକୁ ଆସିବା ପରେ ତାଙ୍କର ବହିଷ୍କାର ଦାବି କରି ବୌଦ୍ଧ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଖିଳ ଭାରତୀୟ ଯୁବ ମହାସଂଘ l
👉 ବାମପନ୍ଥୀ ନେତା ଅବକାଶ ସାହୁ ଙ୍କ ନେତୃତ୍ୱରେ ମହାସଂଘର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ l
👉 ବୌଦ୍ଧ ସହର ସମେତ ଜିଲାର ଗ୍ରାମଚଂଳରେ ପାରମ୍ପରିକ ରିତିନିତି ସହ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି । ସହରର ୩ ଗୋଟି ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି ।
👉 ଲକ୍ଷ୍ମୀ ବଜାର ତରଫରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ଅଶୋକ କୁମାର ଭାମି ବସିଥିବା ବେଳେ ପୂଜକ ମାନସ ମିଶ୍ର ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।
👉 ପଲସାଗୁଡା ଠାରେ ସ୍ୱସ୍ତିକ କ୍ଳବ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେଉଛି । ପୂଜାରେ କର୍ତାଭାବେ ରଂଜନ ମିଶ୍ର , ଧର୍ମପତ୍ନୀ ସୁଜାତା ମିଶ୍ରଙ୍କ ଦାୟିତ୍ୱ ତୁଲାଉଛନ୍ତି ।
👉 ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମର ମା ମାହେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ୧୪ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଏଥିରେ ଅନୀଲ ପ୍ରଧାନ ଓ ତାଙ୍କ ପତ୍ନୀ ଲୋପାମୁଦ୍ରା ପ୍ରଧାନ କର୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ଗୌରୀକାନ୍ତ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
👉 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଠାରେ ମାଁ ସିଂହ ବାହିନୀ ଯୁବକ ସଙ୍ଘ ଅନୁକୁକୁଲ୍ୟରେ ଇଷ୍ଟଦେବୀ ମାଁ ଦୁର୍ଗା ଙ୍କ ନିଶାରାତ୍ରୀ ପୂଜା ଅନୁଷ୍ଠିତ ହୋଇଛି ।
👉 ନିଶାରାତ୍ରୀ ପୂଜା ରେ ରଡ଼ ନିଆଁରେ ଖାଲି ପାଦରେ ଚାଲିବା ସହ ବେଲ ଗଛର କଣ୍ଟାରେ ପ୍ରସ୍ତୁତ ହେଇଥିବା ଦୋଳିରେ ଶ୍ରଦ୍ଧାଳୁ ମାନେ ଝୁଲିଥିଲେ ।
👉 ଏହି ନିଶାରାତ୍ରୀ ପୂଜାରେ ମାନସିକ ରଖିଲେ ଅବିଳମ୍ବେ ମାନସିକ ପୂରଣ ହୁଏ ବୋଲି ଆଡେଣିଗଡ଼ ଗ୍ରାମବାସୀ ଓ ଦୂର ଦୁରନ୍ତରରୁ ଆସିଥିବା ଶ୍ରଦ୍ଧାଳୁ ମାନେ ମତ ଦିଅନ୍ତି ।
👉 ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଗ୍ରାମର ଡାକଘରେ ସବୁବେଳେ ତାଲା ପଡ଼ିଥିବା ନେଇ ଅଭିଯୋଗ ହୋଇଛି |
👉 ଗବଜୋର ଡାକଘର ଅଧୀନ ରେ ଥିବା ୧୦ରୁ ଅଧିକ ଗାଁ ଗୁଡିକର ଲୋକେ ଏହି ଡାକଘର ଉପରେ ସବୁବେଳେ ନିର୍ଭର କରିଥାନ୍ତି |କିନ୍ତୁ ଡାକଘର ବନ୍ଦ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି |
👉 କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି ।
👉 ପ୍ରତିବର୍ଷ ଆଶ୍ବିନ ମାସ କୁମାର ପୂର୍ଣ୍ଣିମା ଦିନ ଏହି ଯାତ୍ରା ପ୍ରବଳ ଜନ ସମାଗମରେ ପାଳିତ ହୋଇ ଆସୁଅଛି ।
👉 ମନମୁଣ୍ଡା ପଂଚାୟତ ଭଳିଆପଦର ମା ମାହେଶ୍ୱରୀ ପୀଠ ରେ ଡୁମ୍ବାଲ ସମାଜ ପକ୍ଷରୁ ଆଜି ଆଶ୍ୱିନ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
👉 ମନମୁଣ୍ଡା ପଂଚାୟତ ନୂର୍ପା ଠାରେ ଆଜି ଚାରି ଇଷ୍ଟ ଦେବୀ ମା କଙ୍କାଳି, ମା ସମଲେଶ୍ବରୀ , ମା ଠାକୁରାଣୀ ଓ ମା କାଳୀ ଙ୍କ ଆଶ୍ୱିନ ପୂର୍ଣ୍ଣିମା ଛତ୍ର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।
👉 ଦେବଗଡ଼ ଗ୍ରାମରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି , ୫ ଦିନ ଧରି ମାଁ ପୂଜା କରାଯିବା ପରେ ବିସର୍ଜନ କରାଯିବ l
👉 ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ବୈଦ୍ୟନାଥପୁର ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ୧୫ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଅଛି।
👉 ଏଥିରେ ଗୋବିନ୍ଦ ଦନାୟକ ଓ ତାଙ୍କ ପତ୍ନୀ ସୁବିଧା ନାୟକ କର୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ବସନ୍ତ ତ୍ରିପାଠୀ ପୂଜାକର୍ଯ୍ୟ ସମ୍ପାଦନ କରିଥିଲେ।

Related posts

କରୋନା ଖବର, ରାଜ୍ୟରେ ୩୪୦୮ ଜଣ , ବୌଦ୍ଧରେ ୨୮ କରୋନା ପଜିଟିଭ ଚିହ୍ନଟ

Aren News

୪ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ପରେ ହତ୍ୟା ଧମକ

Aren News

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ବାତ୍ୟାର କରାଳ ଦୃଶ୍ୟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |