• Home
  • ରାଜ୍ୟ
  • ବୌଦ୍ଧ ଜିଲା ମୁଖ୍ୟ ଖବର – ୧୯ ଅକ୍ଟୋବର୨୦୨୧
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ବୌଦ୍ଧ ଜିଲା ମୁଖ୍ୟ ଖବର – ୧୯ ଅକ୍ଟୋବର୨୦୨୧

👉 ଜିଲା ପ୍ରଶାସନ ନିଦ୍ରାରେ । ବୌଦ୍ଧ ଜିଲ୍ଲାରେ ଇ-ଶ୍ରମ କାର୍ଡ ନାମରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ।
👉 ସରକାର ଇ-ଶ୍ରମ କାର୍ଡ ପାଇଁ ପଂଜିକରଣ ମାଗଣା କରାଯିବାର ବ୍ୟବସ୍ଥା କରିଥିବା ବେଳେ ହିତାଧିକାରୀଙ୍କ ଠାରୁ କାର୍ଡ ପିଛା ଏକ ଶହରୁ ଦେଢଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି ।
👉 ବୌଦ୍ଧ ଜିଲା ରେ ବନ୍ୟଜନ୍ତୁ ଙ୍କ ଅବାଧ ଶିକାର ହେଉଥିବା ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗର ନିଦ୍ରା ଭଙ୍ଗ ହେଉନାହିଁ l
👉 ଭୁବନେଶ୍ୱର ଏସ୍ଟିଏଫ୍ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଛକ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ।
👉 ଗିରଫ ବ୍ୟକ୍ତିଜଣକ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗ୍ରାମର ଗଣରାମ ଭୋଇଙ୍କ ପୁଅ ଜୀବର୍ଦ୍ଧନ ଭୋଇ ।
👉 ଏସ୍ଟିଏଫ ଟିମ୍ କପାସିରା ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଛକରେ ଏକ ବସ୍ତା ଧରି ଛିଡ଼ା ହୋଇଥିବା ଜୀବର୍ଦ୍ଧନ ପାଖରେ ଅଟକି ଥିଲେ ।
👉 ଜୀବର୍ଦ୍ଧନ ଧରିଥିବା ବସ୍ତାକୁ ଉକ୍ତ ଟିମ୍ ଯାଞ୍ଚକରିବାରୁ ସେଥିରୁ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା ।
👉 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଜଗନ୍ନାଥ ବନପ୍ରକଳ୍ପ ଠାରେ “ଓଡିଶା ଡ୍ରାଇଭର ମହାସଂଘ ” ରାମଗଡ଼ ପଂଚାୟତର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି l
👉 ସଂଘର ସଭାପତି ଆରଣ୍ୟ ସେଠିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ସମୟରେ ଓ ପରବର୍ତୀ ସମୟରେ ଡ୍ରାଇଭର ମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଆଲୋଚନା କରିଥିଲେ l
👉 ସରକାର ସେମାନଙ୍କ ଦାବି ଶୀଘ୍ର ପୁରଣ ନକଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଓଡିଶା ଡ୍ରାଇଭର ମହାସଂଘ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବ ବୋଲି ଘୋଷଣା କରାଯାଇଥିଲା l
👉 ବୌଦ୍ଧ ଜିଲ୍ଲା ସରସରା ଠାରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ପଞ୍ଚାୟତ ସ୍ତରୀୟ ମହିଳା ଜନ ପ୍ରତିନିଧି ଓ ଗଣ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ।
👉 କର୍ମଶାଳାରେ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଥିଲା ।
👉 ପଞ୍ଚାୟତର ମହିଳା ଜନ ପ୍ରତିନିଧିମାନେ ନିଜର କାର୍ଯ୍ୟକାଳ ମଧ୍ୟରେ ନିଜ ଅଞ୍ଚଳରେ କରିଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
👉 ଆଗାମୀ ଦୁଇ ତାରିଖ ରେ ବିଧାନସଭା ସମ୍ମୁଖରେ ହେବାକୁଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ କଂଟାମାଳ ବ୍ଳକ ଗାଁସାଥି ସଦସ୍ୟ ମାନେ ସାମିଲ ହେବେ l
👉 ଏ ନେଇ ଆମ୍ବଗାଁ ଠାରେ ଏକ ପ୍ରସ୍ତୁତି ବୈଠକ ସଭାପତି ଠାକୁର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁ୍େଠିତ ହୋଇଅଛି ।
👉 ହରଭଙ୍ଗା ବ୍ଲକ ଗାଁ ସାଥି ସଂଘ ତରଫରୁ ଏକ ସାଙ୍ଗଠନିକ ବୈଠକ ପୁରୁଣାକଟକ ପଂଚାୟତ ଅଫିସ ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ଅଖଣ୍ଡ ଭବସାଗରଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଛି. l
👉 ବୈଠକରେ ବିଧାନସଭା ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ହରଭଙ୍ଗା ବ୍ଲକ ଗାଁ ସାଥି ସଂଘ ସଦସ୍ୟ ମାନେ ସାମିଲ ହେବା ନେଇ ଘୋଷଣା କରାଯାଇଥିଲା l
👉 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମର ଏକ ବାଇକ ସିଟ ତଳୁ ବିରାଟ କାୟ ନାଗସାପ ଆଜି ଉଦ୍ଧାର କରାଯାଇଛି!
👉 ଧଳପୁର ଗ୍ରାମର ଚିନ୍ମୟ ପ୍ରଧାନଙ୍କ ଗାଡିର ସିଟ ତଳୁ ଏହି ସାପଟିକୁ ଉଦ୍ଧାର କରାଯାଇଛି!
👉 ଗାଡି ତଳୁ ସାପ ଶବ୍ଦ ଆସିବାରୁ ସନ୍ଦେହ କରି ଗ୍ରାମର ସାପ ଧରାଳି IRB ଯବାନ ବିକାଶ ଦେହୁରୀକୁ ଖବର ଦେଇଥିଲେ!
👉 ବିକାଶ ସିଟ ଖୋଲି ସିଟ ତଳୁ ୪ ଫୁଟ ଲମ୍ବ ର ନାଗସାପ ଉଦ୍ଧାର କରି ଗାଡିର ଡ଼ିକିରେ ସାପ କୁ ପୁରାଇ ଧଳପୁର ଗ୍ରାମ୍ୟ ଜଙ୍ଗଲ ରେ ଛାଡ଼ିଦେଇଥିଲେ!
👉 ବୌଦ୍ଧ ଜିଲ୍ଲା ଡୁମାଳ ସମାଜର ବାଉଁଶୁଣି କେନ୍ଦ୍ର ଅର୍ନ୍ତଗତ ଆମ୍ବତୋଟା ଠାରେ ଥିବା ମାହେଶ୍ୱରୀ ମନ୍ଦିରର ନବ ନିର୍ମିତ ମହାଖଳା ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି।
👉 ପ୍ରତିଷ୍ଠା ଉତ୍ସବରେ  ବାଉଁଶୁଣି କେନ୍ଦ୍ର ସଭାପତି ଅଶୋକ ମହାକୁଳ ଓ ତାଙ୍କ ପତ୍ନୀ ଯଶୋବନ୍ତୀ ମହାକୁଳ କର୍ତା ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ତ୍ରିବିକ୍ରମ ପାଢ଼ୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
👉 ଉତ୍ସବରେ ରାଜ୍ୟ ଡୁମାଳ ପରିଷଦର ସଭାପତି ସୁଧୀର କର୍ଣ୍ଣ , ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ମହାକୁଳ, ସମ୍ପାଦକ କାହ୍ନୁଚରଣ ମେସୁଆ ପ୍ରମୁଖ ଯୋଗ ଦେଇଥିଲେ l
👉 ବଘିଆପଡା ପୂଜା ମଣ୍ଡପ ରେ ବଣିକ ସଂଘ ପକ୍ଷରୁ ଗଜଲଷ୍ମୀ ପୁଜା ଆରମ୍ଭ ହେଇଛି।
👉 ପୂଜକ ଶ୍ରୀକାନ୍ତ ମାହାପାତ୍ର ଓ କର୍ତା ଭାବରେ ନାରାୟଣ ପୃଷ୍ଟି ପୂଜା କାର୍ଯ୍ୟ ତୁଲାଉଛନ୍ତି l
👉 ଏହି ପୂଜା ତିନି ଦିନ ଧରି ଚାଲିବ ବୋଲି ପୂଜା କମିଟି ସଭାପତି ଚନ୍ଦ୍ରମଣି ସାହୁ କହିଛନ୍ତି l
👉 ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମ ମା ମାହେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ୧୪ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି।
👉 ପୂଜାରେ ଅନୀଲ ପ୍ରଧାନ ଓ ତାଙ୍କ ପତ୍ନୀ ଲୋପାମୁଦ୍ରା ପ୍ରଧାନ କର୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ଗୌରୀକାନ୍ତ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
👉 ସି.ଆଇ.ଏସ୍‌,ଏଫ୍‌. ଋ ଡେପୁଟି କମାଣ୍ଡାଂଟ୍ ଭାବେ କାର୍ଯ୍ୟରତ ବୌଦ୍ଧର ସୁନିଲ କୁମାର ମିଶ୍ର ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଅତି ଉତ୍କର୍ଷ ସେବା ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
👉 ୩୭ବର୍ଷ ଚାକିରୀ କାର୍ଯ୍ୟକାଳ ସମୟରେ ୨୦୧୩, ୨୦୧୫ ଓ ୨୦୨୦ ମସିହାରେ ପୁରଷ୍କୃତ ହୋଇ ସାରିଥିବା ବେଳେ ଚଳିତ ବର୍ଷ ଅତି ଉତ୍କର୍ଷ ସେବା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ।
👉 ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରଟି ନାମକୁମାତ୍ର ରହିଛି । ଏହି କେନ୍ଦ୍ରରେ ୧୦ବର୍ଷ ହେଲା ଜଣେ ପଶୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇପାରୁନାହିଁ ।
👉 ଏପରିକି ଜଣେ ସ୍ଥାୟୀ ପ୍ରାଣିଧନ ନିରୀକ୍ଷକ ନଥିବାରୁ ଦୀର୍ଘ ବର୍ଷହେଲା ପଶୁ ଚିକିତ୍ସା କେନ୍ଦ୍ରଟି ଜଣେ ରାତ୍ରୀଜଗୁଆଳି ଭରସାରେ ଚାଲିଛି ।

Related posts

ଖସୁଛି କରୋନା ଗ୍ରାଫ, ରାଜ୍ୟରେ ୭୦୦୨ ଜଣ ଓ ବୌଦ୍ଧରେ ୧୩୪ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୬-୪-୨୦୨୧((ଶୁକ୍ରବାର))

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୭-୭-୨୦୨୧((ମଙ୍ଗଳବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |