• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୪ ଅଗଷ୍ଟ ୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୪ ଅଗଷ୍ଟ ୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

 

👉 ବୌଦ୍ଧ ଜିଲା ର କଣ୍ଟାମାଲ ଓ ମନମୁଣ୍ଡା ଥାନା ଅଂଚଳରେ ଦୁତି ପୃଥକ ପୃଥକ ଘଟଣାରେ ପୋଲିସ ୪ ବାଇକ ସହ୨୨୫ କେଜି ଗଞ୍ଜାଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଅଛି
👉 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି ।
👉 ବୌଦ୍ଧ ସହରର ମାତଙ୍ଗେଶ୍ୱର ମନ୍ଦିର ଠାରେ ଏକ ଲଘୁ ରୁଦ୍ରାଭିଷେକ ଏବଂ ବିଶ୍ୱଶାନ୍ତି ଯଜ୍ଞ ଆୟୋଜିତ ହୋଇଅଛି । ମାତଙ୍ଗେଶ୍ୱର ମନ୍ଦିର ରେ ଦିନସାରା ରୁଦ୍ର ଅଷ୍ଟାଧ୍ୟାୟୀ ପାଠ , ମହାମୃତ୍ୟୁଞୟ ମନ୍ତ୍ର ପାଠ, ଅଭିଷେକ ଓ ବିଶ୍ୱଶାନ୍ତି ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା ।
👉 କଣ୍ଟାମାଲ, ଜନ୍ହ।ପଙ୍କ, ଶ୍ୟାମସୁନ୍ଦର ପୁର ଏବଂ କେଳାକଟା ଠାରେ ଆଜାଦି କା ଅମୃତ ମହୋତ୍ସବ ଆୟୋଜନ ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ
👉 ବୌଦ୍ଧ ଜିଲ୍ଲା ପାଲଝାର କୃଷିବିଜ୍ଞାନ କେନ୍ଦ୍ର ଠାରେ ଓ.ୟୁ.ଟିର ୬୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାସଙ୍କ ଅଧକ୍ଷ୍ୟତାରେ ଏହି ଦିବସ ପାଳନ ହେବାସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
👉 ବ୍ରହ୍ମପୁର ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ବୌଦ୍ଧର ଡାକ୍ତର ସରୋଜ କୁମାର ପଣ୍ଡାଙ୍କ ଗତ ୨୨ ତାରିଖ ରାତ୍ରିରେ ପରଲୋକ ଘଟିଛି । ସେ ଅବସରପ୍ରାପ୍ତ ଡାକ୍ତର ପ୍ରଫେସର ସତ୍ୟନାରାୟଣ ପଣ୍ଡା ଓ ଅବସରପ୍ରାପ୍ତ ପୋଲିସ ଡିଆଜି ହରିହର ପଣ୍ଡା ଭାଇ ଅଟନ୍ତି ।
👉 କଣ୍ଟାମାଲ ଥାନା ବଡଛପପାଲି ନିକଟରେ ଏକ ଭେନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ପୋଲିସ ଉକ୍ତ ଦୁର୍ଘଟଣା ଗ୍ରସ୍ତ ଭେନ ରୁ ବିପୁଳ ପରିମାଣର ଗଞ୍ଜାଇ ଜବତ କରିଛି

 

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

 

👉 ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ଆଗରେ l ଶିକ୍ଷାବର୍ଷ ୨୦୨୦-୨୧ରେ ଅଫ୍‌ଲାଇନ୍‌ରେ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଆଜି ଅପରାହ୍‌ଣରେ ପ୍ରକାଶ ପାଇଛି।
👉 ଅଫ୍‌ଲାଇନ୍‌ ପରୀକ୍ଷାରେ ମୋଟ୍‌ ୫୨୩୩ ଜଣ ଅର୍ଥାତ ୮୦.୮୩ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ଏଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ଅଛନ୍ତି।
👉 ପାଠ୍ୟକ୍ରମରେ ସ୍ଥାନିତ ହେବ ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ବୀରତ୍ୱ ଗାଥା
👉 ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ
ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ।
👉 ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି ।
👉 ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣକୁ ଆଉ ଏକ ସଫଳତା: ବାହାର ରାଜ୍ୟରେ ଚାକିରି ପାଇଲେ ୧୫ ଆଦିବାସୀ ଯୁବତୀ

👉 ପ୍ରଫେସର କିଶୋର କୁମାର ବାସା ଭୁବନେଶ୍ବର ଏମ୍‌ସ ପରିଚାଳନା ପରିଷଦ ସଦସ୍ୟ
👉 ଗ୍ରାମାଞ୍ଚଳ ବିକାଶ ଯୋଜନାର ଅସଲ ଚିତ୍ର; ସାଢେ ୩ କିମି ଖଟରେ ବୁହାହେଲେ ରୋଗୀ
👉 ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ %
👉 ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ
👉 ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡରେ ବର୍ଷା ; ଚିନ୍ତାରେ ପରିବେଶବିତ୍‌
👉 ସେପ୍ଟେମ୍ବରରୁ ପୁନଃ ଖୋଲିବ କର୍ତ୍ତାରପୁର ସାହିବ
👉 କାବୁଲରୁ ୟୁକ୍ରେନ ବିମାନ ଅପହରଣ: ଅଜ୍ଞାତ ସଶସ୍ତ୍ରବ୍ୟକ୍ତିଙ୍କ ଦ୍ୱାରା ଅପହୃତ, ଇରାନକୁ ନେଇଗଲେ ବିମାନ
👉 ବଙ୍ଗୋପସାଗରେ ଭୂକମ୍ପ ; ରିକ୍ଟର ସ୍କେଲରେ ତିବ୍ରତା ୫.୧
👉 ତାଲିବାନ ସହିତ ନିରବଚ୍ଛିନ୍ନ ଆଲୋଚନା ଜାରି ରଖିଛି ଆମେରିକା
👉 ଛତିଶଗଡ-ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା
👉 ବାଲେଶ୍ବର ଜିଲା ଜଳେଶ୍ବରରୁ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ
👉 ସାକ୍ଷୀଗୋପାଳ ଓଭରବ୍ରିଜ୍ ପ୍ରତି ବିପଦ; ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ
👉 ରାଜ୍ୟରେ ୬୨୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ। ୧୮ ବର୍ଷ ବୟସରୁ କମ୍‍ ୮୦ ଜଣ
👉 ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଆଜି ଗିରଫ କରାଯାଇଛି।

Related posts

ଦେଶରେ ୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରେ ୨୨୪୫ ସଂକ୍ରମିତ

Simun Naik

ରାମମନ୍ଦିର ଭୂମି ପୁଜନକୁ ନେଇ ସର୍ବତ୍ର ଉତ୍ସାହ ଓ ଦୀପଦାନ

Aren News

କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |