• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୩ ଅଗଷ୍ଟ ୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୩ ଅଗଷ୍ଟ ୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

👉 ଖୋର୍ଦ୍ଧ-ବଲାଙ୍ଗିର ରେଳପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପ୍ରତିଶୃତି l ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏନେଇ ଏକ ଦାବିପତ୍ର ଦିଆଯାଇଛି l
👉 ଆସନ୍ତା ସେପ୍ଟେମ୍ବର ଦୁଇ ତାରିଖରେ ସମ୍ପୂର୍ଣ ଜିଲା ମରୁଡ଼ି ଗ୍ରସ୍ତ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି l
👉 ସରକାର ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ ମରୁଡ଼ି ଗ୍ରସ୍ତ ଜିଲା ଭାବେ ଘୋଷଣା ନ କରିବାରୁ ଭାରତୀୟ କିଷାନ ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।
👉 ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ଭାଗବତ ପାଠ, ଗୋସେବା ଓ ବୃକ୍ଷ ରକ୍ଷା ବନ୍ଧନ କାର୍ଯକ୍ରମ ଅନୁଷ୍ଠିତ ହୋଇଛି l
👉 ଅସହାୟ ଓ ନିରାଶ୍ରୟ ମାନଙ୍କୁ ବୌଦ୍ଧର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ଖାଦ୍ୟ ବଂଟନ କରାଯାଇଛି ।
👉 ବୌଦ୍ଧ ଜିଲା ବୁଟୁପାଲି ର ସ୍ୱଭାବ କବି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ତରଫରୁ ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ କରାଯାଇଛି ।
👉 ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଲୋକ ଭାଷା ପ୍ରଚାର ସମିତି ଦ୍ବାରା “ଚରିତ୍ର ନିର୍ମାଣରେ ସଂସ୍କୃତ ର ଭୂମିକା” ସମ୍ପର୍କିତ ଆଲୋଚନା ଚକ୍ର
👉 ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ (ଦକ୍ଷିଣାଞ୍ଚଳ) ଗୁରୁବୀର ସିଂହ ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବୌଦ୍ଧ ପରିଦର୍ଶନ କରିଥିଲେ ।
👉 ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜିଲ୍ଲା କର୍କଟ ରୋଗ ଚିକିତ୍ସା ଓ ପ୍ରଶମନ କେନ୍ଦ୍ରରେ କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ମୁମ୍ବାଇର କର୍କଟ ରୋଗ ବିଶେଷଜ୍ଞ ଡା.ଦୀନେଶ ପେଣ୍ଡାରକର ଯୋଗ ଦେଇ ଆକ୍ରାନ୍ତଙ୍କ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଇଥିଲେ।

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

👉 ଘରୋଇ ସଂସ୍ଥାକୁ ମିଳିବ ୨୫ ଏୟାରପୋର୍ଟ, ୧୫ ରେଳଷ୍ଟେସନ, ୧୬୦ କୋଇଲା ଖଣିର ପରିଚାଳନା ଭାର।
👉 ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲା। ଜଣେ ତହସିଲଦାର ଓ ୪ଜଣ ଆରଆଇ ଗିରଫ।
👉 ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମୁରିବାହାଲ ଏବିଇଓ। ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି।
👉 କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ସୋମବାର ଗିରଫ ହୋଇଛି। ଦୀର୍ଘ ୫ ବର୍ଷ ହେଲା ଫେରାର ଥିବା ଦିଲୁକୁ ରାୟଗଡ଼ାରୁ ଗିରଫ କରାଯାଇଛି।
👉 ଜମି ଜାଲିଆତି, ଅନିୟମିତତା, ଅପରାଧିକ ଷଡଯନ୍ତ୍ର ମାମଲାରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
👉 ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ପାକିସ୍ତାନ ଆଇଏସଆଇର ମୁଖ୍ୟ ଭୂମିକାଫ ଆଫଗାନିସ୍ତାନ ସଙ୍କଟ, ୨୬ରେ ସର୍ବଦଳୀୟ ବୈଠକ
👉 କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ପାଶ୍ଚାତ୍ୟ ସୈନ୍ୟ
👉 ରାଜ୍ୟରେ ୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୦୧ ଜଣ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୪୨୬କୁ ବୃଦ୍ଧି
👉 ଜାତିଭିତ୍ତିକ ଜନଗଣନା ଦାବି: ନିତିଶ କୁମାରଙ୍କ ନେତୃତ୍ୱାଧୀନ ୧୦ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ
👉 ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ନେଇ ବାଇଡେନ ଆଶାବାଦୀ। ଯନ୍ତ୍ରଣା ଓ କ୍ଷତି ବିନା ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ଥାନାନ୍ତରଣ ସମ୍ଭବ ନୁହେଁ
👉 ଆଫଗାନ ଶରଣାର୍ଥୀଙ୍କ ପାଇଁ ଆମେରିକା ସେମାନଙ୍କର ନୂଆ ଘର ହେବ। ଶତାଧିକ ତାଲିବାନି ପଞ୍ଜଶିର ମୁହାଁ; କଡା ଜବାବ ଦେବାକୁ ପ୍ରସ୍ତୁତ ଅହମଦ ମାସୁଦ। ପାକିସ୍ତାନରେ ପଶିଲେ ତାଲିବାନ ; ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା
👉 ପାରା ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବ : ଭାରତର ୫ ଖେଳାଳି, ୬ ଅଧିକାରୀ। ଆସନ୍ତାକାଲିଠାରୁ ଟୋକିଓ ପାରାଲିମ୍ପିକ୍‌ସ
👉 ୨୪ ଘଣ୍ଟାରେ ୭,୯୫,୫୪୩ ଟିକା ନେଇ ଥିବା ବେଳେ ମୋଟ ୫୮,୨୫,୪୯,୫୯୫ ଟିକା ନେଇ ସାରିଛନ୍ତି
👉 ଦୀର୍ଘ ୪ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ;କୋଭିଡ କଟକଣା ମଧ୍ୟରେ ଚାଲିଛି ଭକ୍ତଙ୍କ ଦର୍ଶନ
👉 କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର
👉 କଟକଣା ମଧ୍ୟରେ ଆଜିଠାରୁ ଭୁବନେଶ୍ବରରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
👉 ଆରମ୍ଭ ହେଲା ଜଗା ଦର୍ଶନ, ସର୍ବସାଧାରଣଙ୍କ ଦର୍ଶନ ଲାଗି ଖେଲିଲା ପୁରୀ ଶ୍ରୀମନ୍ଦିର
👉 ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା, ୭ ଦିନ ଧରି ଚାଲିବ ଏହି ପକ୍ଷୀ ଗଣନା
👉 ଡାଲ ହ୍ରଦରେ ଏସବିଆଇ ଖୋଲିଲା ଭାସମାନ ଏଟିଏମ

Related posts

ବନ୍ୟାଜଳ ଜଳସ୍ତର ୬୨୯.୧୫ ଫୁଟ , ହିରାକୁଦ ଖୋଲିଲା ୧୨ ଟି ଗେଟ

Aren News

କରୋନା ଖବର, ବୌଦ୍ଧ ରେ ୫ ଜଣ ଓ ରାଜ୍ୟରେ ୧୭୪୧ ଜଣ କରୋନା ପଜିଟିଭ ଚିହ୍ନଟ

Aren News

୨୦୦ ଟିକାକୁ ୪ ହଜାର ଲୋକ, ଟିକା କେନ୍ଦ୍ରରେ ଅବ୍ୟବସ୍ଥା କାରଣରୁ ଜାତୀୟ ରାଜପଥ ଅବରୋଧ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |