• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୧ ଅଗଷ୍ଟ ୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୧ ଅଗଷ୍ଟ ୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

👉 ୟୁଥ ଫର ଏକ୍ସନ ର ବୌଦ୍ଧ ଠାରେ ଏକ ବୈଠକ ଆୟୋଜିତ l ବୌଦ୍ଧ ଜିଲା କମିଟି ଘୋଷଣା । ଯୁବ ନେତା ସୁନିଲ କୁମାର କ୍ଷେତିଙ୍କୁ ଜିଲା କମିଟିର ସଭାପତି ଭାବରେ ମନୋନୀତ କରାଯାଇଛି ।
👉 ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୌଠକରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଅଧ୍ୟକ୍ଷତା କରିଥିଲେ l
👉 ସାମ୍ବାଦିକଙ୍କୁ ମାଡ଼ମାରିବା ଘଟଣା, ମନମୁଣ୍ଡା ଥାନାରେ ବାଉଶୁଣି ଥାନା ଅଧିକାରୀ ସୁବାଷ ରାୟଗୁରୁ ଜିଲ୍ଲାର ୱେବ ମିଡ଼ିଆ ସଙ୍ଘ ସହିତ ଆଲୋଚନା କରିବା ପରେ ଭୁଲ ମାଗିଲେ
👉 ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ୱେଚ୍ଛାସେବୀମାନେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଫିଟ ଇଣ୍ଡିଆ ଫ୍ରିଡମ ରନ 2.0 ସକଳ୍ପ କାର୍ଯ୍ୟକ୍ରମ ମନ ଆୟୋଜନ କରୁଛନ୍ତି l ପଲାସାଗୋରା ଓ ପରଗଲପୁର ଗ୍ରାମରେ କାର୍ଯ୍ୟକ୍ରମମାନ ଆୟୋଜିତ
👉 ବୌଦ୍ଧର ଅନ୍ୟତମ ବରପୁତ୍ର ସ୍ୱର୍ଗତ ହିମାଂଶୁ ଶେଖର ପାଢ଼ୀଙ୍କ ୨୨ ତମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଦିନ ପାଳିତ ହୋଇଛି । ଏହି ଉପଲକ୍ଷେ ବୌଦ୍ଧ ଜିଲା କଂଗ୍ରେସ ପାର୍ଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା ।

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

👉 ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନୀବାସ ମିତଲ ଶନିବାର ଦିନ ଏକ ଦିନିକିଆ ପାରାଦୀପ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ ପାରାଦୀପରେ ଥିବା ଆର୍ସେଲର ନିପନ୍ ଷ୍ଟିଲ କମ୍ପାନୀ ପରିପର୍ଶନ କରି ସେଠାକାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
👉 ରାଜକନିକାର ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନ କରି ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଶ୍ରୀକାନ୍ତ ନାୟକଙ୍କୁ ଅନଶନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦ୍ମଚରଣ ନାୟକ ।
👉 ଏକ ବେସରକାରୀ ସଂସ୍ଥାରେ ଖୁବ କମ ଦିନ ମଧ୍ୟରେ ଫିକ୍ସ ଡିପୋଜିଟ କଲେ ସେହି ଅର୍ଥ ଦୁଇ ଗୁଣିତ ହୋଇ ପାଇବାର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ସେହି ଅର୍ଥ ଫେରସ୍ତ ମାଗିବାରୁ ତାଙ୍କୁ ଆକ୍ରମଣ କରାଯାଇଛି ।
👉 ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ୍‌ ଯୋଜନା । ଆଜି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି । ହିଞ୍ଜିଳି ଓ ଶେରଗଡ଼ରେ ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ୫୦ଟି ହାଇସ୍କୁଲରେ ନୂତନ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି ।
👉 ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ବିଜେପି କର୍ମୀ । ଗସ୍ତ ଅବସରରେ ରେଳ ମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଦାବିକୁ ଗ୍ରହଣ କରିଥିଲେ ।
👉 ଭାରତ ପାଇଁ ବିପଦ ତାଲିବାନ : ହିଜବୁଲ ମୁଜାହିଦ୍ଦିନର ଅଡିଓ ବାର୍ତ୍ତା ଜାରି ; ଭାରତ ଉପରେ ଆକ୍ରମଣ ପାଇଁ ତାଲିବାନ ସହାୟତା ଲୋଡିଲା ହିଜବୁଲ ମୁଜାହିଦ୍ଦିନ
👉 କାବୁଲରୁ ଲୋକଙ୍କୁ ସ୍ଥାନାନ୍ତର, ଇତିହାସର ସବୁଠାରୁ କଷ୍ଟସାଧ୍ୟ କାର୍ୟ୍ୟ : ବାଇଡେନ , ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ; ଚୀନ୍‌ ସରକାରଙ୍କ ସମର୍ଥନ
👉 ଭୁବନେଶ୍ୱର : ରାଜ୍ୟରେ ଆଉ ୬୬ ଆକ୍ରାନ୍ତ ମୃତ ; ଜଗତସିଂହପୁରରୁ ସର୍ବାଧିକ ୧୧, ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଞ୍ଚିଲା
👉 ଜଳେଶ୍ୱର : ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର ; ଜଣେ ମୃତ ; ୧୬ ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ଦୁର୍ଘଟଣା

Related posts

ବୌଦ୍ଧ : କାର ସହିତ ବାଇକର ମୁହାଁମୁହିଁ ଧକ୍କା, ୧ ମୃତ , ୩ ଆହାତ, ଟ୍ରକ କୁ ପିଟି ଆଉ ଜଣେ ଆହତ

Aren News

ଅନୈତିକ ସଂପର୍କର କୁପରିଣତି, ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକ ଗିରଫ

Aren News

ସାମାଜିକ ଆନ୍ଦୋଳନରେ ମାଆ ମାନେ ଅଧିକ ସାମିଲ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |