• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୦ ଅଗଷ୍ଟ ୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୦ ଅଗଷ୍ଟ ୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

👉 ଦୀର୍ଘଦିନ ବିତିଯିବା ପରେ ବିଜୁଳି ସଂଯୋଗ ହେଲା ନାହିଁ କି ବିଦ୍ୟୁତ ଆସିଲା ନାହିଁ , ଅଥଚ ବିଦ୍ୟୁତ ବିଲ୍ଲ ଆସି ପହଂଚିଗଲା l
👉 ମନମୁଣ୍ଡା ଥାନା ଶଗଡା ପଞ୍ଚାୟତ ଅନ୍ତର୍ଗତ ଝଗଡୁଗାଡ଼ିଆ ଗ୍ରାମରେ ବିଜୁଳି ବିଭାଗର ଏହିଭଳି ବିଚିତ୍ର ନୀତି ଦେଖିବାକୁ ମିଳିଛି ।
👉 ନୀଳଚକ୍ର ସାହିତ୍ୟ ସଂସଦ ଦ୍ବାରା ସାହିତ୍ୟିକ ତଥା ସାମ୍ବାଦିକ ସ୍ବର୍ଗତ ମନୋରଞ୍ଜନ ମିଶ୍ର ସ୍ମୃତି ସଭା ଅନୁଷ୍ଠିତ ହୋଇଛି।
👉 ସଂସଦ ପକ୍ଷରୁ ପ୍ରତ୍ୟେକ ବର୍ଷ ମନୋରଞ୍ଜନ ମିଶ୍ର ସ୍ମୃତି ସମ୍ମାନ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଘୋଷଣା
👉 କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଲମ୍ବସରି ପଂଚାୟତର ତୁରୁଦେଉଳ ଗ୍ରାମରେ ନୂତନ ଜଗନ୍ନାଥ ମନ୍ଦିରର ମୁଣ୍ଡିମରା ଉତ୍ସବ ଅନୁଷ୍ଠିତ
👉 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ବୌଦ୍ଧ ଜିଲା କଂଗ୍ରେସ ପାର୍ଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ
👉 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ
👉 କଣ୍ଟାମାଳ ବ୍ଲକ୍ ଶୁଣ୍ଢ1ପଦର ଗ୍ରାମକୁ ନେଇ ଏକ ନୂତନ ରାଜସ୍ୱ ସର୍କଲ ପ୍ରତିଷ୍ଠା ଦାବି ରେ ଶୁଣ୍ଢିପଦର ଗ୍ରାମପଞ୍ଚାୟତ ବାସିଙ୍କ ତରଫରୁ ପ୍ରସ୍ତୁତି ବୈଠକ
👉 କଣ୍ଟାମାଳ ବ୍ଲକ୍ ଶିମିଳି ପଦର ଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଊଥିବା ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ

👉 ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଙ୍କୁ ଆଜି ବଦଳି କରାଯାଇଛି l ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆ ଯାଇଛି l ତାଙ୍କୁ ଡେପୁଟି ଡ଼ାଈରେକଟର ଭାବେ ଭୁବନେଶ୍ୱର ଓସେପା ରେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି l

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

👉 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି।
👉 ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବା ରେ ସାରା ଦେଶରେ ଓଡିଶା ପ୍ରଥମ ।ଆପଣଙ୍କ ରାଜ୍ୟ ସରକାର ପ୍ରଥମ ।
👉 ବାଣପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
👉 ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହେଲା ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଯନ୍ତ୍ର
👉 ନନ୍ଦନକାନନ ଥାନା ଅଞ୍ଚଳ ଫାର୍ମ ହାଉସ ନିକଟରୁ ମିଳିଲା ଛାତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
👉 ଛତିଶଗଡ଼ ନାରାୟଣପୁର କାଡେମେଟାରେ ମାଓ ଆକ୍ରମଣ; ୨ ଯବାନ ଶହୀଦ
👉 ଭୁବନେଶ୍ବର ଏମ୍ସ ଗବେଷକଙ୍କ ଦ୍ବାରା ନୂଆ ଫଙ୍ଗସ୍‌ ଆବିଷ୍କାର, ଅରୁଣାଲୋକେ ନାମରେ ନୂଆ ଫଙ୍ଗସ୍‌ ଆବିଷ୍କାର
👉 ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ, ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କଂପ୍ଲେକ୍ସ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
👉 ୧୮ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଟିକା ଖୁବ୍ ଶୀଘ୍ର ; ୧୨ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା ଲାଗି ଅନୁମତି ଲୋଡିଲା ଜନସନ୍ ଆଣ୍ଡ ଜନସନ୍
👉 ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆଫଗାନ ସେଲ୍‍
👉 ରାଜ୍ୟରେ ଦିନକରେ ଆଉ ୯୮୬ କୋରୋନା ଆକ୍ରାନ୍ତ ଚିହ୍ନଟ। ସଂଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ , ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୮ ଜଣ
👉 ରାଜ୍ୟରେ ଆଉ ୬୯ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୨୨୩କୁ ବୃଦ୍ଧି। ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୩୬,୫୭୧ କୋରୋନା ସଂକ୍ରମିତ ଚିହ୍ନଟ
👉 ୧୦୫ତମ ସମ୍ବିଧାନ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ଏଣିକି ରାଜ୍ୟଗୁଡ଼ିକୁ ମିଳିବ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାର ଅଧିକାର,ସାମାଜିକ ଓ ଶିକ୍ଷା ସ୍ତରରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିପାରିବ ରାଜ୍ୟ
👉 ଅଗଷ୍ଟ ୨୩ରୁ ଖୋଲିବ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ସହ ଅନ୍ୟ ଧାର୍ମାନୁଷ୍ଠାନ
👉 ଜାମ୍ମୁ ଓ କାଶ୍ମୀର ଅବନ୍ତୀପୋରାର ପାମ୍ପୋରରେ ଗୁଳି ବିନିମୟ,ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

Related posts

ସମ୍ବଲପୁର : ୧୫୦୦ ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Aren News

ବୌଦ୍ଧ ଜିଲ୍ଲା ପୁରୁଣାପାଣିରୁ ଆରମ୍ଭ ହେଲା ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ଲାଇନ ର ନିର୍ମାଣ କାମ

Aren News

ପୁରୁଣାକଟକ ବନାଞ୍ଚଳ ରେ ବନମହୋତ୍ସଵ ପାଳିତ

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |