• Home
  • ରାଜ୍ୟ
  • ଆଦର୍ଶ ଶିକ୍ଷକ ଗୌର ମୋହନ ପ୍ରଧାନଙ୍କ ପରଲୋକ
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଦର୍ଶ ଶିକ୍ଷକ ଗୌର ମୋହନ ପ୍ରଧାନଙ୍କ ପରଲୋକ

ବୌଦ୍ଧ / ଏରନ୍ ନ୍ୟୁଜ / ୧୭ – ୦୮ ବୌଦ୍ଧ ଜିଲା ର ଅନ୍ୟତମ ଆଦର୍ଶ ଶିକ୍ଷକ ଗୌର ମୋହନ ପ୍ରଧାନଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି l ବୌଦ୍ଧ ଜିଲା ର ସର୍ବ ପୁରାତନ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ରେ ଶିକ୍ଷକତା କରି ଅନେକ ସୁନାମ ଅର୍ଜନ କରିଥିଲେ l ଅବସର ଗ୍ରହଣ ପରେ ସରକାରଙ୍କ ପ୍ରୌଢ ଶିକ୍ଷା ଯୋଜନା ରେ ସେବା ଦେବା ସହିତ ଜିଲା କୃଷକ ମାନଙ୍କ ଉନ୍ନତି ଓ ସମସ୍ୟା ର ସମାଧାନ ପାଇଁ ଅନେକ ବର୍ଷ ଧରି ଭାରତୀୟ କିସାନ ସଂଘ ର ନେତୃତ୍ୱ ମଧ୍ୟ ନେଇଥିଲେ l ସେ ଗତ ୩ ବର୍ଷ ହେଲା ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ପାଇଁ ଶଯ୍ୟାଶାୟୀ ରହିଥିଲେ l ଶେଷ ସମୟରେ ପତ୍ନୀ , ତାଙ୍କର ୨ ପୁଅ , ୩ ଝିଅ , ବହୁ ଓ ଜ୍ୱାଇଁ ଙ୍କ ସମତେ ନାତିନାତୁଣୀ ସବୁ ଉପସ୍ଥିତ ଥିଲେ l ଖବର ଜଣାପଡିବା ପରେ ସହରର ଅନେକ ବୁଦ୍ଧିଜୀବୀ , ବନ୍ଧୁ ଓ ପରିବାରର ଲୋକେ ଶେଷ ଦର୍ଶନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବୌଦ୍ଧ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ କରାଯାଇ ଅଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର: ଗୋଟିଏ ଦିନରେ ପୁଣି ୭ କୋରନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ ଜିଲ୍ଲାରେ ଆଜି ୩୭ ଜଣ କରୋନା ପଜିଟିଭ ଚିହ୍ନଟ

Aren News

୧୨ ମାସର ବକେୟା ପାଉଣା ପାଇବା ଦାବି ନେଇ ବିଏସଏନଏଲ ଜିଏମଙ୍କୁ ତାଲା ପକାଇଲେ ଅସ୍ଥାୟୀ କର୍ମଚାରୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |