• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୧୬ ଅଗଷ୍ଟ ୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୧୬ ଅଗଷ୍ଟ ୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

👉 ବୌଦ୍ଧ ଜିଲା ବିଜେପି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ ଓ ସ୍ମୃତିଚାରଣ
👉 ବୌଦ୍ଧଜିଲାରେ ସ୍ୱଳ୍ପ ବୃଷ୍ଟିପାତ ସମସ୍ତ ଚାଷୀକୂଳଙ୍କ ଚିନ୍ତା ବଢାଇଦେଇଛି । ବୌଦ୍ଧଜିଲାକୁ ସଂପୁର୍ଣ୍ଣ ମରୁଡି ଘୋଷଣା କରିବାପାଇଁ ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
👉 ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂପର୍କିୟ ଓ ଅସହାୟମାନଙ୍କୁ ଖାଦ୍ୟ ବଂଟନ
👉 ବୌଦ୍ଧ ଜିଲା ଦୌରାଜଜଙ୍କ କୋର୍ଟ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଜିଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା ଗାନ୍ଧୀଙ୍କ ଏହି ମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।
👉 ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ମହିଳା ଏସ୍‌ଏଚ୍‌ଜିଙ୍କ ହାତରେ ଏକ ଭୋଜନାଳୟର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଅଞ୍ଚଳର ସ୍ୱଦିଷ୍ଟ ଖାଦ୍ୟ ‘ଲେଥା’ ନାମରେ ଏହି ଭୋଜନାଳୟର ନାମକରଣ କରାଯାଇଛି ।
👉 ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାଗ୍ରସ୍ତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା । ୧୦ ଶଯ୍ୟା ବିଶିଷ୍ଟ ୱାର୍ଡକୁ ସିଡିଏମ୍‌ଓ ଡା. ଅଭୟ ଦାଶଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଲୋକାର୍ପଣ କରିଛନ୍ତି ।
👉 ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ । ଶିବିରରେ ମୋଟ ୮୭ ୟୁନିଟ୍ ରକ୍ତ ସଂଗୃହୀତ ।
👉 ବୌଦ୍ଧ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଗୁରୁ ଭୀକାରୀ ଚରଣ ନାୟକଙ୍କ ସ୍ମୃତି ଉଦେଶ୍ୟରେ ରକ୍ତଦାନ ଶିବିର । ଶିବିରରେ ମୋଟ ୪୪ ୟୁନିଟ୍ ରକ୍ତ ସଂଗୃହୀତ ।

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

👉 ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର ।
👉 ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
👉 ଆସନ୍ତାକାଲି କନ୍ଧମାଳ, ବୌଦ୍ଧ, ପୁରୀ, କଳାହାଣ୍ଡି ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
👉 ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ ।
👉 ଭୁବନେଶ୍ୱରରେ ହୋଟେଲ ଓ ଲଜ ପାଇଁ ଲଞ୍ଚ ହୋଇଛି ନୂଆ ଆପ୍‌ । ପ୍ରଥମ ଥର ପାଇଁ ଲଞ୍ଚ ହୋଇଥିବା ଏହି ଆପ୍ଲିକେସନର ନାଁ ହେଉଛି -ସରାଇ ଆପ୍‌ । ଏହି ଆପ୍ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ହୋଟେଲ କର୍ତ୍ତୃପକ୍ଷ ଦେଇପାରିବେ ।
👉 ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ମୋଟ ୮ ଟି କାର୍ଯ୍ୟଦିବସ ରହଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ୟ୍ୟାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି।
👉 ପେଟ୍ରୋଲ ଓ ଡିଜେଲ ଦର ନ କମିବାର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ୟୁପିଏ ସରକାର ତେଲଦର କମାଇବାକୁ ଅଏଲ ବଣ୍ଡ କରିଥିଲେ। ୧ ଲକ୍ଷ ୪୪ହଜାର କୋଟିର ଅଏଲ ବଣ୍ଡ କରିଥିଲେ ଉପା ସରକାର।
👉 ଏଥିପାଇଁ ଗତ ୫ ବର୍ଷରେ ସରକାର ୭୦ହଜାର କୋଟି ସୁଧ ଦେଲେଣି। ସୁଧ ଛଡ଼ା ଆହୁରି ୧ ଲକ୍ଷ ୩୦ହଜାର କୋଟି ମୂଳ ଦେୟ ପଡ଼ି ରହିଛି। ଯଦି ଅଏଲ ବଣ୍ଡ ବୋଝ ନ ଥାନ୍ତା, ତାହେଲେ ଆମେ ଟିକସ କମାଇ ପାରିଥାନ୍ତୁ।
👉 ଭୁବନେଶ୍ବରରରେ ନକଲି ସିମେଣ୍ଟ କାରବାର ଉପରେ ଚଢ଼ାଉ, ଜଣେ ଅଟକ। ତମାଣ୍ଡୋ ଭଗବାନ ପୁର ଅଞ୍ଚଳରେ ଠାବ ହେଲା ନକଲି ସିମେଣ୍ଟ ଗୋଦାମ।
👉 ଖରିଫଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ୭ଦିନ ବୃଦ୍ଧି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏ ଯାଏଁ ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ପଞ୍ଜୀକରଣ କଲେଣି।
👉 ଜରୁରୀ ପୁଲିସ ସେବା ପାଇଁ ଏଣିକି ଡାଏଲ ୧୧୨। ୧୦୦ ବଦଳରେ ୧୧୨ ଡାଏଲ କରିବାକୁ ପରାମର୍ଶ
👉 ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
👉 ଟିଏମ୍‌ସିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ। ସୋମବାର ସକାଳେ କଂଗ୍ରେସରୁ ଇସ୍ତଫା ଦେବା ପରେ ଅପରାହ୍ନରେ ସେ ଟିଏମ୍‌ସିରେ ସାମିଲ ହୋଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଦଳର ମହିଳା ୱିଙ୍ଗର ସଭାପତି ଥିଲେ
👉 ଡିଜିପିଙ୍କ ନିକଟରେ ଛତିଶିଗଡର ୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
👉 ବାଲେଶ୍ବର ଜିଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
👉 ଆଫଗାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚାଳକଙ୍କୁ ସତର୍କ ସୂଚନା ଜାରି
👉 ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ
👉 ଅନ୍‍ ଲାଇନରେ ଆସିଥିବା ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା
👉 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ସମ୍ବଲପୁର ଜିଲାରୁ ସର୍ବାଧିକ ୧୨; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩
👉 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୫୦୭ ଏବଂ ସ୍ଥାନୀୟ ସଂକ୍ରମିତ ୩୬୧
👉 ରାଜ୍ୟରେ ଦିନକ ମଧ୍ୟରେ ୧୦୪୩ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୭୮୨୪୦। ସଂପ୍ରତି ରାଜ୍ୟରେ ୧୦୧୮୭ ଜଣ ସକ୍ରିୟ ସଂକ୍ରମିତ
👉 ‘ବିନା ବାଧାରେ ତାଲିବାନଙ୍କର କାବୁଲ ଦଖଲ ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବେ ରହିବ’। ଆଫଗାନ ପ୍ରସଙ୍ଗରେ ବାଇଡେନଙ୍କ ଇସ୍ତଫା ଦାବି କଲେ ଡୋନାଲଡ ଟ୍ରମ୍ପ
👉 ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର। ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ

Related posts

ବୌଦ୍ଧ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Aren News

ନବରଙ୍ଗପୁର : ଅନ୍ୟଲୋକର ଶୌଚାଳୟରେ ଜୀବନ, ୭୧ ବର୍ଷିୟ ମହିଳାଙ୍କ ଅସହାୟତା

Aren News

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ ଅବସରରେ ବୌଦ୍ଧ ଠାରେ ବୁଦ୍ଧିଜିବି ସମାବେଶ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |