ବୌଦ୍ଧ / ଏରନ୍ ନ୍ୟୁଜ / ୩୧ – ୦୭ ଆସିଲା ଅଗଷ୍ଟ ମାସର କୋଭିଡ୍-୧୯ ଗାଇଡ୍ ଲାଇନ୍ । ଅନ୍ଲକ୍ ଗାଇଡ୍ଲାଇନ୍ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର । ଆମ ରାଜ୍ୟର ୨୭ ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ନଗନ୍ୟ ଅଛି । ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍ । ଏହାସହ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ସପିଂ ମଲ୍ । ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି ଦେବା ସହିତ ହଲ କର୍ତ୍ତୃପକ୍ଷଙ୍କ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି । ଗାଇଡ ଲାଇନ୍ ଅନୁସାରେ ଯେଉଁମାନେ ସିନେମା ହଲକୁ ଯିବେ ସେମାନଙ୍କ ପାଇଁ ଟିକା ସାର୍ଟିଫିକେଟ ଜରୁରୀ କରାଯାଇଛି । ଅର୍ଥାତ କରୋନା ଟିକାର ଦୁଇ ଡୋଜ୍ ନେଇଥିଲେ ହିଁ ସିନେମା ହଲ ମଧ୍ୟକୁ ପ୍ରବେଶ କରିବାକୁ ମିଳିବ ଅନୁମତି । ସେହିପରି ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ସାପ୍ତାହିକ ହାଟ ଖୋଲା ରହିବ । ଧାର୍ମିକ ପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲାଯାଇ ପାରିବ । ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶକୁ ବାରଣ କରାଯାଇଛି । ଅଗଷ୍ଟ ମାସର ଗାଇଡଲାଇନ ସେପ୍ଟେମ୍ୱର ପହିଲା ଯାଏ ଲାଗୁ ହେବ । ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟରେ ୫୦ ପ୍ରତିଶତ ଦର୍ଶକରେ ଚାଲିବ ଯାତ୍ରା। ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିବ ନାହିଁ । ରାଜ୍ୟରେ ଫୁଲ୍ ସିଟ୍ରେ ଚାଲିବ ବସ୍ ଏବଂ ମେଳା , ଭୋଜି ଓ ପ୍ରଦର୍ଶନକୁ ମନା ହୋଇଛି । ରାଜ୍ୟରେ ନନ୍ଦନକାନନ ମଧ୍ୟ ଖୋଲିବ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id