• Home
  • ରାଜ୍ୟ
  • ବୌଦ୍ଧ ଜିଲ୍ଲା ଓ ପଶ୍ଚିମ ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦ ରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ତାଜା ଖବର ରାଜନୀତି ରାଜ୍ୟ

ବୌଦ୍ଧ ଜିଲ୍ଲା ଓ ପଶ୍ଚିମ ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦ ରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ / ଏରନ୍ ନ୍ୟୁଜ / ୨୮ – ୦୭ ବୌଦ୍ଧ ଜିଲ୍ଲା ଓ ପଶ୍ଚିମ ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନିରାକରଣଏବଂ ଭୀମସାର ରେ “ଇକମୋ ” ମେଶିନ ଲଗାଇବା ସହ ୧୧ ଦଫା ଦାବୀ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଛୋଟ ଜନ୍ମିତ ଶିଶୁ ମାନଙ୍କୁ ବାରଣ୍ଡାରେ ରଖି ଚିକିତ୍ସା କରାଯିବା ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି l ୭ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ବିଜେପିର ସମସ୍ତ୍ କର୍ମକର୍ତ୍ତା ଓ ଜନସାଧାରଣ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇ ଥିଲା l କାର୍ଯ୍ୟକ୍ରମରେ ମାଗୁଣି ଗାଈ ଗୌରୀଆ, ମନ ରଞ୍ଜନ ଦାସ, ଶ୍ୟାମସୁନ୍ଦର ପୁରୋହିତ ବିଶି କେଶନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର ,ସତ୍ୟାନନ୍ଦ ପାଣ୍ଡେ, ପ୍ରଦୋଷ ମିଶ୍ର , ତ୍ରିପୁରାରୀ ବେହେରା , ତାପସ କୁମାର ପଟ୍ଟନାୟକ ,ସୁଶାନ୍ତ ବାଘ ,ଅଟଳ କୁମାର ପ୍ରଧାନ ,ଶ୍ରୀମତି ନମିତା ରାଣୀ ଦାସ, ଶ୍ରୀମତି ମିନା ରାଣୀ ମିଶ୍ରଙ୍କ ସହିତ ଶତାଧିକ କର୍ମୀ ସାମିଲ ହୋଇଥିଲେ l   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧରେ ୧୬ ଜଣ ଓ ରାଜ୍ୟରେ ୨୫୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ କୁ ବୃଦ୍ଧି

Aren News

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପରଲୋକ

Aren News

ବୌଦ୍ଧ ବନବିଭାଗ ଦ୍ୱାରା ଦୁଇଟି ମିନିଟ୍ରକ ସହ ମୂଲ୍ୟବାନ କାଠ ଫର୍ନିଚର ଜବତ, ୬ ଜଣ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |