• Home
  • ରାଜ୍ୟ
  • ହରଭଂଗା ତହସିଲଦାରଙ୍କୁ ବରଖାସ୍ତ ଦାବୀ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ତାଜା ଖବର ରାଜନୀତି ରାଜ୍ୟ

ହରଭଂଗା ତହସିଲଦାରଙ୍କୁ ବରଖାସ୍ତ ଦାବୀ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ / ଏରନ୍ ନ୍ୟୁଜ / ୨୭-୦୭ ଅଶାଳିନ ବ୍ୟବହାର ଦେଖାଇଥିବା ହରଭଂଗା ତହସିଲଦାରଙ୍କୁ ତୁରନ୍ତ ହଟାଇବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ଆଜି ଶହଶହ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖରଭୂଇଁ ଗ୍ରାମ୍ୟ କମିଟି ର ସଭାପତି ଅକ୍ଷୟ ନାୟକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଂପାଦିକା ତିଳୋତମା କହଁର ଓ ଜିଲା ପରିଷଦ ସଦସ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା । ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ଉପଜିଲାପାଳ ଅଶ୍ୱିନି ମେହେରଙ୍କୁ ପ୍ରଦାନ କରିଥିଲେ । ବୌଦ୍ଧ ଜିଲା ହରଭଂଗା ବ୍ଳକ ଅନ୍ତର୍ଗତ ଖରଭୂଇଁ ଗ୍ରାମ ନିକଟରେ ଚାଲିଥିବା କ୍ରସର ଓ ପଥର ବ୍ଳାଷ୍ଟିଙ୍ଗକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ଦାବୀ କରି ଗତକିଛିଦିନ ହେଲା ଆନ୍ଦୋଳନ ଚାଲିଅଛି । ହରଭଂଗା ଥାନା ପରିସରରେ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଆଲୋଚନା ସମୟରେ ହରଭଂଗା ତହସିଲଦାର ଗ୍ରାମବାସୀମାନଙ୍କୁ ଅଶାଳିନ ବ୍ୟବହାର ଦେଖାଇଥିବା ଓ ଧମକ ଚମକ ଦେଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପରିବେଶ , ଜୀବନ ଓ ଜିବିକାର ସୁରକ୍ଷା ଦାବୀ କରୁଥିବା ଗ୍ରାମବାସୀଙ୍କ ଜିଦ ଫଳରେ କିଛିଦିନ ହେଲା କ୍ରସର ଓ ପଥର ବ୍ଳାଷ୍ଟିଙ୍ଗ ସବୁ ବନ୍ଦ ରହିଛି । ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ତିନିଥର ଆଲୋଚନା ହେଲେ ମଧ୍ୟ ସମାଧାନ ର ପନ୍ଥା ବାହାରି ପାରୁନାହିଁ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କୋରନା ଯୋଗୁଁ ଫିକା ପଡିଲା ନବରଙ୍ଗପୁର ଜିଲ୍ଲାର କୃଷି ଭିତିକ ପର୍ବ – ଉଆଁସ ପରବ

Aren News

ବାତ୍ୟା ‘ଆମ୍ଫନ’ର ଆଖି ୩୦ କି.ମି. , ଓଡ଼ିଶାକୁ ଛୁଇଁଲା ଆଉଟର୍ ୱାଲ୍

Aren News

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୨ ଜଣ ଓ ରାଜ୍ୟରେ ୬୪୪ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |