• Home
  • ରାଜ୍ୟ
  • ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ

ବୌଦ୍ଧ / ଏରନ୍ ନ୍ୟୁଜ / ୨୬ – ୦୭ ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ବୌଦ୍ଧ ଜିଲା ରେ ରହିଥିବା ଐତିହାସିକ ଶୈବ ପୀଠ ଗୁଡିକ ଆଜି ଶୂନଶାନ ରହିଛି l ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଶ୍ରାବଣ ସୋମବାରରେ ଆଉ ଶୁଭୁନି ହର ହର ମହାଦେବ ଧ୍ୱନୀ । ଓମ୍ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହେଉନି ମନ୍ଦିର ପରିସର । ନା ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ମନର କଥା କହି ପାରୁଛି । ନା ଭଗବାନଙ୍କର ଭକ୍ତ ସହ ମିଳନ ହୋଇ ପାରୁଛି । ପ୍ରତିବର୍ଷ ଶ୍ରାବଣ ସୋମବାରରେ ଉଛୁଳି ପଡ଼େ ରାଜ୍ୟର ବିଭିନ୍ନ ଶୈବପୀଠ । ଏବର୍ଷ ଖାଁ ଖାଁ ପରିବେଶ । କେବଳ ନୀତିକାନ୍ତି କରାଯାଉଛି । ସର୍ବସାଧାରଣ ଦର୍ଶନ ମନା । ତଥାପି କିଛି ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ବାହାରେ ଜାଳିଛନ୍ତି ଭକ୍ତିର ଦୀପଟିଏ , ଢ଼ାଲିଛନ୍ତି ସାଙ୍ଗରେ ଆଣିଥିବା ପବିତ୍ର ଜଳ । କିଏ ପରିବାରର ସୁଖ ମନାସୀ ଛି ତ କେହି କେହି କରୋନା ରୂପୀ ରାକ୍ଷସର ଅନ୍ତ କାମନା କରିଛନ୍ତି । ଅପେକ୍ଷା କରିଛନ୍ତି ଆସନ୍ତାବର୍ଷ ସବୁ କିଛି ଠିକଠାକ ହୋଇଯିବ । ପୁଣି ଥରେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବେ କାଉଡିଆ ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୭-୧୧-୨୦୨୧((ଶନିବାର))

Aren News

ବୌଦ୍ଧରେ ୧୦ ଜଣ ଓ ରାଜ୍ୟରେ ୧୮୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୫୦,୬୭୨ କୁ ବୃଦ୍ଧି

Aren News

କଟକ : କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |