• Home
  • ରାଜ୍ୟ
  • ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର / ଏରନ୍ ନ୍ୟୁଜ / ୨୬ – ୦୭ ( ସନ୍ତୋଷିନୀ ନାୟକ ) ଆଜି ପୁଣି ହୀରାକୁଦ ଡ୍ୟାମର ୪ଟି ଗେଟ ଖୋଲିଛି । ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମର ୨ ଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବା ବେଳେ ୧୭ ତାରିଖରେ ଉପର ମୁଣ୍ଡରେ ବର୍ଷା କମ ହେବାରୁ ୨ ଟି ଯାକ ଗେଟ ବନ୍ଦ କରାଯାଇଥିଲା। ତେବେ ଗତ ୨୪ ତାରିଖରେ ପୁଣି ୪ ଟି ଗେଟ ଖୋଲା ଯାଇଥିଲା। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା ୮ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି ୧୧,୩୨,୦୮ କ୍ୟୁସେକ ଜଳ ନିଷ୍କାସନ ହେଉଛି।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସୋନପୁର ଜିଲ୍ଲାରେ କାଳବୈଶାଖିର ତାଣ୍ଡବଲୀଳା

Aren News

ଯୁବ ବ୍ୟବସାୟୀ ରାଜା ନିଖୋଜ ଘଟଣା, ପୋଲିସ ଅବହେଳା ବିରୋଧରେ ଯୁବ ସମାଜର ଶୋଭାଯାତ୍ରା

Aren News

ପ୍ରଚଣ୍ଡ ରୌଦ୍ରତାପ ରେ ଚାଲି ଚାଲି ହାଇଦ୍ରାବାଦ ରୁ ମାଲଦା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |