• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୩-୭-୨୦୨୧ )
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୩-୭-୨୦୨୧ )

ବୌଦ୍ଧ ଜିଲା ମୁଖ୍ୟ ଖବର

👉 ପ୍ରବଳ ବର୍ଷା ଓ ମାନବକୃତ ବନ୍ୟା ଯୋଗୁଁ ବୌଦ୍ଧ ସହରରେ ବେହାଲ ପରିସ୍ଥିତି,
👉 ଜାତୀୟ ରାଜପଥ ଅବରୋଧ, ବୌଦ୍ଧରେ ୧୭୭ ମିମି ବର୍ଷା
👉 ବର୍ଷା ଯୋଗୁଁ ଜିଲାର ବିଭିନ୍ନ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ
👉 ବର୍ଷାରେ ଭୁଷୁଡିଲା ବାବା ବୈଦ୍ୟନାଥ ମନ୍ଦିର ପାଚେରୀ
👉 ଜିଲାରେ ୭ ଜଣ କରୋନା ପଜିଟିଭ ଚିହ୍ନଟ
👉 ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଜିଲା ଶାଖାର ନିର୍ବାଚନ
👉 ସଭାପତି – ପୁର୍ଣ୍ଣ ଚରଣ ସାହୁ, ସାଧାରଣ ସଂପାଦକ – ଭାଗବତ ମେହେର
👉 ଜୁନାନୀ ଗ୍ରାମରେ ସୁସ୍ଥ ପରିବେଶ ସଚେତନତା କାର‌୍ୟ୍ୟକ୍ରମ
👉 କୁମ୍ଭାର ଯୁବାମଞ୍ଚ ଓଡିଶା ଟ୍ରଷ୍ଟ ର ତାଲିକା ପ୍ରକାଶନ ଓ ଆଭାସୀ ବୈଠକ ଅନୁଷ୍ଠିତ
👉 କଣ୍ଟାମାଲ ତହସିଲ ଅଧିନ ରେ ଖୋଲିଲା ତିନୋଟି ରାଜସ୍ବ ସର୍କଲ
👉 ୩ ଟି ନୁଆଁ ରାଜସ୍ବ ସର୍କଲ – ଖୁଣ୍ଟିଗୋରା, ବିଳାସପୁର ଏବଂ ଦପଳା(ଆ)

ରାଜ୍ୟ , ଦେଶ ଓ ବିଦେଶର ମୁଖ୍ୟ ଖବର

👉 ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି।
👉 ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ, ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା
👉 ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଅଗଷ୍ଟ ୧୯ ସୁଦ୍ଧା ସରିବ +୩ ଶେଷ ବର୍ଷ ପରୀକ୍ଷା, ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ବ୍ୟାକ ପେପର ସହ ସମସ୍ତ ପରୀକ୍ଷା ଫଳ
👉 ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା
👉 ପ୍ରଫେସର କ୍ଷିତିଭୂଷଣ ଦାସ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି। ଦେଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇବାରେ ପ୍ରଥମ ଓଡ଼ିଆ
👉 ଖୁବ୍ ଶୀଘ୍ର ଆରମ୍ଭ ହେବ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ନାମଲେଖା। ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ବିଶିଷ୍ଟ ଉଦ୍ୟୋଗପତି ଡ. ଗଣେଶ ନଟରାଜନ
👉 ଭୁବନେଶ୍ୱରରେ ଆରମ୍ଭ ହେଉ “ମୋ ଡଙ୍ଗା ଯୋଜନା” : ସୁର ରାଉତରାୟଙ୍କ ପ୍ରସ୍ତାବ । ମାଷ୍ଟର କ୍ୟାଂଟିନ ଛକରେ ଡଙ୍ଗା ଚଲାଇ କଂଗ୍ରେସର ଅଭିନବ ପ୍ରତିବାଦ
👉 ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର‌୍ୟ୍ୟୟ ପରିଚାଳନା’ ସାମିଲ ହେବ ଏବଂ ଏହା ବାଧ୍ୟତାମୂଳକ ବିଷୟ ହେବ।
👉 ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା।
👉 କୋଭିଡ ବିପଦ ଦୂର ହୋଇନାହିଁ, ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ–ମୁଖ୍ୟମନ୍ତ୍ରୀ
👉 ଜାପାନ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ। ଉଦଘାଟନୀ ଉତ୍ସବରେ ଧ୍ବଜା ବହନ କଲେ ମେରୀକମ୍ ଓ ମନପ୍ରୀତ ସିଂହ
👉 କୋଭିଡ କଟକଣାରେ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନ ଉତ୍ସବ। ଅଗଷ୍ଟ ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ ଟୋକିଓ ଅଲିମ୍ପିକ୍ସ। ୧୮ଟି ଇଭେଣ୍ଟରେ ଭାଗ ନେବେ ୧୨୭ ଭାରତୀୟ ଆଥଲେଟ।
👉 କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ସହାୟତା। ମୃତ ୧୭ଜଣ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ମଞ୍ଜୁର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର।
👉 ୧୭ଜଣ ସାମ୍ବାଦିକଙ୍କ ମଧ୍ୟରେ ଗଞ୍ଜାମରୁ ୭, ଭୁବନେଶ୍ବରରୁ ୪, ବଲାଙ୍ଗିରରୁ ୩, ଯାଜପୁରରୁ ୨, କଳହାଣ୍ଡିରୁ ଜଣେ ସାମ୍ବାଦିକଙ୍କ ପରଲୋକ ହୋଇଛି।
👉 ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା-ପାରଳାଖେମୁଣ୍ଡି ଥାନାରେ ପହଞ୍ଚିଲେ ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା। ବର୍ତ୍ତମାନ ଡ୍ରାଇଭର ପ୍ରମୋଦ ସାହୁଙ୍କୁ ଜେରା କରୁଛି ପୁଲିସ। ବିଦ୍ୟାଭାରତୀଙ୍କୁ କାରରେ ନେଇ ଭୁବନେଶ୍ବର ଯାଇଥିଲେ ପ୍ରମୋଦ।
👉 ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମ୍ ବ୍ରାଞ୍ଚ ଟିମ ମୁଖ୍ୟ ଡ଼ିଏସପି ବିଜୟ କୁମାର ମଲ୍ଲିକ ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ତଦନ୍ତକାରି ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମିଳିତ ଭାବେ ଜେରା କରିଛନ୍ତି
👉 ଜେଲରୁ ଜାମିନରେ ବାହାରିବା ସମୟରେ ପୁଣି ଗିରଫ ହେଲେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଆଶୁତୋଷ ମିଶ୍ର
👉 ଟିଏମସି ସାଂସଦ ଶାନ୍ତନୁ ସେନ ରାଜ୍ୟସଭାରୁ ନିଲମ୍ବିତ, ଗୃହରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଥିଲେ
👉 ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଭୋଇଙ୍କ ଘରେ ଭିଜିଲାନ୍ସ ଚଢାଉ
👉 ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨।
👉 ଦେଶରେ ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୪,୧୯,୪୭୦।
👉 ଦେଶରେ ୨୪ ଘଣ୍ଟାରେ ଆଉ ୩୮,୭୪୦ ସଂକ୍ରମିତ ସୁସ୍ଥ ; ମୋଟ ୩,୦୪,୬୮,୦୭୯ ସୁସ୍ଥ
👉 ବଙ୍ଗୋପସାଗରରେ ଲଘୁଚାପ, ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
👉 ରାଜ୍ୟରେ ୨୪ଘଣ୍ଟାରେ ଆଉ ୧ ହଜାର ୯୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩, ୮୫୧କୁ ବୃଦ୍ଧି।
👉 ୯,୩୯,୧୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯,୨୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
👉 ରାଜ୍ୟରେ ଆଉ ୬୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୩୭୭
👉 ଆଜିଠୁ ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ ଆରମ୍ଭ

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କୋଭିଡରେ ମୃତକଙ୍କ ପରିବାରକୁ ମିଳିବ ସହାୟତା, ସରପଞ୍ଚମାନଂକୁ ପୁଣି ମିଳିବ ଜିଲ୍ଲାପାଳ ଦାୟିତ୍ୱ , ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

Aren News

ଭିତିଭୂମୀ ଥାଇ ବି ଅବହେଳିତ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପ

Aren News

ବରିଷ୍ଠ ସାମ୍ବାଦିକଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇଦେଲେ ଜିଲାପାଳ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |