• Home
  • ଅନ୍ୟାନ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୦-୭-୨୦୨୧((ମଙ୍ଗଳବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୦-୭-୨୦୨୧((ମଙ୍ଗଳବାର))

🌹 ମହାବୀର ପଞ୍ଚାଙ୍ଗ 🌹
🌹୨୦-୭-୨୦୨୧((ମଙ୍ଗଳବାର)) 🌹
🌹ବାହୁଡ଼ା ଯାତ୍ରା ଓ ହରିଶୟନ ପଦ୍ମା ଏକାଦଶୀ🌹
🌸🌸🌸🌸🌸🌸🌸🌸🌸🌸🌸🌸
କର୍କଟ ଦି୫ନ ଏକାଦଶୀ ଦ୩୫।୨୭ ରାଘ୭।୩୨ ଅନୁରାଧା ଦ୩୯।୫୮ ରାଘ୯।୨୦ ବିଛା ଚନ୍ଦ୍ର ଦ୬୦ ନିଶାନ୍ତ
🌸🌸🌸🌸🌸🌸🌸🌸🌸🌸🌸🌸
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କର୍କଟ ଦ୦/୩୩/୫୦ ଇଂଘ ୫/୨ ୧/୨୯ ଗତେ ଉଦୟ
ମକର ଦ୦/୩୦/୨୦ ଇଂଘ୬/୨୩/୩୫ ଗତେ ଅସ୍ତ ।
🌸🌸🌸🌸🌸🌸🌸🌸🌸🌸🌸🌸
ଯୋଗିନୀ ଅଗ୍ନି କୋଣେ । ରାତ୍ରି ଘ୭ ।୩୨ ଗତେ ନୈରୃତେ ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ମକର ରାଶିର ଘାତବାର । ରାତ୍ରି ଘ୯।୨୦ ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତର ଭାଦ୍ର ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବଫାଃ ହସ୍ତା ସ୍ବାତୀ ଅନୁରାଧା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୭।୫୯ ଗତେ ଘ୮।୩୭ ମଧ୍ୟେ ବାରବେଳା । ଘ୧।୩୦ ଗତେ ଘ୩।୮ ମଧ୍ୟେ କାଳବେଳା । ରାତ୍ରି ଘ୭।୪୫ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ରାତ୍ରି ଘ୭।୩୨ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୯।୨୦ ଗତେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୁଳଟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବିକା ( ଶିମ) ରାତ୍ରି ଘ୭।୩୨ ଗତେ ପୂତିକା (ପୋଇ) ଭକ୍ଷଣ ନିଷେଧ । ଅଦ୍ୟ ସର୍ବସମ୍ମତ ହରିଶୟନ ଏକାଦଶୀ, ବ୍ରତ ଓ ଉପବାସ । ହଳ ନିଷେଧ । ଅଦ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଓ କଣ୍ଟିଲୋ ନୀଳମାଧବଙ୍କର ବାହୁଡ଼ା ଯାତ୍ରା ।
🌸🌸🌸🌸🌸🌸🌸🌸🌸🌸🌸🌸
(ଅମୃତ) – ଦିବା ଘ୭।୪୫ ଗତେ ୧୦।୯ ମଧ୍ୟେ ଘ୧୨।୩୩ ଗତେ ଘ୨।୯ ମଧ୍ୟେ ଘ ୨।୫୭ ଗତେ ଘ୪।୩୩ ମଧ୍ୟେ। ରାତ୍ରି ଘ୭। ୧ ୧ ମଧ୍ୟେ ଘ୯।୩୫ ଗତେ ଘ୧୨।୦ ମଧ୍ୟେ ଘ ୨।୨୪ ଗତେ ଘ୪।୦ ମଧ୍ଯେ।
ମାହେନ୍ଦ୍ର-ନାସ୍ତି।

🌹ମେଷ:

ଆପଣଙ୍କର ପ୍ରତିଟି କାମ ସହଜରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଠିକ୍ ରହିବ।

🌹ବୃଷ:

ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ।

🌹ମିଥୁନ:

ମାତା-ପିତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ପଡ଼ୋଶୀ ମତଭେଦ ପାସୋରି ବନ୍ଧୁତାର ହାତ ବଢ଼ାଇବେ। କଂପ୍ୟୁଟର ବ୍ୟବସାୟୀଙ୍କୁ ଲାଭ ମିଳିବ।

🌹କର୍କଟ:

ଘର କାମରେ ଅଧିକ ସମୟ ଦେବେ। ପରିବାର ସହିତ ସ୍ବାଦିଷ୍ଠ ଭୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ। ସମାଜରେ ଯଶ ଖ୍ୟାତି ବଢ଼ିବ।

🌹ସିଂହ:

କୌଣସି ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବ। ଆପଣଙ୍କ ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ପାଇପାରନ୍ତି।

🌹କନ୍ୟା:

ମାନସିକ ରୂପେ ଖୁସି ରହିବେ। ନୂଆ ଲୋକଙ୍କ ସହିତ ଡିଲ୍ ପକ୍କା ହୋଇପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

🌹ତୁଳା:

ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

🌹ବିଛା:

ଦିନଟି ଆରାମରେ କଟିବ। କବିମାନଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ଆମଦାନି ରପ୍ତାନିରେ ଆପଣଙ୍କ କଂପାନିକୁ ଲାଭ ହେବ। ପ୍ରେମ ସଂପର୍କ ନିବିଡ଼ ହେବ।

🌹ଧନୁ:

ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆପଣଙ୍କ ତାଲିକାରେ କିଛି ନୂଆ ସଂପର୍କ ଯୋଡ଼ିବେ। ଠିକାଦାର ନୂଆ ଟେଣ୍ଡର ପାଇବେ।

🌹ମକର:

ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି। ବିବାହିତ ଜୀବନସାଥୀଙ୍କ ସହିତ ସନ୍ଧ୍ୟା ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ନେଇ ସାବଧାନ ରୁହନ୍ତୁ।

🌹କୁମ୍ଭ:

କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କ ଲାଗି ଦିନଟି ସୁଖକର ରହିବ।

🌹ମୀନ:

ଅଫିସରେ ସହକର୍ମୀଙ୍କର ଭୁଲ୍ ପାଇଁ ତାଙ୍କ ସହିତ ତର୍କ ନ କରି କ୍ଷମା କରି ଦିଅନ୍ତୁ। ବ୍ୟବସାୟ କାମରେ ସମସ୍ୟା ହୋଇପାରେ। ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ।

🌻🌻🌻🌻🌻🌻🌻🌻🌻🌻🌻🌻
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹 ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା଼ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌻🌻🌻🌻🌻🌻🌻🌻🌻🌻🌻🌻

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲା ଓକିଲ ସଂଘର ନିର୍ବାଚନ, ତାରେଣୀ ସଭାପତି ଓ ଅଶୋକ ସଂପାଦକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ -୨୫-୪-୨୦୨୧((ରବିବାର))

Aren News

ମନ୍ଦିର ନିର୍ମାଣ ପାଇଁ ରାମ ମନ୍ଦିର ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |