• Home
  • ରାଜ୍ୟ
  • ‘ପଖାଳ’ରେ ରହିଛି ରୋଗ ପ୍ରତିରୋଧକ ଶକ୍ତି, ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଆସିଲା ତଥ୍ୟ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

‘ପଖାଳ’ରେ ରହିଛି ରୋଗ ପ୍ରତିରୋଧକ ଶକ୍ତି, ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଆସିଲା ତଥ୍ୟ

ବୌଦ୍ଧ / ଏରନ୍ ନ୍ୟୁଜ / ୦୮ -୦୭ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’। ମହାପ୍ରଭୁଙ୍କଠାରେ ପଖାଳ ଭୋଗ ଲାଗି ହୁଏ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ପଖାଳକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି । ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟତା କରିଥାଏ । ରାତି ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଅଣୁଜୀବ ତିଆରି ହୁଏ। ଯେଉଁଥିରେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି ହୁଏ। ଯାହାକି ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରି କରେ। ଯାହାକୁ ସାଧାରଣରେ ଆମେ ତୋରାଣି କହୁ। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ବିରୋଧରେ ବିଜେପି ପକ୍ଷରୁ ମୌନ ବ୍ରତ, ଉପବାସ ଓ ଧାରଣା

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୭-୫-୨୦୨୧((ଗୁରୁବାର))

Aren News

ତେଲଦର ବୃଦ୍ଧିର ପ୍ରତିବାଦ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |