ବୌଦ୍ଦ / ଏରନ୍ ନ୍ୟୁଜ / ୨୪-୦୬ ବୌଦ୍ଧ ଜିଲାରେ ଆଜି ଆନନ୍ଦ ଉଳ୍ଳାସର ସହିତ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ବୌଦ୍ଧ ସହର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ବ୍ରାହ୍ମଣ ସମାଜ ପକ୍ଷରୁ ସେବାୟତମାନେ ସକାଳୁ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ପୂଜକଙ୍କ ଦ୍ୱାରା ପାରଂପରିକ ପୂଜାର୍ଚ୍ଚନା ସରିବାପରେ ମହାନଦୀ ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ବେଶକାରୀମାନେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶରେ ସଜାଇଥିଲେ । କରୋନା ପାଇଁ କଟକଣା ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ମନା କରାଯାଇଥିଲା । ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ଜିଲାର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ କରୋନା କଟକଣା ପ୍ରକାରେ ସିମୀତ ସେବାୟତମାନଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id