ତାଜା ଖବର
  • Home
  • ରାଜ୍ୟ
  • କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନା
ତାଜା ଖବର ରାଜନୀତି ରାଜ୍ୟ

କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନା

ଭୁବନେଶ୍ବର / ଏରନ୍ ନ୍ୟୁଜ / ୧୪ -୦୬ କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ରାଜ୍ୟ ସରକାର ଗ୍ରୀନ ପ୍ୟାସେଜ ଯୋଜନା ଘୋଷଣା କରିଛନ୍ତି । କୋଭିଡ ମହାମାରୀ ସମୟରେ ଅନକେ ପିଲା ଅନାଥ ହୋଇଛନ୍ତି । ପିତା ମାତା ଚାଲିଯିବା ଫଳରେ ସାମାନଙ୍କ ପାଠ ପଢିବା ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ସମସ୍ୟା ପରିଲିଖିତ ହୋଇଛି । ଏପରି ସମୟରେ ଓଡ଼ିଶା ସରକାର ଏହି ଅନାଥ ପିଲାଙ୍କ ପାଇଁ ସହୟତା ଦେବାକୁ ହାତ ବଢାଇଛନ୍ତି । ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ରାଜ୍ୟ ସରକାର। ସେମାନଙ୍କ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ଖର୍ଚ୍ଚ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ ବର୍ତ୍ତମାନ ଅନାଥ ଶିଶୁଙ୍କୁ ୨୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମଧ୍ୟ ଏହି ଷ୍ଟାଇପେଣ୍ଡ ଯୋଜନା କରାଯାଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲାରେ ‘ଭାରତ ବନ୍ଦ’ର ମିଶ୍ରିତ ପ୍ରଭାବ: କୋଉଠି ଖୋଲା ତ କୋଉଠି ବନ୍ଦ

Aren News

ବୌଦ୍ଧ ଜିଲାରେ ୨୧ କରୋନା ପଜିଟିଭ, ଅନ୍ୟ ଜିଲାରେ କେତେ ? ଜାଣନ୍ତୁ କରୋନା ଖବର

Aren News

ସରକାରୀ କର୍ମଚାରୀମାନେ ୨୦୨୧ ମସିହାରେ ୧୦୬ଦିନ ଛୁଟି ପାଇବେ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |