ତାଜା ଖବର
  • Home
  • ରାଜ୍ୟ
  • ଦେଶରେ ହୁହୁ ହୋଇ କାହିଁକି ବଢ଼ୁଛି ତେଲ ଦର ? କାରଣ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

ଦେଶରେ ହୁହୁ ହୋଇ କାହିଁକି ବଢ଼ୁଛି ତେଲ ଦର ? କାରଣ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୩ -୦୬ ଦେଶରେ ହୁହୁ ହୋଇ ବଢ଼ୁଥିବା ତୈଳ ଦରକୁ ନେଇ କେନ୍ଦ୍ର ସରକାର ସବୁବେଳେ ସମାଲୋଚିତ ହେଉଛନ୍ତି l ଏହି ସମୟରେ ତୈଳ ଦର ବୃଦ୍ଧିର କାରଣ ନେଇ ମତ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତ୍ତମାନ ୭ଟି ରାଜ୍ୟରେ ତୈଳଦର ଲିଟର ପ୍ରତି ୧୦୦ ଟଙ୍କା ରହିଥିବା ବେଳେ ରାଜସ୍ଥାନ ଗଙ୍ଗାନଗରରେ ଡିଜେଲ୍‌ ଦର ମଧ୍ୟ ୧୦୦ ଟଙ୍କା ପାର୍ ହୋଇଛି।ତେବେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ତା ସହିତ କରୋନା ବିରୋଧ ଲଢ଼େଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତେଲ ଉପରୁ ଟିକସ ଲଗାଇ ଅର୍ଥ ସଂଗ୍ରହଣ କରିବା ଆବଶ୍ୟକ ପଡ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି କୋଭିଡ୍ ପାଇଁ ବର୍ଷକୁ ୩୫ ହଜାର କୋଟିରୁ ଅଧିକ ଟିକା ପାଇଁ ଖର୍ଚ୍ଚ ହୋଇଛି। ଏବେ ଏବେ ଏକ ଲକ୍ଷକୋଟି ଟଙ୍କାର ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। ସେହିଭଳି ହଜାର ହଜାର କୋଟି କୃଷଙ୍କ ଖାତାକୁ ଟଙ୍କା ଦିଆଯାଉଛି। ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି। ଜନମଙ୍ଗଳ କାର୍ଯ୍ୟ ପାଇଁ ଟଙ୍କା ସଞ୍ଚୟ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବନ ବିଭାଗ ପକ୍ଷରୁ ଚଢ଼ଉ, ବିପୁଳ ପରିମାଣର କାଠ, ଅଧାଗଢ଼ା ଆସବାପତ୍ର ଓ ସଂରଞ୍ଜାମ ଜବତ, ୨ଜଣ ଗିରଫ

Aren News

ବୋୖଦ୍ଧ: କରୋନା ସହିଦଙ୍କ ପାଇଁ ସ୍ମୃତିସଭା, ଶ୍ରଦ୍ଧାସୁମନ ଅର୍ପଣ

SASWAT

ତଳ ମୁଁହା କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୫୯୪ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |