ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୦-୦୬ କୋଭିଡର ୨ୟ ଲହରୀ ଜାରି ରହିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ପୁନର୍ବାର ବିନା ଭକ୍ତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ଏହାସହ ରାଜ୍ୟର ଅନ୍ୟସ୍ଥାନରେ ରଥ ଗଡିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି । ପୁରୀରେ ଚଳିତ ଥର ରଥଯାତ୍ରା ଆୟୋଜିତ ହେବ । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତ ବର୍ଷ ଭଳି କଟକଣାରେ ହେବ। ହେଲେ ବିନା ଭକ୍ତରେ ହେବ ରଥଯାତ୍ରା । ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ ନୀତିକାନ୍ତି କରାଯାଇପାରିବ। ଯେଉଁ ସେବାୟତ ମାନେ ଚଳିତ ଥର ରଥଯାତ୍ରା ନୀତିକାନ୍ତିରେ ସାମିଲ ହେବ ସେମାନେ ଦୁଇ ଡୋଜ୍ କରୋନା ଟିକା ନେଇଥିବେ । ଏଥିସହିତ ତାଙ୍କ ପାଖରେ ଫାଇନାଲ୍ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ଥିବ କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ରହିଥିବ। ଏବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି ଏସଆରସି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id