ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୯ -୦୬ ଏବେ ପ୍ରାୟ ସଭିଙ୍କ ହାତରେ ସ୍ମାର୍ଟଫୋନ୍। ଫୋନ୍ରେ ଥିବା ବ୍ୟକ୍ତିଗତ ତଥ୍ୟ ସବୁକୁ ଗୋପନୀୟ ତଥା ସୁରକ୍ଷିତ ରଖିବା ନିମନ୍ତେ ସମସ୍ତେ ଗୋଟିଏ ଗୋଟିଏ ପାସ୍ୱାଡ୍ ଦେଇଥାନ୍ତି। ଏହାଦ୍ୱାରା ସେ ନ ଚାହିଁଲେ କେହି ତାଙ୍କ ସ୍ମାର୍ଟଫୋନ୍ ଦେଖିପାରିବ ନାହିଁ। ବେଳେବେଳେ ଏମିତି ଘଟେ ଯେ, କେହି କେହି ବ୍ୟସ୍ତବହୁଳତା ହେଉ ବା କାର୍ଯ୍ୟବ୍ୟସ୍ତତା ଯୋଗୁଁ ହେଉ ଏହି ପାସ୍ୱାଡ୍ ଭୁଲିଯାଆନ୍ତି। ଅନେକ ଚେଷ୍ଟା ସେତ୍ତ୍ବ ବି ପାସ୍ୱାଡ୍ ମନେ ପଡ଼େନାହିଁ। ପୁଣି ବାରମ୍ୱାର ଭୁଲ ପାସ୍ୱାଡ୍ ଲେଖିବା ଦ୍ୱାରା ଫୋନଟି ସବୁଦିନ ପାଇଁ ବ୍ଲକ୍ ମଧ୍ୟ ହୋଇଯିବାର ସମ୍ଭାବନା ରହିଛି। ତେବେ ଏଭଳି ସମସ୍ୟାରୁ ବର୍ତ୍ତିବାର ଉପାୟ ମଧ୍ୟ ରହିଛି। ଯଦି ଆପଣ ଫୋନ୍ରେ ପାସ୍ୱାଡ୍ ଭୁଲି ଯାଇଛନ୍ତି ତା’ହେଲେ ଫୋନ୍ଟିକୁ ଖୋଲିବା ପାଇଁ କେତୋଟି କୌଶଳ ଅବଲମ୍ବନ କରିପାରିବେ…
-ଅନ୍ୟ ଫୋନ ବା କମ୍ପ୍ୟୁଟରରେ google.com/android/devicemanager ସାଇଡକୁ ଯାଆନ୍ତୁ।
-ନିଜ ଗୁଗୁଲ ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ।
-ପରେ ସେହି ଫୋନକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଅନ୍ଲକ୍ କରିବାକୁ ଚାହୁଁଛନ୍ତି।
-ଏହାପରେ “Lock Your Phone” ବିକଳ୍ପକୁ ଚୟନ କରନ୍ତୁ। ଲକ୍ ଅପସନକୁ ଯାଇ ନିଜ ନୂଆ ପାସ୍ୱାଡ୍ ଦିଅନ୍ତୁ।
-ଏହାପରେ ସେହି ଫୋନ୍ରେ ନୂଆ ପାସ୍ୱାଡ୍ ପାଇଁ ନୋଟିଫିକେସନ୍ ଆସିବ। ଆପଣ ନିଜ ନୂଆ ପାସ୍ୱାଡ୍ ପକାଇ ଫୋନ୍ ଅନ୍ଲକ୍ ବା ଖୋଲିପାରିବେ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id