ତାଜା ଖବର
  • Home
  • ରାଜ୍ୟ
  • ସାବିତ୍ର ଅମବାସ୍ୟାରେ ପଡୁଛି ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ କେମେତି ପାଳନ ହେବ ଏହି ବ୍ରତ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ସାବିତ୍ର ଅମବାସ୍ୟାରେ ପଡୁଛି ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ କେମେତି ପାଳନ ହେବ ଏହି ବ୍ରତ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୮ -୦୬ ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ଗ୍ରହଣ ଜୁନ୍ ୧୦ ତାରିଖ ଗୁରୁବାର ଦିନ ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି ମଧ୍ୟ ସୂର୍ଯ୍ୟ ପୁତ୍ର ଶନିଙ୍କ ଜନ୍ମ ଦିନ। ଏହିଦିନ ସାବ୍ରିତ ବ୍ରତ ମଧ୍ୟ ପାଳନ କରାଯିବ। ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ଗ୍ରହଣର ସମୟ ଦିନ ୦୧.୪୨ ରୁ ଆରମ୍ଭ ହୋଇ ଅପରାହ୍ନ ୦୬.୪୧ ପର୍ଯ୍ୟନ୍ତ ରହିବ। ଏହି ସୂର୍ଯ୍ୟ ଗ୍ରହଣ ଭାରତର କେବଳ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଅଞ୍ଚଳରେ ଏହି ସୂର୍ଯ୍ୟ ଗ୍ରହଣ ଦୃଶ୍ୟମାନ ହେବ। ସୂର୍ଯ୍ୟ ଗ୍ରହଣ ବେଳେ ଭାରତରେ ପୂଜା ବିଧି କିପରି ହେବ ସେ ନେଇ ଆସନ୍ତୁ ଜାଣିବା l ଯଦିଓ ଏହି ସୂର୍ଯ୍ୟ ଗ୍ରହଣ ପାଇଁ ସୂତାକ ଅବଧି ବୈଧ ହେବ ନାହିଁ, ସେଥିପାଇଁ ଏହି ସୂର୍ଯ୍ୟ ଗ୍ରହଣ ଧାର୍ମିକ ଏବଂ ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିବ ନାହିଁ। ଏହି ଦିନ ସାବିତ୍ର ବ୍ରତ ପଡୁଥିବାରୁ ସଧବାମାନେ ଏହି ବ୍ରତ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବାତ୍ୟା ‘ୟଶ’, ୨୨ ତାରିଖ ସୁଦ୍ଧା ଲଘୁଚାପ ଓ ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ଆଶଙ୍କା

Aren News

ଆଇଏଏସସ୍ତରରେ ଅଦଳବଦଳ: ପରାଗ ଗୁପ୍ତା ହେଲେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ

Aren News

କରୋନା ରିପୋର୍ଟ, ବୌଦ୍ଧ ଜିଲାରେ ୧୭୯ ଜଣ ଓ ରାଜ୍ୟରେ ୧୦୬୩୫ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |