ବୌଦ୍ଧ / ଏରନ୍ ନ୍ୟୁଜ / ୨୬-୦୫ ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଛି ଭଗବାନ ବୁଦ୍ଧଙ୍କ ଜନ୍ମଜୟନ୍ତୀ । ଜୟନ୍ତି ଅବସରରେ ବୌଦ୍ଧ ଜିଲ୍ଲାରେ ରହିଥିବା ବୁଦ୍ଧ କୀର୍ତିରାଜୀ ଗୁଡିକରେ ନିତିକାନ୍ତି ସହିତ ପୁଜା ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ରହିଛି ଅନେକ ବୁଦ୍ଧ କୀର୍ତିରାଜୀ । ସେଥିମଧ୍ୟରୁ ପରଗଳପୁର ଓ ଶ୍ୟାମସୁନ୍ଦପୁର , ସହରର ରାଜବାଟୀ ନିକଟରେ, ଐତିହାସିକ ରାମନାଥ ମନ୍ଦିର ପରିସରରେ, ମହାନଦୀ ପାର୍କରେ ଓ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ଥିବା ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତୀ ଅନ୍ୟତମ ।
ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନ୍.ସି. ଜ୍ୟୋତିରଂଜନ, ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ଏନ୍.ଏ.ସି. ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା .ବୌଦ୍ଧ ଓ ହରଭଙ୍ଗା ବିଡିଓ, ବୁଦ୍ଧ ଜୟନ୍ତୀ କମିଟି ଆବାହକ ଦେବାଶିଷ ପୁରୋହିତ, ସତ୍ୟନାରାୟଣ ହୋତା, ଶଶାଙ୍କ ଶେଖର ମିଶ୍ର, ସୁଶାନ୍ତ କୁମାର ମହାପାତ୍ର, ସତ୍ୟନାରାୟଣ ପାଣି, ଶଙ୍କର ମିଶ୍ର, ପ୍ରବିର କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବୁଦ୍ଧ ଜୟନ୍ତି ଅବସରରେ ସମଗ୍ର ଜିଲ୍ଲାରେ ଆଜି ଆମିଷ ବିକ୍ରୀ ଓ ଭକ୍ଷଣକୁ ଲୋକେ ବର୍ଜନ କରିଥିଲେ । କରୋନା ମହାବିପତିରୁ ରକ୍ଷା କାମନା କରି ସଂଧ୍ୟାରେ ଜିଲ୍ଲାର ସମସ୍ତ ଗ୍ରାମ ଓ ସହରରେ ଜନସାଧାରଣଙ୍କ ପକ୍ଷରୁ ଦୀପ ପ୍ରଜ୍ୱଳନ କରିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id