ବୌଦ୍ଧ/ ଏରନ୍ ନ୍ୟୁଜ / ୨୪-୦୫ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା । ଭଗବାନ ବୁଦ୍ଧଙ୍କ ଅନେକ ସ୍ମୁତିଚିହ୍ନ ବହନ କରିଥିବା ଏହି ଐତିହାସିକ ବୌଦ୍ଧ ଜିଲାରେ ଅନେକ ବୁଦ୍ଧ କିର୍ତି ଭରି ରହିଛି । ବର୍ଷସାରା ଭଗବାନଙ୍କ ପୂଜାଅର୍ଚନା ହେଉଥିବା ବେଳେ ବୈଶାଖ ପୁର୍ଣ୍ଣୀମାରେ ଭଗବାନ ବୁଦ୍ଧ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମାତ୍ର କୋଭିଡ ନିୟମ ଏବଂ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ହୋଇଥିବାରୁ ଦକ୍ଷିଣାଚଂଳ ରାଜସ୍ୱ କମିଶନରଙ୍କ ପକ୍ଷରୁ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି । ବୌଦ୍ଧ ସହରରେ ରାଜବାଟୀ ନିକଟସ୍ଥ ବୂଦ୍ଧମୂର୍ତୀ, ରାମନାଥ ମନ୍ଦିର ପରିସରରେ ପୁଜିତ ହେଉଥିବା ବୁଦ୍ଧ ମୂର୍ତୀ ଏବଂ ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ଥିବା ଐତିହାସିକ କୀର୍ତୀରାଜୀ ପରିସରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଭୋଗ ନୈବେଦ୍ୟ ଅର୍ପଣ କରାଯିବ । ଭଗବାନ ବୁଦ୍ଧଙ୍କ ତିନିଗୋଟି ସୁସଜ୍ଜିତ ଶାନ୍ତିରଥ ବୌଦ୍ଧ ଜିଲ୍ଲାର ତିନିଗୋଟି ବ୍ଲକ ଓ ବୌଦ୍ଧ ସହରରେ ପରିଭ୍ରମଣ କରିବ । ଏହି ଅବସରରେ କରୋନା ମହାମାରୀରୁ ମୁକ୍ତିପାଇଁ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ପରିବେଷଣ ହେବ । ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଭଗବାନଙ୍କ ବୁଦ୍ଧଙ୍କ ଜୟନ୍ତୀ ଦିବସ ଦିନ ହିଂସା ବର୍ଜନ କରିବା ପାଇଁ ଆମିଷ ବିକ୍ରୟ ଏବଂ ଆମିଷ ଭକ୍ଷଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ସଂଧ୍ୟା ସମୟରେ ଜିଲାବାସୀ ନିଜ ଘର ସାମନାରେ ପ୍ରଦୀପ ପ୍ରଜ୍ୱଳନ କରି କରୋନା ମହାମାରୀ ଦୂର ନିମନ୍ତେ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରାଯାଇଛି । ଏହି ବୈଠକରେ ସତ୍ୟନାରାୟଣ ହୋତା, ଶଶାଙ୍କ ଶେଖର ମିଶ୍ର, ସୁଶାନ୍ତ କୁମାର ମହାପାତ୍ର, କୃତିବାସ ପଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
🌺🌺🌺🌺🌺🌺🌺🌺🌺🌺🌺🌺
Download our Apps from Play store / use below link
https://play.google.com/store/apps/details?id=com.arennews
🌺🌺🌺🌺🌺🌺🌺🌺🌺🌺🌺🌺
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id