• Home
  • ଅନ୍ୟାନ୍ୟ
  • ‘ବ୍ଲାକ୍ ଫଙ୍ଗସ୍’ କଣ ? କିପରି ହେଉଛି ସଂକ୍ରମଣ ଏବଂ କଣ ରହିଛି ଉପଚାର
ଅନ୍ୟାନ୍ୟ କରୋନା ଖବର ଜୀବନଚର୍ଯ୍ୟା ତାଜା ଖବର

‘ବ୍ଲାକ୍ ଫଙ୍ଗସ୍’ କଣ ? କିପରି ହେଉଛି ସଂକ୍ରମଣ ଏବଂ କଣ ରହିଛି ଉପଚାର

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୧ -୦୫ କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି । ତେବେ ଏହାକୁ ମୁକୋରମାଇକୋସିସ୍ ବୋଲି ମଧ୍ୟ କୁହାଯାଏ । ଏହି ବ୍ଲାକ୍ ଫଙ୍ଗସ୍ କରୋନା ରୋଗୀ ଏବଂ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ବିପଦର କାରଣ ହୋଇପାରେ । ଏହି ବ୍ଲାକ୍ ଫଙ୍ଗସ୍ ଆମ ଶରୀରର ଚର୍ମ, ଫୁସଫୁସ୍ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ । ତେବେ ଏନେଇ ଆଡଭାଇଜରୀ ଜାରି କରିଛନ୍ତି ଆଇସିଏମଆର୍ । ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଯେ ମଧୁମେହ ଏବଂ ଆଇସିୟୁରେ ଅଧିକ ଦିନ ରହୁଥିବା କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି କ୍ଷତି ଘଟାଏ l

ତେବେ ଏହା ଖୁବ୍ ବିରଳ ଏବଂ କ୍ଷତିକାରକ ସଂକ୍ରମଣ । ଏହାର ଯଥାଶୀଘ୍ର ଉପଚାର କରିବା ନିହାତି ଆବଶ୍ୟକ । ଏହି ରୋଗର କିଛି ବିଶେଷ ଲକ୍ଷଣ ରହିଛି ଯେପରିକି ଆଖି ତଳ, ଗାଲ ଏବଂ ନାକ ଲାଲ ହୋଇଯିବା ଏବଂ ଯନ୍ତ୍ରଣା ହେବା । ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ଅସୁବିଧା । ରକ୍ତ ବାନ୍ତି, ସହ ମାନସିକ ସ୍ତରରେ ପ୍ରଭାବ ପକାଇବା । କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ଏହି ରୋଗର ଲକ୍ଷଣ । ପ୍ରମାଣକୁ ଭିତ୍ତି କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହାର ଚିକିତ୍ସା ଏବଂ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଜାରି କରିଛନ୍ତି । କୁହାଯାଇଛି ଯେ ବାୟୁରୁ ନିଶ୍ୱାସ ନେବାବେଳେ ମୁକୋରମାଇକୋସିସ୍ ହୋଇପାରେ । ଏଥିରେ, ବ୍ଲାକ ଫଙ୍ଗସ୍ ଭିତରକୁ ଆସେ ଯାହା ଲଙ୍ଗସକୁ ସଂକ୍ରମିତ କରେ ।

ଏହି ରୋଗରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ୍ :
ବ୍ଲାକ ଫଙ୍ଗସ୍ ବା ମୁକୋରମାଇକୋସିସ୍ ଏକ ଫଙ୍କଲ୍ ଇନ୍ଫେକସନ୍ ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟି ବାୟୋଟିକ୍ ନେବା ଉଚିତ୍ । ଉପଯୁକ୍ତ ଚିକିତ୍ସା ସହିତ ଏହା ଦୁର ହୋଇ ପାରିବ । ସେହିପରି ଏହି ରୋଗରୁ ରକ୍ଷା ପାଇବା ପାଇଁ ମଧୁମେହ ନିୟନ୍ତ୍ରଣ ହେଉଛି ସର୍ବୋତ୍ତମ ଉପାୟ । ମଧୁମେହ ରୋଗୀମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍ । କୋଭିଡ -୧୯ ରୁ ଡିସଚାର୍ଜ ହେବା ପରେ ରକ୍ତରେ ଗ୍ଲୁକୋଜର ସ୍ତର ନିରନ୍ତର ଯାଞ୍ଚ କରାଯିବା ଉଚିତ । ଡାକ୍ତରଙ୍କ ପରାମର୍ଶରେ କେବଳ ଉପଯୁକ୍ତ ସମୟରେ ଷ୍ଟେରଏଡ ବ୍ୟବହାର କରନ୍ତୁ । ଅମ୍ଳଜାନ ଚିକିତ୍ସା ସମୟରେ ସ୍ୱଚ୍ଛ ଜଳ ବ୍ୟବହାର କରିବା ଉଚିତ୍ । ଲକ୍ଷଣ ଦେଖାଇବା ପରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରେ । ଯଦି ପ୍ରାରମ୍ଭିକ ପର୍ୟ୍ୟାୟରେ ଆଣ୍ଟିଫଙ୍ଗାଲ୍ ଥେରାପି ଆରମ୍ଭ ହୁଏ । ଆଉ ଏହି ଥେରାପି ପ୍ରାୟ ୪ ରୁ ୬ ସପ୍ତାହ ଯାଏ କରିବା ଆବଶ୍ୟକ ।

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୪୮ ଜଣ ଓ ରାଜ୍ୟରେ ୩୯୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମତେ ୩ ଜଣ ଦାଦା ବଟି ମାଗି ଗିରଫ, ଟଙ୍କା ଓ ଗାଡି ଜବତ

Aren News

ବଦଳିଲା କ୍ୱାରେନଟାଇନ ନିୟମ: ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ୱାରେନଟାଇନରେ ରହିବେ- – ଏସଆରସି ପ୍ରଦୀପ ଜେନା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |