ତାଜା ଖବର
  • Home
  • ରାଜ୍ୟ
  • ଟିକା ଅଭାବ, କରୋନା ଟିକାକରଣ କାର୍ଯ୍ୟକ୍ରମ ବୌଦ୍ଧ ଜିଲାରେ ବାଧାପ୍ରାପ୍ତ, ଆଜି ୨ଟି କେନ୍ଦ୍ରରେ ଟିକାଦାନ
କରୋନା ଖବର ତାଜା ଖବର ରାଜ୍ୟ

ଟିକା ଅଭାବ, କରୋନା ଟିକାକରଣ କାର୍ଯ୍ୟକ୍ରମ ବୌଦ୍ଧ ଜିଲାରେ ବାଧାପ୍ରାପ୍ତ, ଆଜି ୨ଟି କେନ୍ଦ୍ରରେ ଟିକାଦାନ

ବୌଦ୍ଧ / ଏରନ୍ ନ୍ୟୁଜ / ୧୧-୦୪ ସମଗ୍ର ରାଜ୍ୟ ପରି ବୌଦ୍ଧ ଜିଲାରେ ମଧ୍ୟ ଟିକାର ଅଭାବ ଦେଖାଦେଇଛି । ଫଳରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବୌଦ୍ଧ ଜିଲାରେ ବାଧାପ୍ରାପ୍ତ ହୋଇଅଛି । ଜିଲାରେ ପ୍ରତିଦିନ ୧୧ ରୁ ଅଧିକ କେନ୍ଦ୍ରରେ ଟିକାଦାନ କରାଯାଉଥିବା ବେଳେ ଗତକାଲି ଠାରୁ ଅନେକ କେନ୍ଦ୍ରରେ ଟିକାଦାନ ବନ୍ଦ କରିଦିଆଯାଇଛି । ଆଜି କେବଳ ବୌଦ୍ଧ ଓ ପୁରୁଣାକଟକ ୨ଟି କେନ୍ଦ୍ରରେ ଟିକାଦାନ କାମ ଚାଲିଅଛି । ପ୍ରତିଦିନ ୨୧ଶହରୁ ଅଧିକ ଟିକାଦାନ କରାଯିବା ଲକ୍ଷ୍ୟ ରହିଥିବା ବେଳେ ଆଜି ମାତ୍ର ୨୮୦ ଜଣଙ୍କୁ ଟିକାଦାନ କରାଯାଇପାରିବ ।

କରୋନା ଟିକା ଅଭାବ ରହିଥିବା ବେଳେ ଗତକାଲି ନୂତନ ଷ୍ଟକ ରାଜ୍ୟରେ ପହଁଚିଅଛି । ଆଗାମୀ ଦିନେ ଦୁଇଦିନରେ ଟିକା ବୌଦ୍ଧରେ ପହଁଚିବାର ସମ୍ଭାବନା ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଅଛି । ଯଦି ତୁରନ୍ତ ଟିକା ନ ପହଁଚେ ତେବେ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ରହିଛି ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ସହରରେ ଟ୍ରାକ୍ଟର ଆତଙ୍କ , ସିରିଜ ଦୁର୍ଘଟଣା ଘଟାଇ ଚାଳକ ଫେରାର

Aren News

ବିଶିଷ୍ଠ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗ

Simun Naik

ସହିଦ୍ ଦିବସର ସ୍ମୃତି, ସଂବେଦନା ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୧୬୫ ୟୁନିଟ ରକ୍ତସଂଗ୍ରହ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |