ତାଜା ଖବର
  • Home
  • ରାଜ୍ୟ
  • କରୋନାକୁ ସରକାର ବାହାରେ ଜଗିଛନ୍ତି – ମାଆମାନେ ଘରେ ଜଗନ୍ତୁ, କୋଭିଡ୍ ନିୟମ ମାନି ଚଳିଲେ ଲକଡାଉନ ହେବ ନାହିଁ – ମୁଖ୍ୟମନ୍ତ୍ରୀ
କରୋନା ଖବର ତାଜା ଖବର ରାଜନୀତି ରାଜ୍ୟ

କରୋନାକୁ ସରକାର ବାହାରେ ଜଗିଛନ୍ତି – ମାଆମାନେ ଘରେ ଜଗନ୍ତୁ, କୋଭିଡ୍ ନିୟମ ମାନି ଚଳିଲେ ଲକଡାଉନ ହେବ ନାହିଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୯-୦୪ ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି । ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା । ସଂକଳ୍ପ ନେଇ ଠିକ୍ ଭାବେ ମାସ୍କ ପିନ୍ଧିବା , ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାଠାରୁ ଜିତି ପାରିବା । ମାଆମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ବି ଘରୁ ବାହାରକୁ ଗଲେ ଆପଣ ସେମାନଙ୍କୁ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଅନ୍ତୁ । ମାଆମାନେ ସତର୍କ ହେଲେ ଘରକୁ କରୋନା ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ଲାଗି ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।    ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଟକ : କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

Simun Naik

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ପୁରୀ ଗସ୍ତ , ଶ୍ରୀମନ୍ଦିର ଚାରିପଟେ ବୁଲି ଦେଖିଲେ

Aren News

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ୪୩ତମ ସ୍ଥାପନା ଦିବସ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |