ତାଜା ଖବର
  • Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୦-୪-୨୦୨୧((ଶନିବାର))
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୦-୪-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୧୦-୪-୨୦୨୧((ଶନିବାର))🌹
🌹{{ସ୍ନୁହୀ ଚତୁର୍ଦ୍ଦଶୀ}} 🌹

🌺🌺🌺🌺🌺🌺🌺🌺🌺🌺🌺🌺
ମୀନ ଦି୨୮ନ ।ଚତୁର୍ଦ୍ଦଶୀ ଦ୬୦ ନିଶାନ୍ତ ପୂର୍ବଭାଦ୍ର ଦ୪।୪୮ ଦିଘ୭।୩୧।ମୀନ ଚନ୍ଦ୍ର ଦ୬୦ ନିଶାନ୍ତ
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୩/୨୧/୧୫ ଇଂଘ ୫/୩୭/୦୫ ଗତେ ଉଦୟ
କନ୍ୟା ଦ୪/୪୧/୫୫ ଇଂଘ ୬/୦/୦ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ପଶ୍ଚିମେ । ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଧନୁ ରାଶିର ଘାତଚନ୍ଦ୍ର । ବୃଷ, ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୭।୩୧ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୭।୧୦ ମଧ୍ୟେ ଘ୪।୨୭ ଗତେ ଘ୬।୦ ମଧ୍ୟେ କାଳବେଳା । ଘ୧।୨୧ ଗତେ ଘ୨।୫୪ ମଧ୍ୟେ ବାରବେଳା । ରାତ୍ରି ଘ୭।୨୭ ମଧ୍ୟେ ଘ୪।୧୦ ଗତେ ଘ୫।୩୭ ମଧ୍ୟେ କାଳରାତ୍ରି ।ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ହାନି ଓ ଗୋତ୍ରନାଶ । ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୭।୩୧ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା । ପ୍ରଥମ ରଜୋଦର୍ଶନେ ଦିବା ଘ୭।୩୧ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ।ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାଷ (ବିରି) ଭକ୍ଷଣ ନିଷେଧ । ଅଦ୍ୟ ସ୍ନୁହୀ ଚତୁର୍ଦ୍ଦଶୀ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୧୧।୪୮ ଗତେ ଘ୧।୨୧ ମଧ୍ୟେ ଘ୨।୫୪ ଗତେ ଘ୪।୨୭ ମଧ୍ୟେ ରାତ୍ରି ଘ୧୧।୪୮ ଗତେ ଘ୨।୪୨ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୭।୧୦ ଗତେ ଘ୮।୪୩ ମଧ୍ୟେ ରାତ୍ରି ଘ୭।୨୭ ଗତେ ଘ୮।୫୪ ମଧ୍ୟେ ଘ୧୦।୨୧ ଗତେ ଘ୧୧।୪୮ ମଧ୍ୟେ ।

🌹ମେଷ:

ଆପଣଙ୍କ ବିଚାର କ୍ଷମତା ବୃଦ୍ଧି ହେବ। ଆପଣଙ୍କର କୌଣସି ମିତ୍ରଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। ଅଫିସରେ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

🌹ବୃଷ:

ପୁରୁଣା କଥାକୁ ନେଇ ଆପଣ ଟିକେ ଚିନ୍ତାରେ ରହିପାରନ୍ତି। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ।

🌹ମିଥୁନ:

ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଲୋକଙ୍କ ସାକ୍ଷାତ୍‌ ଆଲୋଚନାରେ ବଡ଼ ଫାଇଦା ହେବ। ନୂଆ କାମର ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହିତ ସଂପର୍କ ମଜଭୁତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

🌹କର୍କଟ:

ଆପଣଙ୍କ ମନୋବଳରେ ଆପଣଙ୍କୁ ସଫଳତା ମିଳିବ। ଅଫିସର ମାହୋଲ, କାମର ଗତିକୁ ଦ୍ରୁତ କରାଇବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

🌹ସି˚ହ:

ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। କୌଣସି ରଚନାତ୍ମକ କାମରୁ ଧନଲାଭ ହୋଇପାରେ। ଅଫିସରେ ସହକର୍ମୀଙ୍କ ପୂରା ସହଯୋଗ ପାଇବେ।

🌹କନ୍ୟା:

ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାରେ ସକ୍ଷମ ହେବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

🌹ତୁଳା:

ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ଭାବି ଥିବା ସବୁ କାମ ପୂରା ହୋଇଯିବ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ରହିବ। ଲେଖକଙ୍କ ଲାଗି ଦିନଟି ବିଶେଷ ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ପାଇବେ।

🌹ବିଛା:

ପୂଜାପାଠରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସହାୟତାକାରୀ ସାବ୍ୟସ୍ତ ହେବେ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ଅଫିସ କାମରେ ସହର ବାହାରକୁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

🌹ଧନୁ:

ଏକାକୀପଣରୁ ଦୂରେଇ ରହିବା ଲାଗି କାମରେ ବ୍ୟସ୍ତ ରହନ୍ତୁ। ନିଜର ମିତ୍ରଙ୍କ ଠାରୁ ଖୁସି ଖବର ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଉନ୍ନତି ହେବ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

🌹ମକର:

ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

🌹କୁମ୍ଭ:

ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ସରକାରୀ ନେଣେଦେଣରୁ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। କୋର୍ଟ କଚେରି ମାମଲାରେ ଆପଣଙ୍କର ବିଜୟ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

🌹ମୀନ:

ଆପଣ ସ୍ବୟଂକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଆପଣଙ୍କର ଦାଂପତ୍ୟ ଜୀବନ ମଧୁର ବଜାୟ ରହିବ।

🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌺🌺🌺🌺🌺🌺🌺🌺🌺🌺🌺🌺

Related posts

ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପୋଲିସ କର୍ମଚାରୀଙ୍କୁ ଫୁଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ

Aren News

ବୌଦ୍ଧରେ ଗୋଟିଏ ଦିନରେ ୨୯ ଜଣ ଓ ରାଜ୍ୟରେ ୩୮୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |