ତାଜା ଖବର
  • Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୯-୪-୨୦୨୧((ଶୁକ୍ରବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୯-୪-୨୦୨୧((ଶୁକ୍ରବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୯-୪-୨୦୨୧((ଶୁକ୍ରବାର))🌹
🌹{{ବାଋଣୀ ସ୍ନାନ}}🌹
🌺🌺🌺🌺🌺🌺🌺🌺🌺🌺🌺🌺
ମୀନ ଦି୨୭ନ।ତ୍ରୟୋଦଶୀ ଦ୫୭।୨୦ରାଘ୪।୩୩।ଶତଭିଷା ଦ୦।୫ ପ୍ରାଘ୫।୩୯।କୁମ୍ଭ ଚନ୍ଦ୍ର ଦ୪୮।୨୦ରାଘ ୧୨।୫୭
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୩/୧୩/୩୫ ଇଂଘ୫/୩୭/୫୮ ଗତେ ଉଦୟ ।
କନ୍ୟା ଦ୪/୩୧/୧୦ ଇଂଘ ୫/୫୯/୩୨ ଗତେ ଅସ୍ତ
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଦକ୍ଷିଣେ । ରାତ୍ରି ଘ୪।୩୩ ଗତେ ପଶ୍ଚିମେ । ଯାତ୍ରା ଶୁଭ । ଦକ୍ଷିଣେ, ଅଗ୍ନିକୋଣେ, ପୂର୍ବେ ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନାମକରଣ,ଦୀକ୍ଷାଗ୍ରହଣ, ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ହଳପ୍ରବାହ ଓ ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ,ବୃକ୍ଷରୋପଣ,ବାଣିଜ୍ୟକରଣ । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିର ଘାତବାର । ପ୍ରାତଃ ଘ୫।୩୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୨।୫୭ ଗତେ ମୀନ ମେଷ ବୃଷ ମିଥୁନ କନ୍ୟା ତୁଳା ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ଦିବା ଘ୮।୪୨ ଗତେ ଘ୧୧।୪୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୫ ଗତେ ଘ୧୦।୨୩ ମଧ୍ୟେ କାଳରାତ୍ରି । ମୃତେ ପ୍ରାତଃ ଘ୫।୩୯ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ରାତ୍ରି ଘ୪।୩୩ ଗତେ ମାଷ (ବିରି) ଭକ୍ଷଣ ନିଷେଧ । ରାତ୍ରି ଘ୧୨।୫୭ ମଧ୍ୟେ ଶରଣ ପଞ୍ଚକ ଦୋଷ । ଅଦ୍ୟ ବାରୃଣୀ ସ୍ନାନ ।ଗଙ୍ଗା ନାରାୟଣ ପୁର ଓ ବଳପୁର ଭାର୍ଗବୀ ନଦୀରେ ବାରୃଣୀ ସ୍ନାନ । କୁଣ୍ଡଳେଶ୍ୱର ପୀଠେ ବାରୃଣୀ ସ୍ନାନ । ପୁଷ୍କର ଗ୍ରାମରେ ଶଙ୍କଟେଶ୍ୱର ମହାଦେବଙ୍କ ପୀଠେ ବାରୃଣୀ ସ୍ନାନ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୭।୧୦ ମଧ୍ୟେ ଘ୪।୨୭ ଗତେ ଘ୫।୫୯ ମଧ୍ୟେ ରାତ୍ରି ଘ୭।୨୮ ମଧ୍ୟେ ଘ୨।୫୨ ଗତେ ଘ୫।୫୯ ମଧ୍ୟେ । (ମାହେନ୍ଦ୍ର) – ଦିବା-ଘ୭।୧୦ ଗତେ ଘ୮।୪୨ ମଧ୍ୟେ ଘ୧୧।୪୬ ଗତେ ଘ୧।୧୮ ମଧ୍ୟେ ରାତ୍ରି ଘ୧ ୦।୨୩ ଗତେ ଘ୧୧।୫୧ ମଧ୍ୟେ ଘ୧।୧୯ ଗତେ ଘ୨।୫୨ ମଧ୍ୟେ ।

🌹ମେଷ:

ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ।

🌹ବୃଷ:

ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ।

🌹ମିଥୁନ:

ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି।

🌹କର୍କଟ:

ଆଜି ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ଆପଣଙ୍କ ର ବିଜୟ ହେବ। ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ।

🌹ସିଂହ:

ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସି ରେ ରହିବେ । କର୍ମଚାରୀ ମାନେସୁଫଳ ପାଇବେ।ଅପରାହ୍ଣରୁ ଶାରିରିକ କଷ୍ଠ ଲାଘବହେବା ଆରମ୍ଭ ହେବ।

🌹କନ୍ୟା:

ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଘରେ ଆସି ଟଙ୍କା ଦେଇଯାଇପାରେ। ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ।

🌹ତୁଳା:

ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

🌹ବିଛା:

ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।

🌹ଧନୁ:

ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ।ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

🌹ମକର:

ଆଜି ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି।

🌹କୁମ୍ଭ:

ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

🌹ମୀନ:

ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।ଆଜିର ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।

🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଗଣକ-ରମେଶ ଚନ୍ଦ୍ର ପଣ୍ଡା🌹
🌹ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌺🌺🌺🌺🌺🌺🌺🌺🌺🌺🌺🌺

Related posts

ପରୀ ହତ୍ୟାକାଣ୍ଡ ମାମଲା : ବି.ଜେ.ପି. ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା

Aren News

ବୌଦ୍ଧ : ଦୁର୍ଘଟଣା ରେ ବାଇକ ଆରୋହି ମୃତ

SASWAT

ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବ ଏଆଇଟିୟୁସି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |