ତାଜା ଖବର
  • Home
  • ରାଜ୍ୟ
  • ରାଧାନଗର ଠାରେ ଟାଟା ଏସିଇ ଧକ୍କାରେ ସାଇକେଲ ଚାଳକ ଗୁରୁତର, ପତ୍ନୀ ମୃତ
ଅପରାଧ ତାଜା ଖବର ରାଜ୍ୟ

ରାଧାନଗର ଠାରେ ଟାଟା ଏସିଇ ଧକ୍କାରେ ସାଇକେଲ ଚାଳକ ଗୁରୁତର, ପତ୍ନୀ ମୃତ

ବୌଦ୍ଧ / ଏରନ୍ ନ୍ୟୁଜ / ୦୮ -୦୪ ୫୭ ନମ୍ବର ଜାତୀୟ ରାଜପଥର ରାଧାନଗର ଛକ ନିକଟରେ ଟାଟା ଏସିଇ ଧକ୍କାରେ ସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ସାଇକେଲ ଚାଳକଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର୍‌ ଗ୍ରାମର ଲଳିତ ସାହୁ ସାଇକେଲ ଯୋଗେ ନିଜ ପତ୍ନୀଙ୍କ ସହ କୋଭିଡ୍‌ ଇଞ୍ଜେକ୍ସନ ନେବାପାଇଁ ରାଧାନଗରକୁ ଆସୁଥିବାବେଳେ ବୌଦ୍ଧ ପଟରୁ ଲୁହାଛଡ ବୋଝେଇ ଓଡି-୨୭ ୮୯୬୧ ଟାଟା ଏସିଇ ଲଳିତଙ୍କ ସାଇକେଲକୁ ଧକ୍କା ଦେଇଥିଲା ।

ଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା ମାତ୍ର ଲଳିତଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲଳିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

୪ ଦିନ ହେଲା ଅନ୍ଧକାରରେ ଡିଗୀ ଗ୍ରାମ, ବିଜୁଳି ଜଳିବ କେବେ

Aren News

ରାଜ୍ୟରେ ଏଥର ବାଣ ବିକ୍ରି ଓ ଫୁଟାଇବା ମନା

Aren News

ବାଉଁଶୁଣୀ ଛକ , ଟ୍ରକରେ ପିଟିଲା ବାଇକ , ବାଇକ ଅରୋହୀଙ୍କ ମୃତ୍ୟୁ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |