ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୭ -୦୪ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଗୁଡ଼ିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହା ଲାଗୁ ହେବ । ହଷ୍ଟେଲ୍ ରେ ରହୁଥିବା ନବମ ଓ ଏକାଦଶ ପିଲାମାନେ ତୁରନ୍ତ ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଥିବାରୁ କ୍ଲାସ୍ ବନ୍ଦ କରାଯାଇନାହିଁ । ଏପ୍ରିଲ୍ ୨୫ ପର୍ଯ୍ୟନ୍ତ ସେମାନଙ୍କର କ୍ଲାସ୍ ଚାଲିବ । ଏପ୍ରିଲ୍ ୩୦ ତାରିଖ ପରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆବଶ୍ୟକ ପଡ଼ିଲେ ଅନଲାଇନ୍ କ୍ଲାସ୍ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶନାମାରେ କୁହାଯାଇଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id