ତାଜା ଖବର
  • Home
  • ଅନ୍ୟାନ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୮-୪-୨୦୨୧((ଗୁରୁବାର))
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୮-୪-୨୦୨୧((ଗୁରୁବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୮-୪-୨୦୨୧((ଗୁରୁବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
ମୀନ ଦି୨୬ନ ଦ୍ଵାଦଶୀ ଦ୫୪।୧୩ରାଘ୩।୧୯। ଶତଭିଷା ଦ୬୦ ନିଶାନ୍ତ । କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୩/୦୫/୫୫ ଇଂଘ୫/୩୮/୪୬ ଗତେ ଉଦୟ
କନ୍ୟା ଦ୪/୨୦/୨୫ ଇଂଘ ୫/୫୯/୦୮ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ନୈରୃତେ । ରାତ୍ରି ଘ୩।୧୯ ଗତେ ଦକ୍ଷିଣେ । ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ,ନାମକରଣ, ଦୀକ୍ଷାଗ୍ରହଣ, ଔଷଧକରଣ ଓ ଭକ୍ଷଣ,ତୈଳରନ୍ଧନ, ବୃକ୍ଷରୋପଣ, ବାଣିଜ୍ୟକରଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିର ଘାତବାର ।ଦିବା ଘ୨।୫୫ ଗତେ ଘ୫।୫୯ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୫୧ ଗତେ ଘ୧।୧୯ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୩।୧୯ ମଧ୍ୟେ ପାଦଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୂତିକା (ପୋଇ) ରାତ୍ରି ଘ୩।୧୯ ଗତେ ଶିମ୍ବିକା (ଶିମ୍ବ )ଭକ୍ଷଣ ନିଷେଧ । ଶରଣଂ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୧୦।୧୫ ଗତେ ଘ୧୧।୪୭ ମଧ୍ୟେ ଘ୧।୧୯ ଗତେ ଘ୨।୫୧ ମଧ୍ୟେ ରାତ୍ରି ଘ୭।୨୭ ଗତେ ଘ୧୦।୨୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୭।୧୧ ମଧ୍ୟେ ଘ୧୧।୪୭ ଗତେ ଘ୧।୧୯ ମଧ୍ୟେ ରାତ୍ରି ଘ୭।୨୭ ମଧ୍ୟେ ଘ ୧।୧୯ ଗତେ ଘ୨।୪୬ ମଧ୍ୟେ ଘ୪।୧୦ ଗତେ ଘ୫।୩୮ ମଧ୍ୟେ ।

🌹ମେଷ:

ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।

🌹ବୃଷ:

ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।

🌹ମିଥୁନ:

ଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

🌹କର୍କଟ:

ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

🌹ସିଂହ:

ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।

🌹କନ୍ୟା:

ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।

🌹ତୁଳା:

ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

🌹ବିଛା:

ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।

🌹ଧନୁ:

ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

🌹ମକର:

ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।

🌹କୁମ୍ଭ:

ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।

🌹ମୀନ:

ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଗଣକ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌺🌺🌺🌺🌺🌺🌺🌺🌺🌺🌺🌺

Related posts

ସମ୍ବଲପୁର : ପୁର୍ବତନ ସୈନିକ ସଂଘ ପକ୍ଷରୁ କାର୍ଗିଲ ବିଜୟ ଦିବସ

Aren News

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ

Aren News

ପଦ୍ମ ଭୂଷଣ ଡା.ଏସ.ଏନ ସୁବାରାଓ ଙ୍କର ୯୩ ତମ ଜନ୍ମ ଦିନ ପାଳନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |