ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ମୁଥମାରି ମହିଳା କଏଦୀଙ୍କ ଦାନ୍ତ ଭାଙ୍ଗିଲେ ଅନ୍ୟ ଜଣେ ମହିଳା ବନ୍ଦୀ
ଅପରାଧ ତାଜା ଖବର ରାଜ୍ୟ

ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ମୁଥମାରି ମହିଳା କଏଦୀଙ୍କ ଦାନ୍ତ ଭାଙ୍ଗିଲେ ଅନ୍ୟ ଜଣେ ମହିଳା ବନ୍ଦୀ

ବୌଦ୍ଧ / ଏରନ୍ ନ୍ୟୁଜ / ୦୬-୦୪ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାର ଭିତରେ ଦୁଇଜଣ ମହିଳା ବିଚାରାଧିନ ବନ୍ଦୀଙ୍କ ମଧ୍ୟରେ ମାଡପିଟ ହୋଇ ଜଣଙ୍କ ମାଡରେ ଅନ୍ୟଜଣଙ୍କର ଦାନ୍ତ ଭାଙ୍ଗି ଯାଇଥିବା ବୌଦ୍ଧ ଆଦର୍ଶଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୁଲିସ ଥାନା କେସ ନମ୍ବର ୯୭/୨୧ ରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ତେତ୍ରା ଖାତୁନ ନାମକ ଜଣେ ମହିଳା ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧିନ ବନ୍ଦୀ ଭାବରେ ଅଛନ୍ତି । ଅନ୍ୟଜଣେ ବିଚରାଧିନ ବନ୍ଦୀ ସକୁନ୍ତଳା ପଟେଲଙ୍କ ସହ ତେତ୍ରା ଖାତୁନଙ୍କ ରବିବାର ଦିନ ପ୍ରତ୍ୟୁଷରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା ।

ସକୁନ୍ତଳା ଠାକୁର ପୂଜା କରୁଥିବା ବେଳେ ତେତ୍ରା ତାଙ୍କୁ ଗାଳିଗୁଲଜ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସକୁନ୍ତଳା ରାଗିଯାଇ ତେତ୍ରାଙ୍କୁ ଚାପୁଡା ମାରିବା ସହ ମୁଥମାରି ତାଙ୍କର ଦାନ୍ତ ଭାଙ୍ଗି ଦେଇଥିବା ତେତ୍ରାଙ୍କ ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ କାରାଗାରର ସୁପରିଟେଣ୍ଡେଣ୍ଟ୍‌୍‌ଙ୍କ ଜରିଆରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିବା ଜଣାଯାଇଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ଅସିତ ତ୍ରିପାଠୀ , ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

Aren News

ବୌଦ୍ଧ ଠାରେ ମହାନଦୀ ବନ୍ୟାଜଳସ୍ତର ଖସୁଛି, ଫସଲ ଚିନ୍ତାରେ ଚାଷୀ, କେବେ ଆରମ୍ଭ ହେବ ଆକଳନ

Aren News

୫୦୦୦ ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଆରଆଇ

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |