ବୌଦ୍ଧ / ଏରନ୍ ନ୍ୟୁଜ / ୦୬ -୦୪ ସରକାରୀ ହେଉକି ବେସରକାରୀ ସମସ୍ତ ବ୍ୟାଙ୍କ ନିଜ ନିଜ ଗ୍ରାହାକଙ୍କୁ ଭଗବାନ ବୋଲି କହି ଉନ୍ନତମାନର ସେବା ଯୋଗାଇ ଦେବା ନେଇ ବଡବଡ କଥା କହିଥାଆନ୍ତି ମାତ୍ର ପ୍ରକୃତରେ ତାହା କେତେ ଦୂର ସତ ? ସମ୍ବାଦ ସହିତ ସଂଲଗ୍ନ ଫଟୋଗୁଡିକୁ ଦେଖିଲେ ଏହାର ସତ୍ୟତା ଜାଣି ପାରିବେ । ଜିଲା ପ୍ରଶାସନ ମଧ୍ୟ ସବୁ ଦେଖି , ନଦେଖିଲା ପରି ନିରବତା ଅବଲମ୍ବନ କରୁଅଛି । ୪୩ ଡିଗ୍ରୀ ତାପମାତ୍ରାରେ ସିଝୁଥିବା ବୌଦ୍ଧ ସହରର ପ୍ରାୟତଃ ସବୁ ବ୍ୟାଙ୍କ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଗ୍ରାହାକ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ସେବା ଯୋଗାଇବାରେ ସବୁଠାରୁ ପଛରେ ରହିଛି । ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାହି ଦେଇ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଗ୍ରାହାକମାନଙ୍କୁ ବ୍ୟାପକ ହଇରାଣ କରାଯାଉଥିବା ନେଇ ମଧ୍ୟ ନିୟମିତ ଅଭିଯୋଗ ହେଉଛି । ସେହିପରି ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ।
୪୩ ଡିଗ୍ରୀ ତାପମାତ୍ରାରେ ଲୋକେ ବ୍ୟାଙ୍କକୁ ଜରୁରୀ କାମରେ ଆସୁଥିବା ବେଳେ ବ୍ୟାଙ୍କ ଭିତରେ ଜାଗା ନଥିବାରୁ ବାହାରେ ଧୁ ଧୁ ଖରାରେ ଘଂଟା ଘଂଟା ଧରି ଧାଡିରେ ଛିଡା ହେବାକୁ ପଡୁଛି । ଏହି ଦଣ୍ଡ ପାଇବାରୁ କେହିବି ବଂଚିତ ନୁହନ୍ତି ସେ ମହିଳା ହୁଅନ୍ତୁ କି, କାଖରେ ଥିବା ଛୋଟ ଛୁଆ , ବରିଷ୍ଠ ନାଗରିକ ଅବା ଭିନ୍ନକ୍ଷମ । ଏହା କେବଳଯେ ବୌଦ୍ଧ ସହରର ଦୃଶ୍ୟ ନୁହେଁ , ସମଗ୍ର ଜିଲାରେ ସମସ୍ତ ବ୍ୟାଙ୍କରେ ଗ୍ରାହାକମାନେ ସାମାନ୍ୟ ମୌଳିକ ସେବା ପାଇବାରୁ ସବୁବେଳେ ବଂଚିତ ହୋଇ ରହୁଛନ୍ତି । ପ୍ରଚଣ୍ଡ ଖରାରେ ସାମାନ୍ୟ ଛାଇର ବ୍ୟବସ୍ଥା କରିପାରୁନଥିବା ବ୍ୟାଙ୍କ କତୃପକ୍ଷ ପାନୀୟ ଜଳ କି ଅନ୍ୟ ସେବା କଣ ଯୋଗାଇବେ ? ଜିଲା ପ୍ରଶାସନ ଏଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ କେତେବେଳେ ଯେ ଅଂଶୁଘାତ ଜନିତ ମୃତ୍ୟୁ ନହେବ ତାହା କହିହେବନାହିଁ । ଅଂଶୁଘାତ ର ମୁକାବିଲା ପାଇଁ ପ୍ରଶାସନ କରୁଥିବା ସଚେତନତା କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ କେବଳ କାଗଜପତ୍ର ଓ ପ୍ରସ୍ତାବ ଗ୍ରହଣରେ ସିମୀତ ନରହୁ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id