ତାଜା ଖବର
  • Home
  • ରାଜ୍ୟ
  • କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ତାଜା ଖବର ରାଜନୀତି ରାଜ୍ୟ

କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୪ କରୋନା ମହାମାରୀ ସମୟରେ ରାଜ୍ୟରେ ବାରମ୍ବାର ବିଦ୍ୟୁତ ଦରବୃଦ୍ଧି ସାଧାରଣଲୋକଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି । କରୋନା ଯୋଗୁଁ ଲୋକମାନେ ବିନା କାରଣରେ ବାହାରେ ନବୁଲିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଥିବାବେଳେ ଅପରପକ୍ଷରେ ବିଦ୍ୟୁତ ଦର ବୃଦ୍ଧି କରି ରାଜ୍ୟର ସାଧାରଣଲୋକଙ୍କୁ ଶୋଷଣ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଏହି ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟପ୍ୟାପୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିବାବେଳେ ବୌଦ୍ଧଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲା ସଦରମହାକୁମାସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ଦୀର୍ଘ ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ବିକ୍ଷୋଭ ଓ ଧାରଣାରେ ଜିଲାର ଅନେକ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ବିକ୍ଷୋଭ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, ସୁଧୀର କୁମାର କର୍ଣ୍ଣ,ସୁଧୀର ମହାକୁଡ,ପ୍ରଶାନ୍ତ କୁମାର ସାହୁ,ପଙ୍କଜ କୁମାର କର୍ଣ୍ଣ,ସମରେନ୍ଦ୍ର ମହାକୁଡ,ବେଣୁଧର ମେହେର,ବୁଦ୍ଧଦେବ ପ୍ରଧାନ,ରାଏ ସଂଜିବ କୁମାର ଦେଓ,କବିତା ମହାକୁଡ,ପ୍ରଦିପ କୁମାର ଦାସ,ଅର୍ଜୁନ ମହାନନ୍ଦିଅ.ପୋଲସ୍ତି ପ୍ରଧାନ,ପ୍ରଦ୍ୟୁମ୍ନ ଧଳ,ରୋହିତ ବେହେରା,ପ୍ରତାପ ପଣ୍ଡା,ଗଣ୍ଡାଧର ବିଶି,ଝରିଆ ନାୟକ, ଗଣେଶ ଅଗ୍ରୱାଲା,ଉମାକାନ୍ତ ନାୟକ,ବୁଲୁ ସାହୁ,ଅବନୀ ପ୍ରଧାନ,ଶିବ ବେହେରା,ଉମେଶ ନାଏକ,ସାରଙ୍ଗଧର ଭୋଇ, । ଦିଲ୍ଲିପ ସାହୁ,ଅରୁଣ ସାହୁ,କୁମୁଦ କୁଦେଇ,ହନୁମାନ ବେହେରା,ଚିତ୍ତ ବେହେରା,କୃପା ନାୟକ,କଳାକାର ଦଳବେହେରା,ଶ୍ରୀନିବାସ ଶତପଥୀ ଓ ସମରେଶ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଛାମୁଆଁ ନେତାମାନେ ସାମିଲ ହୋଇଥିଲେ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସମ୍ବଲପୁର : ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ, ୨୨ ଜୁଆରୀ ଗିରଫ

Aren News

ବିଧାୟକ ମିଛ କହୁଛନ୍ତି, ମନମୁଣ୍ଡା ଦ୍ୱିତୀୟ ସେତୁ ନିର୍ମାଣରେ ବିଧାୟକଙ୍କ ଭୂମିକା କିଛି ନାହିଁ- ଜିଲା ବିଜେପି

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୩୫ ଜଣ ଓ ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |