ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୪ ଇଛା ଥିଲେ ଉପାୟ ମିଳିଥାଏ, କିଡିନି ପ୍ରପିଡିତ ଲୋକେ ସ୍ୱଚ୍ଛ ପିଇବା ପାଣି ପାଇବା ପାଇଁ ନିଜ ପ୍ରଚେଷ୍ଟା ରେ ଏକ କମୁନିଟି ଆରୋ ପ୍ଲାଣ୍ଟ ଆରମ୍ଭ କରିଛନ୍ତି l ଏଥିପାଇଁ ଅନେକ ଥର ଦାବି କରାଯିବା ପରେ ମଧ୍ୟ ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଲା ସିନା କଲାନାହିଁ l ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁ ର କଥା l ଗ୍ରାମରେ ଏକ କମୁନିଟି ଅକ୍ୱା ଗାର୍ଡ ଲଗାଯାଇଛି l କିଡ଼ନୀ ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏହି ଆରୋ ପ୍ଲାଣ୍ଟ ଟି ଲଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l ଗାଁରେ ଉକ୍ତ ପ୍ଲାଣ୍ଟ୍ ଟି ୬୦ ହଜାର ଟଙ୍କାରେ ଲଗାଯାଇଥିବା ବେଳେ ଗ୍ରାମବାସି ମଧ୍ୟ ଘର ପିଛା ୨୦୦ଟଙ୍କା ହିସାବ ରେ ଅର୍ଥ ସଂଗ୍ରହ କରି ସମୁଦାୟ ୩୫ଶହ ଟଙ୍କା ଏହି ପ୍ରକଳ୍ପ ରେ ଲଗେଇଛନ୍ତି l
ବଳକା ଅର୍ଥ ମଂଚର ଆବାହାକ ବିକାଶ ମହାକୁଳ ପ୍ରଦାନ କରିଥିବା ଜଣାପଡିଛି । ହରଭଙ୍ଗାବ୍ଲକ ରେ ଆହୁରି ୨୨ ଗୋଟି କିଡ଼ନୀ ପ୍ରପୀଡ଼ିତ ଗାଁ ମାନଙ୍କ ରେ ମଧ୍ୟ ଏହିପରି ଭାବେ କମ୍ୟୁନିଟି ଆରୋ ପ୍ଲାଣ୍ଟ ଲଗାଇବା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇ ଅଛି ଏବଂ ଧୀରେ ଧୀରେ ଆଗାମୀ କିଛି ମାସ ମଧ୍ୟ ରେ ସମସ୍ତ ୨୨ ଗୋଟି ଗ୍ରାମରେ ବେସରକାରୀ ଭାବେ କମୁନିଟି ଆରୋ ପ୍ଲାଣ୍ଟ ଲଗାଯିବ ବୋଲି ଜଣାପଡିଛି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id